Advertisment

ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲା କି ଶଙ୍ଖ ଦଳ ? ପ୍ରଦୀପଙ୍କ ପାୱାର ଦେଖି ଚିନ୍ତାରେ BJD !

ପ୍ରଦୀପଙ୍କ ଆକ୍ରମଣକାରୀ ଶିବଶଙ୍କର ଦାସ- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ବିଜେଡି ମେୟର ଓ ଏବେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ, ତେଣୁ ତାଙ୍କର ଏଭଳି ହିଂସାତ୍ମକ ଆଚରଣ ପଛରେ ଏକ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ବିଜେପି।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Pradeep Panigrahi

ପ୍ରଦୀପ ପାଣିଗ୍ରାହୀଙ୍କ ବଢୁଥିବା ଲୋକପ୍ରିୟତାରେ ଘାବରେଇ ଗଲା କି ବିଜେଡି ? ପ୍ରଦୀପଙ୍କ ବଳରେ ବିଜେପିର ଗଂଜାମ ଦଖଲ ରଣନୀତିକୁ ଦୁର୍ବଳ କରିବାକୁ ରଚିଲାକି ଷଡ଼ଯନ୍ତ୍ର ? ଗତ ୧୩ ତାରିଖରେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଉଠିଛି ଏଭଳି ପ୍ରଶ୍ନ। ଯାହାକୁ ନେଇ ବିଜେପି ସିଧା ବିଜେଡିକୁ ନିଶାନା କରିଥିଲାବେଳେ ବିଜେଡି କିନ୍ତୁ ସବୁ ଅଭିଯୋଗକୁ ମାନିବାକୁ ନାରାଜ। ତେଣେ ଭୁବନେଶ୍ୱର AIIMS ରେ ଏବେ ବି ଚାଲିଛି ଅସୁସ୍ଥ ପ୍ରଦୀପଙ୍କ ଚିକିତ୍ସା।

Advertisment

ତାରିଖ ୨୧-୪-୨୪, ବେଲଗୁଣ୍ଠା, ଗଞ୍ଜାମ ଲେଖା ଛିଡେଇ ଦେବାର ହୁଙ୍କାରରେ ହଡ଼ବଡ଼େଇ ଗଲା କି ବିଜେଡି ? ଗଂଜାମ ଗଡ଼ରେ ପରାଜୟ ଡରରେ ବାଟରୁ କଣ୍ଟା ସଫା ଷଡ଼ଯନ୍ତ୍ର ରଚିଲା କି ଶଙ୍ଖ ଦଳ ? ଗତ ୧୩ ତାରିଖ ସନ୍ଧ୍ୟାରେ ଗୋଷାଣୀ ନୂଆଗାଁରେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ଏ ଆକ୍ରମଣ, ଖାଲି ଯେ ମାଳ ମାଳ ପ୍ରଶ୍ନ ଚିହ୍ନ ଲଗାଇଛି ତା ନୁହେଁ ରାଜ୍ୟ ରାଜନୀତିରେ ବି ସୃଷ୍ଟି କରିଛି କଂପନ।

ଅଧିକ ପଢ଼ନ୍ତୁ: ରକ୍ତରଂଜିତ ହେଲା ନିର୍ବାଚନୀ ରାଜନୀତି, ଖଲ୍ଲିକୋଟରେ ଗଡ଼ିଲା BJP କର୍ମୀଙ୍କ ମୁଣ୍ଡ

Advertisment

ଯେହେତୁ ପ୍ରଦୀପଙ୍କ ଆକ୍ରମଣକାରୀ ଶିବଶଙ୍କର ଦାସ- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ବିଜେଡି ମେୟର ଓ ଏବେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ, ତେଣୁ ତାଙ୍କର ଏଭଳି ହିଂସାତ୍ମକ ଆଚରଣ ପଛରେ ଏକ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ବିଜେପି। ବିଜେପିର କହିବା କଥା- ପ୍ରଦୀପ ପାଣିଗ୍ରାହୀ ପଦ୍ମ ଧରିବା ପରଠୁ ନବୀନ ଓ ପାଣ୍ଡିଆନଙ୍କୁ ବାରମ୍ବାର ସିଧା ନିଶାନା କରି ଆସୁଥିଲେ। ଯାହାକି ତାଙ୍କ ଲୋକପ୍ରିୟତାକୁ ବି ହଠାତ୍ ବଢ଼ାଇ ଦେଇଥିଲା।

