• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରୁଷ୍ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ କଥା ହେଲେ ମୋଦି । ୟୁକ୍ରେନ୍ ସଂକଟ ପରିପ୍ରେକ୍ଷୀରେ କଥା ହେଲେ ମୋଦି। ସମଗ୍ର ଘଟଣାକୁ ନେଇ ମୋଦିଙ୍କୁ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ପୁଟିନ୍ । କଥାବାର୍ତ୍ତାରେ ଭାରତୀୟଙ୍କ ସୁରକ୍ଷା କଥା ଉଠାଇଲେ ମୋଦି ।

ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ସାହାର୍ଯ୍ୟ ପାଇଁ ସହାୟତା ଲୋଡ଼ିଲା ୟୁକ୍ରେନ୍‌ । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ୟୁକ୍ରେନ୍ ପକ୍ଷରୁ ନିର୍ଦ୍ଧାରିତ ଫ୍ଲାଇଟ୍ ବାତିଲ ହୋଇଥିବାରୁ ଉଦ୍ଧାର ପାଇଁ ଭାରତ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ କିଭ୍‌ ଯାଉଥିବା ଏୟାର ଇଣ୍ଡିଆର ଗୋଟିଏ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଛି।

ୟୁକ୍ରେନ୍ ବିରୁଦ୍ଧରେ ଋଷିଆର ଯୁଦ୍ଧ ଘୋଷଣା ପର ରାଜଧାନୀ କିଭ୍‌ରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଚିନ୍ତା ବଢିବାରେ ଲାଗିଛି । ଏଠାରେ ପଢୁଥିବା ଛାତ୍ରଛାତ୍ରୀ ଚିନ୍ତାରେ ଥିବା ବେଳେ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି ସେମାନଙ୍କ ପରିବାର । ତେବେ ବିଚଳିତ ନହୋଇ ନିଜ ନିଜ ଘରେ ସୁରକ୍ଷିତ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।