Advertisment

ବ୍ରହ୍ମପୁର-ନବରଙ୍ଗପୁରରେ ବିଶାଳ ଜନସମାବେଶ

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ଆଜି ୨ଟି ସ୍ଥାନରେ ବିଶାଳ ଜନସଭାକୁ କରିବେ ସମ୍ବୋଧନ । ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ମୋଦିଙ୍କ ସଭା।

author-image
Pallipuspa Samal
ଅଦ୍ୟତନ ହୋଇଛି
PM Modi To Visit Behrampur

Narendra Modi

ବ୍ରହ୍ମପୁରରେ ବର୍ଷିବେ ମୋଦି । ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ବିଶାଳ ଜନସଭାକୁ କରିବେ ସମ୍ବୋଧନ । ସକାଳ ୧୦ଟାରେ ବ୍ରହ୍ମପୁର ଏବଂ ଦିନ ସାଢ଼େ ୧୨ଟାରେ ନବରଙ୍ଗପୁର ପାପଡ଼ାହାଣ୍ଡିରେ ପ୍ରଧାନମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର ସହର ଉପକଣ୍ଠ କନିଷିରେ ସାଧାରଣ ସଭାକୁ ଉଦବୋଧନ ଦେବେ ମୋଦି।ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ ।

Advertisment

ଗତକାଲି ରାତିରେ ଓଡ଼ିଶାରେ ପହଞ୍ଚିଥିଲେ ମୋଦି । ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ରାଜଭବନ ଅଭିମୁଖେ ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦର ବାହାରେ ଦେଖାଯାଇଥିଲା ଜନସମୁଦ୍ର। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ହଜାର ହଜାର ଲୋକେ ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷା କରି ରହିଥିଲେ। ଆଉ ରାସ୍ତାରେ ଗଲା ବେଳେ, ମୋଦି ସମସ୍ତଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଗାଡ଼ିରେ ବସି ଲୋକଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ‘ନବୀନ ବାବୁ ହାରୁଥିବା ଜାଣି ମହିଳାମାନଙ୍କୁ ବାଟବଣା କରୁଛନ୍ତି’

ରାଜଭବନରେ ପହଞ୍ଚିବା ପରେ ସେଠାରେ ରାତ୍ରି ଯାପନ କରିଛନ୍ତି । ଆଜି ସକାଳ ପ୍ରାୟ ୯ଟାରେ ସେ ବ୍ରହ୍ମପୁର ଅଭିମୁଖେ ବାହାରିବେ । ପ୍ରଥମେ ରାଜଭବନରୁ ବିମାନବନ୍ଦରକୁ ଯିବେ । ସେଠାରୁ ବ୍ରହ୍ମପୁର ଯିବେ । ସକାଳ ୧୦ଟାରେ ବ୍ରହ୍ମପୁରରେ ଏକ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେବେ ।

Advertisment

ଆଜିର କାର୍ଯ୍ୟକ୍ରମ ପରେ ଆସନ୍ତା ୧୦ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ୧୦ ତାରିଖରେ ଭୁବନେଶ୍ୱରରେ ରୋଡ୍ ଶୋ କରିବେ ମୋଦି। ସମ୍ଭବତଃ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୋଡ୍ ଶୋ କରିପାରନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ରୋଡ୍ ଶୋକୁ ନେଇ ଦଳୀୟ କର୍ମୀ ବେଶ୍ ଉତ୍ସାହିତ ଥିବା ଅପରାଜିତା କହିଛନ୍ତି।

ମୋଦିଙ୍କ ଗସ୍ତ ପାଇଁ SPG ସହ ୩୦ ପ୍ଲାଟୁନ୍ ଫୋର୍ସ, ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ମୁତୟନ କରାଯାଇଛି। ବ୍ରହ୍ମପୁର କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ନବରଙ୍ଗପୁର ଜନସଭାରେ ଯୋଗଦେବେ। 

ଅଧିକ ପଢ଼ନ୍ତୁ: ବିଜେପି ସଂକଳ୍ପ ପତ୍ର: ସରକାରକୁ ଆସିଲେ ଖୋଲିଯିବ ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ଚାରିଦ୍ୱାର

ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଭୁବନେଶ୍ୱର ଆସି ପହଞ୍ଚିଥିଲେ । ତାଙ୍କୁ ବିମାନବନ୍ଦରରେ ବିଜେପି ନେତା ବିପୁଳ ସମ୍ବର୍ଦ୍ଧନା ସହ ସ୍ୱାଗତ କରିଥିଲେ।  ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଥିଲେ। ବିଜେପି ସଂକଳ୍ପ ପତ୍ର ‘ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି’। ସେଠାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବିଜେପିର ବହୁ ତୁଙ୍ଗ ନେତା ତାଙ୍କୁ ସ୍ୱାଗତ କରିଥିଲେ ।

BJP PM Narendra Modi General Elections 2024
Advertisment
Advertisment