Advertisment

Daily Horoscope 25 Feb 2022: ଜାଣନ୍ତୁ ଆଜିର ରାଶିଫଳ

୨୦୨୨ ମସିହା, ଫେବୃୟାରୀ ମାସ ୨୫ ତାରିଖ, ଶୁକ୍ରବାର, କୁମ୍ଭ୧୩ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ନବମୀତିଥି, ଜ୍ୟେଷ୍ଠା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ…

author-image
Otv Khabar Bureau
Daily Horoscope 25 Feb 2022

Daily Horoscope 25 Feb 2022

୨୦୨୨ ମସିହା, ଫେବୃୟାରୀ ମାସ ୨୫ ତାରିଖ, ଶୁକ୍ରବାର, କୁମ୍ଭ୧୩ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ନବମୀତିଥି, ଜ୍ୟେଷ୍ଠା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ…

Advertisment

ମେଷ:-ନ୍ୟାୟ ମାର୍ଗ ଓ ମିଷ୍ଟ ବଚନ ଯୋଗେ ରାଜନୀତି କ୍ଷେତ୍ରରେ ଉନ୍ନତିକର ହୋଇପାରେ । ପରିବାରରେ ସାଧାରଣ ବାତାବରଣ ଜାରି ରହି ସମସ୍ତ ଆଶା ପୂରଣ ହୋଇପାରେ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ ।

  • ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ବୃଷ:-ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହୋଇପାରେ । କର୍ମକ୍ଷେତ୍ରରେ ର୍ଧଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ । ଶିକ୍ଷାକ୍ଷେତ୍ରରେ ଉଚ୍ଚାକାଂକ୍ଷା ପୁର୍ତ୍ତି ଘଟିବା ସହ ମାନସିକ ସ୍ଥିରତା ଦେଖାଦେଇପାରେ ।

Advertisment
  • ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ

ମିଥୁନ:-ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିହୋଇପାରେ । କୋର୍ଟ, କଚେରୀ, ମାଲିମକଦ୍ଦମା, ବାଦବିବାଦ କ୍ଷେତ୍ରରେ ଜୟଯୁକ୍ତ ହୋଇପାରନ୍ତି । ପାରିବାରିକ ବ୍ୟବସ୍ଥା ପରି ବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବ ।

  • ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

କର୍କଟ:- ପୁରୁଣା ବନ୍ଧୁଙ୍କ ସହାୟତାରେ ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ଶିକ୍ଷାକ୍ଷେତ୍ରରେ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯାଇପାରନ୍ତି । ଇନ୍ଦ୍ରିୟପରାୟଣତା ଓ ବିଷୟ ବାସନା ଉପରେ ଅଧିକ ଗୁରୁତ୍ୱ ଦେଇ ପାରନ୍ତି ।

  • ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

ସିଂହ:- ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି ଘଟିବା ସହକରଜ ଭାରରୁ ମୁକ୍ତି ମିଳିପାରେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିପାରନ୍ତି । ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡି ପାରନ୍ତି ।

  • ପ୍ରତିକାର:- କାଉ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

କନ୍ୟା:-ସମସ୍ତ ସମସ୍ୟା ଶାନ୍ତି ପୂର୍ବକ ଢଙ୍ଗରେ ସମାଧାନ କରିପାରିପାରନ୍ତି । କର୍ମ କ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ । ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହୋଇପାରେ ।

  • ପ୍ରତିକାର-ତୁଳସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ

ତୁଳା:-ଗୁରୁ ଗୁରୁ ଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦୋଇପାରେ । ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରିପାରନ୍ତି । ରାଜନୀତିରେ ଶତ୍ରୁ ଓ ବିରୋଧୀ ମାନଙ୍କୁ ପରାସ୍ତ କରି ବିଜୟୀ ହୋଇପାରନ୍ତି ।

  • ପ୍ରତିକାର-ଅସହାୟଙ୍କୁ ସାହାଯ୍ୟ କରନ୍ତୁ

ବିଚ୍ଛା:- ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହୋଇପାରେ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହୋଇପାରନ୍ତି । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହୋଇପାରିବେ ।

  • ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ଧନୁ:- ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହୋଇପାରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ପାରିବାରିକ ସୁଖଶାନ୍ତି ବୃଦ୍ଧି ହୋଇପାରେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

  • ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମକର:- ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବା ସହ ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ ଓ ପଦୋନ୍ନତିର ସୂଚନା ପାଇପାରନ୍ତି । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ରହିଛି ।

  • ପ୍ରତିକାର-ମହୁ ଟିକେ ଖାଇ ଘରୁ ବାହାରନ୍ତୁ

କୁମ୍ଭ:- ନୂତନ କାର୍ଯ୍ୟ ଆରମ୍ଭ କରିଲେ ପ୍ରଚୁର ଅର୍ଥ ଲାଭହେବ ଓ ପରିସ୍ଥିତି ବଦଳିପାରେ । ବ୍ୟବସାୟୀମାନେ ପରିଶ୍ରମର ସୁଫଳ ଭୋଗ କରିବା ସହ ଧନମାନ ଦିଗରୁ ସୁରକ୍ଷିତ ରହିପାରନ୍ତି । ଜାଗାଜମି, ଗୃହ ଉପକରଣ କ୍ରୟ କରି ପାରନ୍ତି ।

  • ପ୍ରତିକାର:-ମୟୁର ଚନ୍ଦ୍ରିକାଟିଏ ପାଖରେ ରଖନ୍ତୁ

ମୀନ:-ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିପାରେ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହୋଇପାରେ । ରାସ୍ତା ଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍ ।

  • ପ୍ରତିକାର:- କାଉ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ
Daily Horoscope
Advertisment
Advertisment