Advertisment

ତାତିରୁ ମିଳିପାରେ ଆଶ୍ୱସ୍ତି, ଆଗାମୀ ୪ ଦିନ ଯାଏ କାଳବୈଶାଖୀ ସମ୍ଭାବନା

ଆଜିଠୁ ରାଜ୍ୟରେ ପାଗରେ ଆସିପାରେ ପରିବର୍ତ୍ତନ । ଆଗାମୀ ୪ ଦିନ ଯାଏ କାଳବୈଶାଖୀ ସମ୍ଭାବନା। ୯ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା । ୭ ଓ ୮ରେ ଅଧିକ ରହିବ ବର୍ଷାର ପରିମାଣ ।

author-image
Pallipuspa Samal
weather update

weather update

ତାତିରୁ ମିଳିପାରେ ଆଶ୍ବସ୍ତି । ଆଜିଠୁ ରାଜ୍ୟରେ ପାଗରେ ଆସିପାରେ ପରିବର୍ତ୍ତନ । ଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି। ୭ ତାରିଖରୁ ବଢିବ ବର୍ଷା ବିସ୍ତୃତି। ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।

Advertisment

ଆଜି ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଗଂଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଉତ୍ତର ଉପକୂଳ ଓଡ଼ିଶା-ପାଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ରହିବା ସମ୍ଭାବନା ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ପାଣିପାଗ ବିଭାଗ ରେକର୍ଡ କହୁଛି, ଗତ ୧୫ ବର୍ଷରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ୨୦୧୦ରେ ଏପ୍ରିଲ ମାସରେ ୨୩ ଦିନ ଦୁଇଟି ଅବଧିରେ ଅନୁଭୂତ ହୋଇଥିଲା। କିନ୍ତୁ ୨୦୧୬ରେ ଲଗାତର ଭାବେ ୨୧ ଦିନ ଅର୍ଥାତ୍ ୧୦ ଏପ୍ରିଲରୁ ୩୦ ଏପ୍ରିଲ ଯାଏଁ ରହିଥିଲା ଗ୍ରୀଷ୍ମପ୍ରବାହ। ତେବେ କାହିଁକି ବଢୁଛି ଗ୍ରୀଷ୍ମପ୍ରବାହ ଦିନ ?

Advertisment

ଚଳିତ ବର୍ଷ ଓଡ଼ିଶାରେ ଏଭଳି ଗ୍ରୀଷ୍ମପ୍ରବାହକୁ ନେଇ ପରିବେଶବିତଙ୍କ ଭିନ୍ନ ମତ ରହିଛି । ଗ୍ରୀଷ୍ମଦିନରେ ଓଡ଼ିଶା ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଉତ୍ତପ୍ତ ବାୟୁ ପ୍ରବାହ, ସମୁଦ୍ର ମଧ୍ୟରୁ ସ୍ଥଳ ଭାଗକୁ ବାୟୁ ପ୍ରବାହିତ ନହେବା, ଆଣ୍ଟି ସାଇକ୍ଲୋନିକ ପ୍ରକ୍ରିୟା, ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁରୁ ବାହାରୁଥିବା ଉତ୍ତପ୍ତ ପବନ ହେଉଛି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନ ବୃଦ୍ଧି ହେବାର ପ୍ରମୁଖ କାରଣ ।

Odisha Weather Update Heat Wave
Advertisment
Advertisment