/odishatv-khabar/media/post_attachments/uploadimage/library/16_9/16_9_0/BJP_1714923843.jpg)
BJP
ଭାରତୀୟ ଜନତା ପାର୍ଟିର ଫୋକସ୍ ଓଡ଼ିଶା । ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଘେରିବାକୁ ବିଜେପିର କେନ୍ଦ୍ରୀୟଙ୍କ ନେତୃତ୍ୱଙ୍କ ବିସ୍ତୃତ ରୋଡ୍ ମ୍ୟାପ୍। ୨୪ ମହାସମରରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ଓଡ଼ିଶାରେ ଏବେ ଜଣକ ପରେ ଜଣେ ପଦ୍ମ ଦଳର ତୁଙ୍ଗ ନେତାଙ୍କ ଉପସ୍ଥିତି। ଗଞ୍ଜାମ ଗୋପାଳପୁର ନିର୍ବାଚନଣ୍ଡଳୀ କନିଷି ପଡ଼ିଆର ଆସନ୍ତାକାଲି ସକାଳେ ପହଞ୍ଚୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କନିଷିରେ ଆୟୋଜିତ ହେବାକୁ ଥିବା ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ଆଉ ବ୍ରହ୍ମପୁର ସଭା ସାରି ମଧ୍ୟାହ୍ନରେ ନବରଂଗପୁର ଚିକିଲି ପଡ଼ିଆରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଯାହାକୁ ନେଇ ଉତ୍ସାହିତ ସମଗ୍ର ଦକ୍ଷିଣ ଓଡ଼ିଶା ସହ ରାଜ୍ୟ ବିଜେପି ମହଲ ।
ଏପଟେ ଚଳିତ ନିର୍ବାଚନରେ ପ୍ରଚାର ପାଇଁ ଓଡ଼ିଶାକୁ ବିଜେପିର ତୁଙ୍ଗ ନେତାଙ୍କ ଘନ ଘନ ଗସ୍ତ କାର୍ଯ୍ୟକ୍ରମ, ରାଜ୍ୟ ରାଜନୈତିକ ମାହୋଲକୁ ଅଧିକ ସରଗରମ କରିଛି। ମୋଦିଙ୍କ ପ୍ରଚାରର ଦିନକ ପରେ ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ ରାୟଗଡାରେ ଆୟୋଜିତ ହେବାକୁ ଥିବା ବିରାଟ ସାଧାରଣ ସଭାରେ ଯୋଗଦେବେ। ପରେ ଆସନ୍ତା ୧୦ରେ ପୁଣି ଆସିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍ ଶୋରେ ଯୋଗଦେବେ। ମେ ୧୧ରେ ମୋଦି ବଲାଙ୍ଗୀର ଯାଇ ପଶ୍ଚିମ ଓଡ଼ିଶାର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ।
ପ୍ରଧାନମନ୍ତ୍ରୀଙ୍କ ପରେ ୧୨ ତାରିଖରେ ପୁଣି ଆସିବେ ଅମିତ ଶାହା । ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ ସଭାପତି ଜେପି ନଡ୍ଡା ଭୁବନେଶ୍ୱରରେ ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ କରିବା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କଟକରେ ବଡ଼ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ଏଭଳି ଓଡ଼ିଶା ଆଗମନ ବିଜେଡି ମହଲରେ କମ୍ପନ ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି। ସେପଟେ କିନ୍ତୁ ବିଜେପି ନେତାଙ୍କ ଏ ଘନ ଘନ ଗସ୍ତ ରାଜ୍ୟର ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇବନି ବୋଲି କହିଛି ବିଜେଡି।
ରାଜ୍ୟରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିବାକୁ କିଛି ଦିନ ପୂର୍ବରୁ ଓଡ଼ିଶା ଆସି ନବୀନ ସରକାରଙ୍କ ବିରୋଧରେ ଖୁବ୍ ବର୍ଷିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଉ ଏବେ ପ୍ରଧାନମନ୍ତ୍ରୀଙ୍କ ସମେତ ଜଣକ ପରେ ଜଣେ ଶୀର୍ଷ ନେତା ଓଡ଼ିଶା ମୁହାଁ ହେବା, ଏଥର ନିର୍ବାଚନୀ ମାହୋଲକୁ ବେଶ୍ ସରଗରମ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)