Advertisment

ଏଥର ମଇଦାନରେ ବହୁ ନିଆରା ପ୍ରାର୍ଥୀ...କାହା ପାଖେ ନାହିଁ ଅର୍ଥ, କାହା ପାଖେ ନାହିଁ ଦଳ ସମର୍ଥନ

ଏଥର ନିର୍ବାଚନ ମୈଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ବହୁ କୋଟିପତି ପ୍ରାର୍ଥୀ। ହେଲେ ଏଥର ନିର୍ବାଚନରେ କିଛି ନିଆରା ନେତା ସାଜିଛନ୍ତି ସ୍ବାଧୀନ ପ୍ରାର୍ଥୀ।

author-image
Santosh Kumar Sahoo
undefined

Unique Candidates

ନିର୍ବାଚନ ମୈଦାନରେ ଦିନ ମଜୁରିଆ । ଡେଲି ଖଟୁଛନ୍ତି, ଖାଉଛନ୍ତି । ତାରି ଭିତରେ ନିର୍ବାଚନ ଲଢି ଲୋକଙ୍କ ସେବା କରିବାକୁ ଅଣ୍ଟା ଭିଡିଛନ୍ତି କୋରାପୁଟ ବୈପାରୀଗୁଡାର ପ୍ରମିଳା ପୂଜାରୀ । SUCI କମ୍ୟୁନିଷ୍ଟ ପାର୍ଟିର ସେ ସାଂସଦ ପ୍ରାର୍ଥୀ । ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍ ପ୍ରମିଳା, ଘରୁ ଘରୁ ଟଙ୍କାଟିଏ ଲେଖାଏଁ ମାଗି ନାମାଙ୍କନ ଭରିଛନ୍ତି । ପ୍ରଚାର ସହ ଅନ୍ୟ ନିର୍ବାଚନ ଖର୍ଚ୍ଚରେ ତାଙ୍କୁ ସହଯୋଗ କରୁଛନ୍ତି ବୈପାରୀଗୁଡାର ସାଧାରଣ ଜନତା। ନିକଟରେ ରିଲିଜ ହୋଇଥିବା ADR ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟ ଅନୁଯାୟୀ, ପ୍ରମିଳା ସବୁଠୁ ଗରିବ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ୨୦ ହଜାର ୬୨୫ ଟଙ୍କା ବୋଲି ତଥ୍ୟ ପ୍ରକାଶ ପାଇଛି ।

Advertisment

ନିର୍ବାଚନରେ ଆଉ ଜଣେ ନିଆରା ପ୍ରାର୍ଥୀ ହେଉଛନ୍ତି ମାଲକାନଗିରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ଘେନୁ ମୁଦୁଲି। ଜଣେ ଆଦିବାସୀ, ଗରିବ ନେତା । ଗରିବ ଏଥିପାଇଁ ଯେ, ନିର୍ବାଚନ ଲଢିବାକୁ ତାଙ୍କ ପାଖରେ ଅର୍ଥ ନାହିଁ । ନାମାଙ୍କନ ଭରିଦେଲେ ସିନା ଟଙ୍କା ନ ଥିବାରୁ ଭଲରେ ପ୍ରଚାର କରିପାରୁନାହାଁନ୍ତି । ତେଣୁ ତାଙ୍କ ପାଇଁ ଟଙ୍କା ଯୋଗାଡରେ ଲାଗି ପଡ଼ିଛନ୍ତି ଗଙ୍ଗଲାଗୁଡା ଗ୍ରାମବାସୀ । ନିଜେ ଯେତେ ପାରିବେ ଦେଉଛନ୍ତି ଅନ୍ୟକୁ ବି ସହଯୋଗ କରିବାକୁ କହୁଛନ୍ତି। ପୂର୍ବରୁ ଦୁଇ ଥର ସ୍ୱାଧୀନ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ବି ଏଥର ନିଶ୍ଚୟ ଜିତିବେ ବୋଲି ଆଶା ରଖିଛନ୍ତି ଘେନୁ।

କଟକ ସଂସଦୀୟ କ୍ଷେତ୍ର ପାଇଁ ସମୃଦ୍ଧ ଓଡ଼ିଶାର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ସୂତାହାଟ ଅଂଚଳର ମୀନତି ପଟ୍ଟନାୟକ। ନିର୍ବାଚନ ମୈଦାନରେ ମୀନତିଙ୍କ ବିପକ୍ଷରେ ରହିଛନ୍ତି ଅନ୍ୟ ଦଳର କୋଟିପତି ତଥା ହେଭିୱେଟ୍ ପ୍ରାର୍ଥୀ। ଇଏ ସେହି ମୀନତି ଯିଏ, କିଛି ମାସ ତଳେ ନିଜେ ରହୁଥିବା କୋଟିଏ ଟଙ୍କାର ଘରକୁ ଜଣେ ରିକ୍ସାବାଲାକୁ ଦାନ କରିଦେଇଥିଲେ ।

Advertisment

୨୦ ବର୍ଷ ଧରି ଭାରତୀୟ ସେନାରେ ରହି ଦେଶ ସେବା କରିବା ପରେ ଲୋକସେବା ପାଇଁ ରାଜନୀତିକୁ ଓହ୍ଲାଇଛନ୍ତି ପୂର୍ବତନ ସେନା ଅଧିକାରୀ ନିର୍ମଳ କୁମାର ଦାସ । ରାଉରକେଲା ଛେଣ୍ଡ୍ କଲୋନୀର ନିର୍ମଳ, ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ରାଉରକେଲା ବିଧାନସଭା ସିଟରେ ଲଢୁଥିବା ନିର୍ମଳ କହିଛନ୍ତି, ଏଥର ନିର୍ବାଚନ ଜିତି ସେ ସିଧାସଳଖ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବେ।

General Elections 2024
Advertisment
Advertisment