/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716123289.jpg)
Narendra Modi
ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ମୋଦି । ତେବେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବେ। ରାଜ୍ୟ କାର୍ଯ୍ୟାଳୟରେ ସେ ଦଳୀୟ ନେତାଙ୍କ ସହ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା କରିବେ। ଏହି ଅବସରରେ ରାଜ୍ୟ ବିଜେପି ଶୀର୍ଷ ସ୍ତରୀୟ ନେତା ଓ କେନ୍ଦ୍ରୀୟ ବିଜେପି ନେତାମାନେ ଉପସ୍ଥିତ ରହିବେ। ଓଡ଼ିଶାରେ ବିଜେପିର ନିର୍ବାଚନ ପରିଚାଳନ ଦାୟିତ୍ୱରେ ଥିବା ନେତାଙ୍କ ସହ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ସ୍ଥିତି ନେଇ ସମୀକ୍ଷା କରିବେ ।
ଅଧିକ ପଢ଼ନ୍ତୁ: ଶ୍ରୀମୟୀ ଗଲେ କୁଆଡେ ? ନା ଦେଖାଯାଉଛନ୍ତି ନା ପ୍ରଚାର କରୁଛନ୍ତି..
ଆଜି ଭୁବନେଶ୍ୱରରେ ରାତ୍ରୀଯାପନ କରିବା ପରେ ଆସନ୍ତାକାଲି ସକାଳେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ବିଶାଳ ରୋଡ୍ ସୋ’। ଆସନ୍ତାକାଲି ସକାଳ ୭ଟା ସୁଦ୍ଧା ତାଳବଣିଆ ହେଲିପ୍ୟାଡରୁ ଓହ୍ଲାଇ ଶ୍ରୀମନ୍ଦିର ଅଭିମୁଖେ ଯିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ସକାଳ ୮ଟାରେ ଆରମ୍ଭ ହେବ ମୋଦିଙ୍କ ରୋଡ୍ ସୋ’। ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିଜେପି ବରିଷ୍ଠ ନେତା, କର୍ମୀ, ସମର୍ଥକ ଓ ସାଧାରଣ ଲୋକ ସାମିଲ ହେବେ। ମୋଦିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ନେଇ ପୁରୀରେ ଆଜି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ମୋଦିଙ୍କ ପୁରୀ ଗସ୍ତ ସମୟରେ ସେ ସମସ୍ତଙ୍କୁ ଆଚମ୍ବିତ କରିବା ଭଳି କିଛି କାର୍ଯ୍ୟ କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ସମ୍ବିତ ପାତ୍ର ।
ସେପଟେ କାଲି ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ସହ ରୋଡ୍ ସୋ’ ପାଇଁ କଟକଣା ଲଗାଯାଇଛି । ତାଳବଣିଆରେ ପହଞ୍ଚିବାର ୧ ଘଣ୍ଟା ପୂର୍ବରୁ ପୁରୀରେ କଟକଣା ଲାଗୁ ହେବ । ମୋଦିଙ୍କ ଗସ୍ତ ପାଇଁ କଟକଣା କରାଯାଇଥିବା ପୁରୀ ଏସ୍ପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ସାଢ଼େ ୭ଟାରେ ପହଞ୍ଚିବେ ମୋଦି । ତେବେ ପ୍ରଧାନମନ୍ତ୍ରୀ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ସହ ଟ୍ରାଫିକ କଟକଣା ଲାଗୁ ହେବ । ସେହିପରି ରୋଡ୍ ସୋ’ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ କଟକଣା। ତାଳବଣିଆ ଛକରୁ ଶ୍ରୀମନ୍ଦିର, ମରିଚିକୋଟରୁ ମେଡିକାଲ ଛକ ଯାଏଁ କଟକଣା ଲାଗୁ କରାଯାଇଛି । ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ୬୩ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ପୁରୀ ଏସ୍ପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)