Advertisment

ଅପରାଜିତାଙ୍କୁ ପ୍ରଶଂସାରେ ପୋତିଲେ, ବିଜେଡି ଉପରେ ବର୍ଷିଲେ ହେମାମାଳିନୀ

ଓଡ଼ିଶାରେ ପ୍ରାୟ ୫୦ବର୍ଷ କଂଗ୍ରେସ ଶାସନ ଥିଲା। ଗତ ୨୫ବର୍ଷ ଧରି ବିଜେଡି ଶାସନ ଚାଲିଛି। ମାତ୍ର ଏଠାରେ ଆଖିଦୃଶିଆ ବିକାଶ ହୋଇପାରିନି। ଓଡ଼ିଶାରେ ଦୁର୍ନୀତି ବଢିବାରେ ଲାଗିଛି, ବେରୋଜଗାରୀ ବି ବଢିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Hema Malini Slams Odisha Govt

Hema Malini

ଓଡ଼ିଶା ଗସ୍ତରେ ଡ୍ରିମ୍‌ଗାର୍ଲ ହେମାମାଳିନୀ। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ସାଲିଆ ସାହିରେ ବିଜେପି ପାଇଁ କଲେ ପ୍ରଚାର । ସାଲିଆ ସାହିରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ । ଓଡ଼ିଶାରେ ବଢିଚାଲିଥିବା ଦୁର୍ନୀତି ଓ ପର୍ଯ୍ୟଟନର ବିକାଶ ହୋଇନଥିବା କହି ଦୁଃଖ ପ୍ରକାଶ କରିବା ସହ ବିଜେପି ଶାସିତ ରାଜ୍ୟର ବିକାଶ ଗାଥା ବଖାଣିଲେ।

Advertisment

ମଥୁରାରୁ ବିଜେପି ସାଂସଦ ଅଛନ୍ତି ହେମାମାଳିନୀ। ରାଧେ ରାଧେ କହି ରୋଚକ ଢଙ୍ଗରେ ସେ  ଭାଷଣ ଆରମ୍ଭ କଲେ। ସାଲିଆ ସାହି ବସ୍ତିକୁ ଆସି ବହୁତ ଖୁସି ଅଛି ବୋଲି କହିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ମନେପକାଇଲେ ହେମାମାଳିନୀ । ଅପରାଜିତା ଷଡଙ୍ଗୀଙ୍କୁ ପ୍ରଶଂସାରେ ପୋତିପକାଇ କହିଲେ, ନିର୍ବାଚନରେ ଭାଗନେବାକୁ ଡାକିବାରୁ ତୁରନ୍ତ ଚାଲିଆସିଲି। ଅପରାଜିତା ଷଡଙ୍ଗୀ ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୋଟ୍ ଦେବାକୁ ସେ ନିବେଦନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଅପରାଜିତାଙ୍କ ଗର୍ଜନ, କହିଲେ ୫୪ ପଇସାରେ ବିଜେଡି ଭୋଟ୍

ମୁମ୍ୱାଇର ଧରାଭି ବସ୍ତି ସହ ସାଲିଆ ସାହିକୁ ତୁଳନା କରି ଓଡ଼ିଶାର ଏହି ବସ୍ତିକୁ ସୁଧାରିବାକୁ ଅପରାଜିତା ଚେଷ୍ଟା କରୁଛନ୍ତି ବୋଲି ସେ କହିଥିଲେ। ପଟ୍ଟା ନଥିବାରୁ ଲୋକ ଅସୁବିଧା ଭୋଗୁଛନ୍ତି। ଅପରାଜିତାଙ୍କୁ ଓଡ଼ିଶା ନାରୀ ଶକ୍ତିର ପ୍ରତୀକ ବୋଲି କହିବା ସହ ହେମାମାଳିନୀ କହିଲେ, ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ ହେଲେ ମହିଳାମାନେ ଉପକୃତ ହେବେ। ଏନେଇ ନିର୍ବାଚନୀ ଇସ୍ତାହାରରେ ବିଜେପି ସ୍ପଷ୍ଟ କରିଛି ।

Advertisment

ଓଡ଼ିଶାରେ ପ୍ରାୟ ୫୦ବର୍ଷ କଂଗ୍ରେସ ଶାସନ ଥିଲା। ଗତ ୨୫ବର୍ଷ ଧରି ବିଜେଡି ଶାସନ ଚାଲିଛି। ମାତ୍ର ଏଠାରେ ଆଖିଦୃଶିଆ ବିକାଶ ହୋଇପାରିନି। ଓଡ଼ିଶାରେ ଦୁର୍ନୀତି ବଢିବାରେ ଲାଗିଛି, ବେରୋଜଗାରୀ ବି ବଢିଛି। ପର୍ଯ୍ୟଟନ କ୍ଷେତ୍ର ଉପରେ ବିଜେଡି ଧ୍ୟାନ ଦେଉନି । ଏହା ବଡ଼ ଦୁଃଖର କଥା। ୨୫ବର୍ଷ ଶାସନ କରି ସବୁ କରିଥିବା ବିଜେଡି ଭାବିନେଇଛି। ମାତ୍ର ନୂତନ ଭାରତର ନିର୍ମାଣ କରୁଛନ୍ତି ପ୍ରଧାନମନ୍ତ୍ରୀ।

ଭାରତର ବିକାଶ ନେଇ ବିଶ୍ୱ ଆଶ୍ଚର୍ଯ୍ୟ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଓଡ଼ିଶାରେ ସେ ସୁବିଧା ପହଞ୍ଚିନି। ୧୮ଲକ୍ଷ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମାତ୍ର ଏଠାରେ ବିକାଶ ହୋଇପାରିନି। ଓଡ଼ିଶାରେ ବିଜେପି ସରକାର ହେଲେ ଅନେକ ଉନ୍ନତି ହେବ। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଦୁର୍ନୀତିର ମୂଳପୋଛ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଦୁର୍ନୀତିର ମୂଳପୋଛ କରାଯିବ। ମୋଦିଙ୍କ ନୂଆ ଭାରତ ନାରାକୁ ସଫଳ କରିବାକୁ ହେଲେ ବିଜେପିକୁ ସମସ୍ତେ ଭୋଟ୍‌ ଦେବାକୁ ଅନୁରୋଧ କରିଛନ୍ତି ହେମାମାଳିନୀ।

ଅଧିକ ପଢ଼ନ୍ତୁ: ‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡ଼ିବ’

BJP MP Aparajita Sarangi Hema Malini General Election 2024
Advertisment
Advertisment