Advertisment

ଆମେରିକାର ଚେତାବନୀ- ପରିଣାମ ଭୋଗିବେ ଋଷିଆ ରାଷ୍ଟ୍ରପତି

ଋଷିଆ ବିପକ୍ଷରେ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ବିଶ୍ୱକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ଋଷିଆକୁ ଚେତାବନୀ ଦେଇଛନ୍ତି।

author-image
Rajalaxmi Sahoo
President Joe Biden Addresses The Nation

President Joe Biden Addresses The Nation

ୟୁକ୍ରେନ ବିପକ୍ଷରେ ଋଷିଆର ଯୁଦ୍ଧକୁ ନେଇ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଋଷିଆ ବିପକ୍ଷରେ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ବିଶ୍ୱକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ଋଷିଆକୁ ଚେତାବନୀ ଦେଇଛନ୍ତି।

Advertisment

ଆମେରିକା ରାଷ୍ଟ୍ରପତି କହିଛନ୍ତି, ‘ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆକ୍ରମଣକାରୀ। ସେ ଯୁଦ୍ଧ ବାଛିଛନ୍ତି। ଏଥିପାଇଁ  ସେ ଓ ତାଙ୍କ ଦେଶକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଆମେରିକାରେ ଥିବା ଋଷିଆର ସମସ୍ତ ସମ୍ପତ୍ତି ଅଚଳ କରାଯିବ। ଋଷିଆର ତୈଳ ରପ୍ତାନୀ ଉପରେ କଟକଣା ଜାରି ହେବ। ଋଷିଆର ଆଉ ୪ଟି ବଡ ବ୍ୟାଙ୍କ ଉପରେ କଟକଣା କରାଯିବ।’

ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣର ପୂର୍ବ ନିର୍ଦ୍ଧାରିତ। ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଋଷିଆ ଚାହୁଁଛି। ଏଥିପାଇଁ ସାରା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେରିକା ସୈନ୍ୟ ୟୁକ୍ରେନ ଯିବେ ନାହିଁ। ତଥାପି ନାଟୋ ଅଞ୍ଚଳର ପ୍ରତି ଇଞ୍ଚକୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଋଷିଆ ଯଦି ସାଇବର ହମ୍‌ଲା କରେ ସେଥିପାଇଁ ଆମେରିକା ପ୍ରସ୍ତୁତ। ଏଥିସହ ୟୁକ୍ରେନ ପ୍ରସଙ୍ଗରେ ଆମେରିକା ଭାରତ ସହ ଆଲୋଚନା କରିବ ବୋଲି ଜୋ ବାଇଡେନ୍ କହିଛନ୍ତି। ୟୁକ୍ରେନ ଉପରେ ଋଷିଆର ଅନ୍ୟାୟୋଚିତ ଆକ୍ରମଣକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ୍ ଜି ୭ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି।

Russia Ukraine Crisis Ukraine Crisis Ukraine Russia War President Joe Biden
Advertisment
Advertisment