Advertisment

‘ଚିଟ୍‌ଫଣ୍ଡ ତଦନ୍ତରେ CBI ପୂରା ଆକ୍ଟିଭ୍‌ ଅଛି, ଆମ ମତ ସମସ୍ତେ ଟଙ୍କା ଫେରସ୍ତ ପାଆନ୍ତୁ’

‘ଓଡ଼ିଶା ଭଳି ସାମର୍ଥ୍ୟବାନ ପ୍ରଦେଶ ଆଉ କେଉଁଠି ନାହିଁ । ଆମକୁ ଅଳ୍ପ ସମୟ ଦରକାର, ଓଡ଼ିଶାର ସବୁ ଆଶା ପୂରଣ କରିବୁ ।’

author-image
Satyendu Shekher Mishra
ଅଦ୍ୟତନ ହୋଇଛି
PM Modi Exclusive Interview With OTV

Narendra Modi

ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ତାପୂର୍ବରୁ OTVକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ଏକ୍ସକ୍ଲୁସିଭ୍ ସାକ୍ଷାତକାର । ସେ କହିଛନ୍ତି, ମୁଁ ରିମୋଟ୍ ରେ ଚାଲିବା ଭଳି ବ୍ୟକ୍ତି ନୁହେଁ। ଏଥିସହ ଓଡ଼ିଶାରେ ବିଜେପି ସରକାର ନେଇ ଦୃଢ଼ୋକ୍ତି କାହିଁକି ପ୍ରଶ୍ନରେ ମୋଦି କହିଛନ୍ତି, ରାଜନୀତିରେ ମୋର ଲମ୍ବା ଅନୁଭବ ରହିଛି। ସଂଗଠନ, ନିର୍ବାଚନ ଲଢ଼ିବା ଓ ଲଢ଼େଇବାର ଅନୁଭବ ରହିଛି। ଓଡ଼ିଶାକୁ ବାରମ୍ବାର ଯିବା ଆସିବା ଭିତରେ ମୁଁ ଦେଖିଲି ଯେ, ଓଡ଼ିଶା ଲୋକ କିଛି ଭିନ୍ନ ସନ୍ଧାନରେ ଅଛନ୍ତି। ଓଡ଼ିଶାକୁ ନୂଆ ନେତୃତ୍ୱ ଦରକାର ଥିବା ଅନୁଭବ ହେଲା। ନିର୍ବାଚନୀ ସଭାରେ ଦେଖିଲି ଲୋକେ ନିର୍ଣ୍ଣୟ କରିସାରିଲେଣି। ତେଣୁ ଶପଥ ତାରିଖ କହିଲି ବୋଲି ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Advertisment

ଅଧିକ ପଢ଼ନ୍ତୁ: ୱାର ରୁମ-ପ୍ରଚାର-ବୁଥ ମ୍ୟାନେଜମେଣ୍ଟର ସମୀକ୍ଷା କଲେ ମୋଦି

ସେହିପରି ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ମଦ୍ୟ ପ୍ରଧାନମନ୍ତ୍ରୀ କଡ଼ା ମନ୍ତବ୍ୟ ଦେଇଛନ୍ତି । ଓଡ଼ିଶା ସାରା ଦେଶକୁ ସ୍ୱାଭିମାନ ଶିଖାଇଛି । ଦେଶର ସ୍ୱାଭିମାନ ଜାଗ୍ରତ ପାଇଁ ଓଡ଼ିଆ ଅସ୍ମିତା ବଡ଼ ଦାୟିତ୍ୱ ତୁଲାଇଛି । ଓଡ଼ିଶାର ପ୍ରତି ଘର କଳା, ପରମ୍ପରାର ଭଣ୍ଡାର । ହେଲେ କିଛି ବର୍ଷ ହେଲାଣି ଓଡ଼ିଶାକୁ କୋଟେରୀ କବ୍‌ଜା କରି ରଖିଛନ୍ତି ଏବଂ ସରକାରରେ ବସିଥିବା ଲୋକ ଏସବୁକୁ ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

 

ରତ୍ନଭଣ୍ଡାର ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇ ମୋଦି କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଯିବା ଆଶ୍ଚର୍ଯ୍ୟଜନକ ବିଷୟ। ତଦନ୍ତ କମିଶନର ରିପୋର୍ଟ ବି ସାର୍ବଜନୀନ କରାଗଲା ନାହିଁ, ଏସବୁ ଦେଖିଲେ ଲାଗୁଛି, କିଛି ତ ଗଡ଼ବଡ଼ି ରହିଛି ବୋଲି କହିଛନ୍ତି ମୋଦି। ଏଥିସହ ଓଡ଼ିଶା ସମୃଦ୍ଧ କିନ୍ତୁ ଲୋକ ଗରିବ ବୋଲି ସାକ୍ଷାତକାରରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ଏହାସହ ମୋଦି କହିଛନ୍ତି ବ୍ୟକ୍ତିଗତ ପ୍ରତିଷ୍ଠା ଲୋଭରେ ଏଠି କିଛି ଯୋଜନା ଲାଗୁ ହେଉନି । ଆୟୁଷ୍ମାନ ଭାରତ ଲାଗୁ ନହେବା ଓଡ଼ିଶାବାସୀଙ୍କ ସହ ଅନ୍ୟାୟ । ଲୋକଙ୍କ ସୁବିଧା ପାଇଁ ଆୟୁଷ୍ମାନ ଭାରତ ଲାଗୁ ଜରୁରୀ । ୱାନ୍‌ ନେସନ, ୱାନ୍‌ ରାସନ କାର୍ଡ ବ୍ୟବସ୍ଥା ବି ଲାଗୁ ଦରକାର । ବ୍ୟକ୍ତିଗତ ପ୍ରତିଷ୍ଠା ଲୋଭରେ ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରାଯାଉନି ।

ଅଧିକ ପଢ଼ନ୍ତୁ: ପ୍ରଚାର ମୈଦାନରେ ହଟହଟା ହେଲେ ଦେବୀ ମିଶ୍ର, ଗରା ଓ ବାଲଟି ଧରି ବିରୋଧ କଲେ ଗ୍ରାମବାସୀ

BJD BJP Congress Odisha Politics General Election 2024
Advertisment
Advertisment