Advertisment

ସଂକଳ୍ପପତ୍ରରେ ରାଜ୍ୟ ବିଜେପି ଦେଲା ୨୧ ଗ୍ୟାରେଣ୍ଟି, ‘୧୮ ମାସରେ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ’

ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱରରେ ରାଜ୍ୟ ବିଜେପିର ନିର୍ବାଚନ ସଂକଳ୍ପପତ୍ର ଉନ୍ମୋଚନ କରି ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ଗ୍ୟାରେଣ୍ଟି।

author-image
Santosh Kumar Sahoo
undefined

BJP Manifesto

ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ସଂକଳ୍ପର ପେଡ଼ି । ନିର୍ବାଚନୀ ଇସ୍ତାହାରରେ ୨୧ ସଂକଳ୍ପ ପୂରଣର ନିର୍ଭର ପ୍ରତିଶ୍ରୁତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ଭୁବନେଶ୍ୱରରେ ସଂକଳ୍ପ ପତ୍ର ଉନ୍ମୋଚନ କରି ‘ସଂକଳ୍ପରୁ ସିଦ୍ଧି’ ହିଁ ଆମର ଲକ୍ଷ୍ୟ ବୋଲି କହିଥିଲେ। ବିଜେପି ଦେଇଥିବା ସଂକଳ୍ପ ପତ୍ରର ସର୍ବାଗ୍ରେ ରହିଛି- ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ସହ ବିଜେଡି ସରକାରର ବ୍ୟାପକ ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ବ୍ୟବସ୍ଥାର ସମାପ୍ତ । ୧୮ ମାସ ଭିତରେ ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ । ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି।

Advertisment

ରାଜ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ-ଯେଉଁଥିରେ ପ୍ରତ୍ୟକ ମହିଳା ପାଇବେ ୫୦ହଜାର ଟଙ୍କା ଲେଙ୍କାଏଁ ନଗଦ ଭାଉଚର। ଯାହାକୁ ୨ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ସହ ୫ ଶହ SHG ଗୋଷ୍ଠୀର ଶିଳ୍ପ କ୍ଲଷ୍ଟର ସୃଷ୍ଟି କରି ଉତ୍ପାଦିତ ସାମଗ୍ରୀର ବିପଣନ ସୁବିଧା। ମତ୍ସଜୀବୀମାନଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା। ୨୦୨୯ ସୁଦ୍ଧା ୩ଲକ୍ଷ ୫୦ ହଜାର ନିଯୁକ୍ତି, ପିଏମ୍ ଆବାସ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ ଓ ଜଳ ମିଶନ କାର୍ଯ୍ୟକାରୀ କରି ୨୬ ଲକ୍ଷ ଗୃହକୁ ଜଳ ଯୋଗାଣ । କ୍ଷମତାକୁ ଆସିଲେ ଶହେ ଦିନ ଭିତରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବା ସବୁ ନାଗଗରିକଙ୍କୁ ସ୍ୱାସ୍ଥ୍ୟବୀମା ଦେବାର ପ୍ରତିଶ୍ରୁତି ଦେଇଛି ଦଳ।

ସେହିପରି ସଂକଳ୍ପପତ୍ର ଜରିଆରେ ଏକ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି ବିଜେପି। ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟମାନଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ୍ ସହ ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୩ ହଜାର ୫୦୦ ଟଙ୍କା ପେନସନ୍ ଦେବାକୁ ଦଳ କରିଛି ଘୋଷଣା। ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣା ବିଜୁଳି ଯୋଗାଣ ସହ ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ଦେଶର ସବୁ ମେଟ୍ରୋ ସହରରେ ନିର୍ମାଣ ହେବ ଓଡ଼ିଆ ସମୁଦାୟ ଭବନ। ୭୫ ହଜାର କିଲୋମିଟର ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ।

Advertisment

ବୁଣାକାରଙ୍କ ଜୀବୀକାର ଉନ୍ନତି ପାଇଁ ପଶ୍ଚିମ ଓଡ଼ିଶାରେ ୩ଟି ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ ସ୍ଥାପନ କରି ୫୧ ହଜାରରୁ ଅଧିକ ଚାକିରି ସୃଷ୍ଟି। ବୁଣାକାର ସମ୍ମାନ ନିଧି ଜରିଆରେ ପ୍ରତ୍ୟକ ବୁଣାକାରଙ୍କୁ ମାସିକ ସାଢ଼େ ୩ ହଜାର ପର୍ଯ୍ୟନ୍ତ ସହାୟତା ପ୍ରଦାନ। ଅଣ ସଂଗଠିତ କ୍ଷେତ୍ର ଶ୍ରମିକଙ୍କ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ବୀମା। ସ୍କୁଲରେ ଡ୍ରପ୍ ଆଉଟ୍ ରୋକିବାକୁ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଦଳ ଦେଇଛି ପ୍ରତିଶ୍ରୁତି ।

ଆର୍ଥିକ ଓ ସାମାଜିକ ସୁରକ୍ଷାର ପ୍ରତିଶ୍ରୁତି ବାଦ୍ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ, ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ପରେ ତାଲିକାର ସାର୍ବଜନୀନ ଓ ଭକ୍ତମାନଙ୍କ ପାଇଁ ଚାରି ଦ୍ୱାର ଖୋଲିବା ସହ ପରିକ୍ରମା ପ୍ରକଳ୍ପ ବେଳେ ଧ୍ୱଂସ ପାଇଥିବା ମଠ ଗୁଡ଼ିକର କାର୍ଯ୍ୟକ୍ଷମ ପାଇଁ ସହାୟତା ପ୍ରଦାନ ପାଇଁ ବି ସଂକଳ୍ପପତ୍ରରେ ଘୋଷଣା କରିଛି ଦଳ। ସେପଟେ ଏହା କେବଳ ଏକ ସଂକଳ୍ପପତ୍ର ନୁହେଁ ବରଂ ଓଡ଼ିଶା ପ୍ରଦେଶର ବିକାଶର ମାନଚିତ୍ର ବୋଲି କହିଛନ୍ତି ଦଳର ପ୍ରମୁଖ ନେତା। ଏବେ ଦେଖିବାର କଥା ରାଜ୍ୟ ବିଜେପିର ଏ ୨୧ ସଂକଳ୍ପ ୨୪ ନିର୍ବାଚନରେ ଓଡ଼ିଶାର ଭୋଟରଙ୍କୁ କେତେ ପ୍ରଭାବିତ କରୁଛି।

BJP JP Nadda General Elections 2024
Advertisment
Advertisment