ତାସହ ହିଞ୍ଜିଳିରେ ପ୍ରଦୀପ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ରହିବା ସହ ୧୦ ବର୍ଷ ଗଂଜାମ ଜିଲ୍ଲା ବିଜେଡି ସଭାପତି ଥିବାରୁ ବିଜୁ ଜନତା ଦଳର ଅନ୍ଦି-କନ୍ଦି ଓ ତୃଣମୂଳ ସ୍ତରର ବିଜେଡି କର୍ମୀଙ୍କୁ ବି ଜାଣିଥିଲେ। ୨୦୧୪ ଓ ୨୦୧୯ରେ ବିଜେଡିର ଗଂଜାମ ଜିଲ୍ଲା ନିର୍ବାଚନ ପରିଚାଳନା ଦାୟିତ୍ୱ ବି ସଫଳତାର ସହ ତୁଲାଇଥିଲେ ଏବଂ ପାର୍ଟି ଫଣ୍ଡ ମ୍ୟାନେଜମେଣ୍ଟଠୁ ଟିକେଟ୍ ବଣ୍ଟା ଯାଏଁ ସବୁ କଥା ବୁଝୁଥିଲେ। ତେଣୁ ବିଜେଡି ଛାଡ଼ି ବିଜେପିକୁ ଆସିବା ପରେ ପ୍ରଦୀପଙ୍କ ପାଇଁ ଗଂଜାମ ଆଉ ଅଭେଦ୍ୟ ହୋଇ ରହିନଥିଲା।

ଏହାବାଦ୍ ସେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ହେବା ପରଠୁ ମୋଦି, ନଡ୍ଡା ଓ ରାଜନାଥଙ୍କ ଭଳି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗଂଜାମ ଗସ୍ତ ବି ବିଜେଡି ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଥିଲା। ତାସହ ପ୍ରଦୀପ ନିଜେ ଅଣ୍ଟା ଭିଡ଼ି, ବ୍ରହ୍ମପୁରର ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର, ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଭଳି ବହୁ ଜଣାଶୁଣା ଚେହେରାଙ୍କୁ ବି ପଦ୍ମ ଶିବିରରେ ସାମିଲ କରାଇବାରେ ସମର୍ଥ ହୋଇଥିଲେ। ତେଣୁ ଆଗକୁ ଆସ୍କା ସଂସଦୀୟ କ୍ଷେତ୍ରର ସମସ୍ତ ୭ ବିଧାନସଭା ସହ ଭଞ୍ଜନଗରରେ ହେବାକୁ ଥିବା ଭୋଟ୍ ପୂର୍ବରୁ ବିଜେପିକୁ ଦୁର୍ବଳ କରିବାକୁ ବିଜେଡି, ଶିବଶଙ୍କରଙ୍କୁ ମୋହରା ବନାଇ ଆକ୍ରମଣ ରଚିଥିବା ଅଭିଯୋଗ ଆଣିଛି ବିଜେପି। ଯାହାର ଜବାବରେ ବିଜେଡି କହିଛି-ଆମ ଦଳ ହିଂସାରେ ବିଶ୍ୱାସ କରେନା କି ଆମେ କୌଣସି ଷଡ଼ଯନ୍ତ୍ର କରିନାହୁଁ।

ଅଧିକ ପଢ଼ନ୍ତୁ: ପୁଣି ଆଚରଣବିଧି ଉଲଂଘନ! ସରକାରୀ କର୍ମଚାରୀ ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ

ସେପଟେ ଗତ ସୋମବାର ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଆକ୍ରମଣରେ ଗୁରୁତର ଆହତ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀର ଏବେ ଭୁବନେଶ୍ୱର AIIMSରେ ଚିକିତ୍ସା ଚାଲିଛି। ତାଙ୍କର ଛାତି ଓ ପଞ୍ଜରା ହାଡରେ ଆଘାତ ଲାଗିଛି। ମେଡିସିନ, ସର୍ଜରୀ, କାର୍ଡିଓ ଭାସ୍କୁଲାର ସର୍ଜରୀ ଭଳି ବିଭାଗର ଡାକ୍ତରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ ତାଙ୍କ ଚିକିତ୍ସା କରୁଛନ୍ତି। ତାଙ୍କୁ ଆଉ କିଛି ଦିନ ଅବଜରଭେସନରେ ରଖାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ରମଣକାରୀ ଶିବଶଙ୍କର ଦାସଙ୍କୁ ଗିରଫ କରି ପୋଲିସ୍ ଜେଲ୍ ପଠାଇଥିଲେ ବି ଗଂଜାମ ଜିଲ୍ଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନେଇ ଶଙ୍କା ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି।

BJD BJP Pradeep Panigrahi Odisha Politics General Elections 2024
Advertisment
Advertisment