Advertisment

ଏଥର ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ତୟାର ସଶସ୍ତ୍ର ପୋଲିସ.. ଛକ ଛକରେ ଚେକିଂ

ଅଶାନ୍ତ ଆସ୍କା ଓ ମାଓପ୍ରବଣ କନ୍ଧମାଳ ସହ ବଲାଙ୍ଗିର-ବରଗଡ଼-ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ହେବ ମତଦାନ ।

author-image
Satyendu Shekher Mishra
undefined

Vote

ଭୋଟ୍ ବେଳେ ବିଶୃଙ୍ଖଳା ସୃଷ୍ଟିକାରୀ ସାବଧାନ ! ହିଂସାକାଣ୍ଡ ଭିଆଇଲେ ହାତକଡ଼ିରୁ ନିସ୍ତାର ନାହିଁ ! ବିଶୃଙ୍ଖଳାକାରୀଙ୍କୁ ତୁରନ୍ତ ବାନ୍ଧିବାକୁ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ । ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଆଗରୁ କିଛି ସ୍ଥାନରେ ପ୍ରାକ୍-ନିର୍ବାଚନୀ ହିଂସା ଓ ଖାସ୍ କରି ଖଲ୍ଲିକୋଟ ହତ୍ୟାକାଣ୍ଡ ପରେ, ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ତୟାର୍ ଓଡ଼ିଶା ପୋଲିସ।

Advertisment

ଆସନ୍ତାକାଲି ଖଲ୍ଲିକୋଟ ସାମିଲ ଥିବା ଆସ୍କା ସଂସଦୀୟ କ୍ଷେତ୍ର ସହିତ; ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର ଓ କନ୍ଧମାଳ ଲୋକସଭା ଆସନରେ ମତଦାନ ଅଛି। ତେଣୁ ବିଶୃଙ୍ଖଳାକାରୀଙ୍କ ପ୍ରତି ଜିରୋ-ଟଲରାନ୍ସ ନୀତି ଆପଣାଇବାକୁ ଏସପିମାନଙ୍କୁ ତାଗିଦ କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ସେ କହିଛନ୍ତି, ୫ ଲୋକସଭା ଅନ୍ତର୍ଗତ ୩୫ ବିଧାନସଭା ଆସନରେ ୩୩ ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ। ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ଅତିରିକ୍ତ ଏସପି। ମୁତୟନ ହେବେ ୧୦୨ କଂପାନୀ ଅର୍ଦ୍ଧସାମରିକ ବାହିନୀ, ୬୬ ପ୍ଲାଟୁନ୍ OSAP। ପଇଁତରା ମାରିବ ୬୫୫ ମୋବାଇଲ୍  ପାଟ୍ରୋଲିଂ ଏବଂ ରାଜ୍ୟ ସୀମାରେ ୪୮ଟି ଓ ଜିଲ୍ଲା-ଜିଲ୍ଲା ଭିତରେ ୯୩ଟି ଚେକପୋଷ୍ଟରେ ହେବ କଡ଼ା ତନଖି।

ସବୁଠି କଡ଼ାକଡ଼ି ଯାଞ୍ଚ ଚାଲିଛି ମୁତୟନ ହୋଇଛନ୍ତି ସଶସ୍ତ୍ର ଫୋର୍ସ । ଇଏ ମାଓ ଉପଦ୍ରୁତ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା। କେବଳ ନିର୍ବାଚନୀ ହିଂସା ରୋକିବା ନୁହେଁ, ମାଓ ଉପଦ୍ରବ ଉପରେ ଅଙ୍କୁଶ ଲଗାଇବା ବି ପୋଲିସ ପାଇଁ ଆସନ୍ତାକାଲି ରହିବ ବଡ଼ ଚାଲେଞ୍ଜ। ନଜର ପକାନ୍ତୁ ଏହି ମ୍ୟାପ୍ ଉପରେ। କାଲି ଭୋଟ୍ ପଡ଼ିବାକୁ ଥିବା ପୋଲିସ୍ ଜିଲ୍ଲା ମଧ୍ୟରୁ ୫ଟିରେ ରହିଛି ମାଓ ଗତିବିଧି। ତେବେ କନ୍ଧମାଳ ଓ ବୌଦ୍ ସବୁଠୁ ଅଧିକ ଚିନ୍ତାର ବିଷୟ ବୋଲି ଡିଜିପି କହିଛନ୍ତି । ଏଥିସହ ସୂଚନା ଦେଇଛନ୍ତି ଯେ, ମୋଟ୍ ୯ ହଜାର ୧୬୨ଟି ବୁଥ୍ ମଧ୍ୟରୁ ୫୫୬ଟି ବୁଥ୍ ନକ୍ସଲ ପ୍ରବଣ ଅଂଚଳରେ ଯାଉଛି।

Advertisment

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ୍ ଭୋଟର୍ ହେଉଛନ୍ତି ୭୯ ଲକ୍ଷ ୬୯ ହଜାର ୮୮୭ । ଏହି ପର୍ଯ୍ୟାୟରେ ଯେଉଁ ହେଭିୱେଟ୍ ପ୍ରାର୍ଥୀମାନଙ୍କର ଭାଗ୍ୟ ଝୁଲୁଛି, ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପ୍ରାର୍ଥୀ ହୋଇଥିବା ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ କାଲି ଭୋଟ୍ ପଡ଼ିବ।

ହେଭିୱେଟ୍ MP କ୍ୟାଣ୍ଡିଡେଟ୍ ମାନେ ହେଲେ ବଲାଙ୍ଗୀର ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ, ସୁନ୍ଦରଗଡ଼ରୁ ବିଜେପି ପ୍ରାର୍ଥୀ ଜୁଏଲ୍ ଓରାମ ଓ ବିଜେଡି ପ୍ରାର୍ଥୀ ତଥା ହକି ତାରକା ଦିଲ୍ଲୀପ ତିର୍କୀ, ଏବଂ ବରଗଡ଼ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। କିଛି ପ୍ରମୁଖ ହେଭିୱେଟ୍ MLA କ୍ୟାଣ୍ଡିଡେଟ୍ ହେଲେ ବିଜେଡିର ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, କଳୀକେଶ ସିଂଦେଓ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, ସାରଦା ନାୟକ, ପ୍ରଦୀପ ଅମାତ ଓ ବିକ୍ରମକେଶରୀ ଆରୁଖ। ଅନ୍ୟ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ବିଜେପିର ଦିଲୀପ ରାୟ, କେ.ଭି. ସିଂହଦେଓ, ସୁରେଶ ପୂଜାରୀ, ପ୍ରଦୀପ ପୁରୋହିତ. କଂଗ୍ରେସର ସନ୍ତୋଷ ସିଂ ସାଲୁଜା ଓ ରମେଶ ଚନ୍ଦ୍ର ଜେନା ପ୍ରମୁଖ।

BJD BJP Congress Odisha Politics General Election 2024
Advertisment
Advertisment