Advertisment

ୱାର୍ଣ୍ଣିଂ ଦେଲେ, ଚାକିରି ଯିବାର ଭୟ ବି ଦେଖାଇଲେ; ନଡ୍ଡାଙ୍କ ଭାଷଣ, ଚିନ୍ତାରେ ନବୀନ

ବିଜେଡିକୁ ସହଯୋଗ କରୁଥିବା ସରକାରୀ ବାବୁଙ୍କୁ ନଡ୍ଡାଙ୍କ ଚେତାବନୀ। ନିର୍ବାଚନୀ ମୈଦାନରୁ ବିଜେଡିର ହାତବାରିସୀ ସାଜିଥିବା ଅଧିକାରୀଙ୍କୁ କଲେ ସତର୍କ। ସୁଧୁରି ଯାଅ, ନହେଲେ ବିଜେପି ସରକାର ଆସିଲେ କଡ଼ାଗଣ୍ଡା ହିସାବ ହେବ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

JP Nadda

ବିଜେଡି ବାବୁ ଭାୟାଙ୍କୁ ନଡ୍ଡାଙ୍କ ନିଶାନା। ଓଡ଼ିଶାରେ ବିଜେପି ସରକାର ହେଲେ କଡ଼ା ଗଣ୍ଡା ହିସାବ ନିଆଯିବ। ଯେଉଁ ସରକାରୀ ବାବୁମାନେ ବିଜେଡିକୁ ଅଯାଚୀତ ସାହାଯ୍ୟ କରୁଛନ୍ତି, ନିର୍ବାଚନରେ ସହଯୋଗ କରୁଛନ୍ତି ସେମାନଙ୍କୁ ନିବୃତ ରହିବାକୁ ଚେତାବନୀ ବି ଦେଇଛନ୍ତି। ଏହା ସହ ଓଡ଼ିଶାବାସୀ ବିଜେଡିକୁ ବିଶ୍ରାମ ଦେଇ ବିଜେପିକୁ କାମ ଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଜେପି ନଡ୍ଡା।

Advertisment

ବିଜେଡିକୁ ସହଯୋଗ କରୁଥିବା ସରକାରୀ ବାବୁଙ୍କୁ ନଡ୍ଡାଙ୍କ ଚେତାବନୀ। ନିର୍ବାଚନୀ ମୈଦାନରୁ ବିଜେଡିର ହାତବାରିସୀ ସାଜିଥିବା ଅଧିକାରୀଙ୍କୁ କଲେ ସତର୍କ। ସୁଧୁରି ଯାଅ, ନହେଲେ ବିଜେପି ସରକାର ଆସିଲେ କଡ଼ାଗଣ୍ଡା ହିସାବ ହେବ। ଆଜି ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ ବେଳେ ଓଟିଭିକୁ exclusive ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି ନଡ୍ଡା।

ଅଧିକ ପଢ଼ନ୍ତୁ: ଭୋଟ୍ ପଶାପାଲିରେ ବଡ଼ ମୁଦ୍ଦା ଚିଟ୍‌ଫଣ୍ଡ, ସରକାରକୁ ଆସିଲେ ଦେଢ଼ ବର୍ଷରେ ଟଙ୍କା ଫେରାଇବ BJP

Advertisment

ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସଂପୃକ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନଡ୍ଡା କହିଛନ୍ତି ଆଉ ମାତ୍ର କିଛି ଦିନର କଥା। ତାପରେ ସମସ୍ତଙ୍କ ହିସାବ କିତାବ ନିଆଯିବ। ଏହା ସହ ନଡ୍ଡା କହିଛନ୍ତି ପ୍ରଥମ ପର୍ଯ୍ୟାୟ ଭୋଟ୍ ଟ୍ରେଣ୍ଡ କହୁଛି, ଭୋଟ୍ ଏକ ତରଫା ହୋଇଛି। ବିଜେଡି ହାତରୁ ସୁଯୋଗ ଖସି ଯାଇଛି। ଓଡିଶାବାସୀ ଚାହୁଁଛନ୍ତି ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ।

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଗଣ୍ଡା ଗଣ୍ଡା ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ କରିଥିଲା ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସଂପୃକ୍ତି। ନର୍ଲାରେ ପୋଲିଂ ଅଫିସର ଏବଂ ଗଞ୍ଜାମରେ ୪ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ସହ ସେମାନଙ୍କ ମଧ୍ୟରୁ ଛତ୍ରପୁରର ବୁଥ୍ ନଂ ୨୭ ଏବଂ ୧୬୩ର ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ୍। ଅଭିଯୋଗ ଥିଲା, ଶାସକ ଦଳକୁ ଭୋଟ୍ ଦେବାକୁ ଭୋଟରଙ୍କୁ ପ୍ରବର୍ତ୍ତାଉ ଥିଲେ ଏହି ଦୁଇ ଅଧିକାରୀ।

ନିର୍ବାଚନ ପୂର୍ବରୁ ବି ପୁଳା ପୁଳା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ। କଟକ ଆଠଗଡରେ ବିଜେଡି ନେତା ରାଜା ସ୍ୱାଇଁଙ୍କ ଫଟୋ ଲାଗିଥିବା ବିଜେଡି ବ୍ୟାନର ଲାଗିଥିବା ମଞ୍ଚରେ ଇଫତାର ପାର୍ଟିରେ ସାମିଲ ହେବା ଯୋଗୁ ଦୁଇ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ସହ ନିର୍ବାଚନରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ନବରଙ୍ଗପୁର ପାପଡାହାଣ୍ଡିର ଦୁଇ ଜଣ ଶିକ୍ଷକ ଗୌତମ ଚରଣ ସାହୁ ଏବଂ ମନୋଜ ଭତ୍ରା ଆଦର୍ଶ ଆଚଣ ବିଧିର ଉଲ୍ଲଘ୍ଂନ କରି ନିଲମ୍ବିତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲା କି ଶଙ୍ଖ ଦଳ ? ପ୍ରଦାପଙ୍କ ପାୱାର ଦେଖି ଭେଲକା BJD !

ବିଜେଡିକୁ ଭୋଟ ଦେବାକୁ ଶପଥ ପାଠ କରାଇ ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଯୁଗଳ କିଶୋର ପ୍ରଧାନ, ଏବଂ ମାଳିସାହି ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା ନିଲମ୍ବନ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଜେଡି ବିଧାୟକ ସ୍ନେହାଙ୍ଗନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ଛୁରିଆଙ୍କୁ ବି ଅନ୍ୟ ଜିଲ୍ଲାକୁ ବଦଳି କରିଥିଲେ। ସବୁଠୁ ବଡ କଥା ପାଓ୍ୱାରଫୁଲ ଆଇଏଏସ ସୁଜାତା କାର୍ତ୍ତିକେୟନ ଓ ଆଇପିଏସ ଆଶିଷ ସିଂ ଙ୍କ ସହ ୪ ଆଇପିଏସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବା ସହ ୮ ଜିଲ୍ଲପାଳଙ୍କୁ ମଧ୍ୟ ବଦଳି କରିଥିଲେ।

୨୪ ନିର୍ବାଚନରେ ବିଜେଡି ଦ୍ବାରା ସରକାରୀ କଳର ଅପବ୍ୟବହାରକୁ କାଉଣ୍ଟର କରିବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ବିଜେପି। ନିଇତି ମାଳ ମାଳ ବାବୁଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ନେଇ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପାଖରେ ଫେରାଦ ବି ହେଉଛି।

BJD BJP JP Nadda Odisha Politics General Elections 2024
Advertisment
Advertisment