Advertisment

ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଶ୍ରୀଜିଉଙ୍କ ଆଜି ପଇତାଲାଗି ନୀତି ଥିବାରୁ ୪ ଘଣ୍ଟା ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ସଂଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

author-image
Pallipuspa Samal
ଅଦ୍ୟତନ ହୋଇଛି
Puri Srimandira Paita Lagi Niti

Shreemandira

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ଅନୁଷ୍ଠିତ ହେବ ପଇତାଲାଗି ନୀତି। ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହେବ। ମଧ୍ୟାନ୍ନଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ନିଷ୍ଠାର ସହ ସମ୍ପନ୍ନ କରିବେ।

Advertisment

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତା। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସଂଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ। ଶ୍ରୀଅଙ୍ଗକୁ ସୁରକ୍ଷିତ ରଖିବା ପାଇଁ ପଇତା ଲାଗି କରାଯାଇଥାଏ। ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ଗୁପ୍ତସେବା କରାଯିବ। ଏହା ଏକ ଗୁପ୍ତ ନିତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ।

ଅଧିକ ପଢ଼ନ୍ତୁ: ପୁରୀରେ ଏଥର ମୁଖ୍ୟ ମୁଦ୍ଦା, କିଏ ଖୋଲିବ ଶ୍ରୀମନ୍ଦିରର ଚାରିଦୁଆର ?

ଏହା ପୂର୍ବରୁ ଗତ ୨୧ ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୟଣା ଚୋରି ନୀତି ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଦୟଣା ମହାପ୍ରଭୁଙ୍କ ପାଇଁ ପଠାଇଥିଲେ । ପୂର୍ବରୁ ଦକ୍ଷିଣ ଭାରତରୁ ମହାପ୍ରଭୁଙ୍କ ପାଇଁ ଦୟଣା ଆସୁଥିବା ପରମ୍ପରା ରହିଛି ।

Advertisment

ସୂଚନା ଅନୁସାରେ ପୂର୍ବରୁ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ହେବା ନେଇ ବିଶୃଙ୍ଖଳା ଦେଖାଦେଇଛି । ମହାପ୍ରଭୁଙ୍କ ନୀତି ବିଳମ୍ବ ଯୋଗୁ ସିଂହ ଦୁଆରେ ଜଗା ଦର୍ଶନ ପାଇଁ ଅପେକ୍ଷା କରି କରି ଭକ୍ତମାନେ ହଇରାଣ ହେଉଛନ୍ତି ।

ସୂଚନା ଅନୁସାରେ ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରଥଯାତ୍ରାକୁ ନଜରରେ ରଖି ନିର୍ବାଚନ ଥିବାରୁ ଆଦର୍ଶ ଆଚରଣ ବିଧିକୁ ଗୁରୁତ୍ୱର ସହ ନେଇ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ।

Puri Srimandir Paita Lagi Niti
Advertisment
Advertisment