Advertisment

‘ନବୀନ ବାବୁ ହାରୁଥିବା ଜାଣି ମହିଳାମାନଙ୍କୁ ବାଟବଣା କରୁଛନ୍ତି’

‘ରାଜ୍ୟରେ ରାଜନୈତିକ ନିୟନ୍ତ୍ରଣ ଶେଷ ହୋଇଯାଇଛି। ସବୁ କିଛି ବ୍ୟୁରୋକ୍ରାସି ହାତରେ ରହିଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
JP Nadda

JP Nadda

ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ ପାଇଁ ଆସିବା ଅବସରରେ ଓଟିଭିକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଏକ୍ସକ୍ଲୁସିଭ୍ ଇଣ୍ଡରଭ୍ୟୁ। ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ନବୀନ ବାବୁ ଗ୍ଲାସ ହାଉସରେ ରହୁଛନ୍ତି। ନବୀନ ବାବୁ ସାଧାରଣ ଜନତାଙ୍କଠାରୁ ଦୂରରେ ରହୁଛନ୍ତି। ଜନତାଙ୍କ ଅବସ୍ଥା କ’ଣ ଅଛି, ନବୀନ ବାବୁ ତାହା ଦେଖିପାରୁନାହାନ୍ତି’ ବୋଲି ସେ କହିଛନ୍ତି ।

Advertisment

ସେହିପରି ସେ ଆହୁରି କହିଛନ୍ତି ଯେ, ‘ରାଜ୍ୟରେ ରାଜନୈତିକ ନିୟନ୍ତ୍ରଣ ଶେଷ ହୋଇଯାଇଛି। ସବୁ କିଛି ବ୍ୟୁରୋକ୍ରାସି ହାତରେ ରହିଛି। ଏସ୍‌ଏଚ୍‌ଜି ପ୍ରସଙ୍ଗରେ ବିଜେଡି ନେତାଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖି ଜେପି ନଡ୍ଡା କହିଛନ୍ତି ଯେ, ଜଣେ ନିଜେ ହାରିବା ଜାଣିବା ପରେ ଅନ୍ୟ ନାଁରେ ଭ୍ରାନ୍ତି କରେ। ନିଜେ ଡରିଲେ ଅନ୍ୟ ନାଁରେ ଡର, ଭ୍ରାନ୍ତି ସୃଷ୍ଟି କରେ। ନିଜ ହାରିବା ସୁନିଶ୍ଚିତ ଜାଣିବା ପରେ ଜଣେ ଭ୍ରାନ୍ତି ସୃଷ୍ଟି କରେ। ଯେଉଁ ରାଜ୍ୟରେ ବିଜେପି ସରକାର, ସେଠି ଏସ୍‌ଏଚ୍‌ଜି ମଜବୁତ ଅଛି। ନବୀନ ବାବୁଙ୍କୁ ଦେଖାଗଲାଣି ଯେ ସେ ନିର୍ବାଚନ ହାରୁଛନ୍ତି। ହାରୁଥିବା ଜାଣି ସେ ମହିଳାମାନଙ୍କୁ ଭ୍ରାନ୍ତ ଧାରଣା ଦେଉଛନ୍ତି’ ବୋଲି କହିଛନ୍ତି ନଡ୍ଡା ।

ସେହିପରି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ସର୍ବଦା ଅଗ୍ରାଧିକାର ଦିଅନ୍ତି ଏବଂ ଆଗକୁ ବି ଦେବେ ବୋଲି କହିଛନ୍ତି ନଡ୍ଡା । ‘ଓଡ଼ିଶାରେ ଇକୋନୋମିକ କରିଡର ହେବ, ଲୋକଙ୍କ ରୋଜଗାର ବଢ଼ିବ। ରୋଜଗାର ବଢ଼ିଲେ ଲୋକ ବାହାରକୁ ଆଉ ଯିବେନି। ଓଡ଼ିଶାର ଅବସ୍ଥା ଏବେ କ’ଣ ଅଛି, ଚାଷୀଙ୍କ ହାଲତ ବହୁତ ଖରାପ ଅଛି । ଓଡ଼ିଆ ଲୋକ ରୋଜଗାର ପାଉନାହାନ୍ତି, ଦାଦନ ଖଟିବାକୁ ଯାଉଛନ୍ତି। ବିଜେପି ସରକାର ଆସିଲେ ଆର୍ଥିକ ଅଗ୍ରଗତି ବଢ଼ିବ, ରୋଜଗାର ମିଳିବ ବୋଲି କହିଛନ୍ତି ଜେପି ନଡ୍ଡା।

Advertisment

ସେହିପରି ଶ୍ରୀମନ୍ଦିର ପ୍ରସଙ୍ଗରେ ବଡ଼ ବୟାନ ଦେଲେ ଜେପି ନଡ୍ଡା। ‘ରାଜନୈତିକ କାରଣରୁ ରତ୍ନଭଣ୍ଡାର ଖୋଲୁନି। ଏ ପ୍ରସଙ୍ଗ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆସ୍ଥା ସହ ଜଡ଼ିତ। ରାଜନୈତିକ କାରଣରୁ ଏହା କରାଯାଉନି। ଆମ ସରକାର ଆସିଲେ ଚାବି ହଜିବା ତଦନ୍ତ କରିବୁ। ରତ୍ନଭଣ୍ଡାର ଖୋଲିବ ସହ ତଥ୍ୟ ସାର୍ବଜନୀନ କରିବୁ’ ‍ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ସେହିପରି ଓଟିଭିକୁ ଏକ୍ସକ୍ଲ୍ୟୁସିଭ୍‌ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ, ଭ୍ରଷ୍ଟାଚାରୀ ନିଶ୍ଚିତ ଭାବେ ଜେଲ୍‌ ଯିବେ କହିଲେ ନଡ୍ଡା। ଯାହା ଦୁର୍ନୀତି ହୋଇଛି, ତାର ନିଶ୍ଚିତ ତଦନ୍ତ କରାଯିବ। ତଦନ୍ତ ହେଲେ କ୍ଷୀର-ପାଣି ଅଲଗା ହୋଇଯିବ ଆଉ ଭ୍ରଷ୍ଟାଚାରୀ ନିଶ୍ଚିତ ଜେଲ୍‌ ଯିବେ। ଓଡ଼ିଶାରେ ଅଫିସର ସରକାର ଚଲାଉଛନ୍ତି । ବିଜେଡି ନେତୃତ୍ୱ ବ୍ୟାକ୍‌ଗ୍ରାଉଣ୍ଡ ପଳାଇଛି। ଓଡ଼ିଶାରେ ଅଫିସର ସରକାର ଚଳାଉଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।

BJP JP Nadda General Elections 2024
Advertisment
Advertisment