• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Left Top

ଆମେ ନେତାଜୀଙ୍କର ‘କ୍ୟାନ୍‌ ଡୁ, ଉଇଲ୍ ଡୁ ସ୍ପିରିଟ୍‌’ରେ ପ୍ରେରିତ ହେବା ଉଚିତ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏଠାରେ ହିଁ ନେତାଜୀଙ୍କ ‌ଏକ ପ୍ରତିମୂର୍ତ୍ତି ଖୁବ୍ ଶୀଘ୍ର ସ୍ଥାପିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…

bcci
'ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା'

ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନର ଉତ୍ପାଦନ ଓ କମ୍ପାନୀକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି, ଅନ୍ୟପଟେ ବିସିସିଆଇ ଚାଇନା ମୋବାଇଲ୍ କମ୍ପାନୀ ଦ୍ୱାରା ଭାରତକୁ ଫାଇଦା ହେଉଥିବା କହିଛି ବିସିସିଆଇ। ବର୍ତ୍ତମାନ ଭାରତର ଲୋକପ୍ରିୟ କ୍ରିକେଟ୍‌ ଲିଗ୍ ଆଇପିଏଲର ମୁଖ୍ୟ ଟାଇଟଲ୍ ସ୍ପନସର୍ ଅଛି ‘ଭିଭୋ’। ଏହି ଚାଇନା କମ୍ପାନୀ ସହ ଚୁକ୍ତି ରଦ୍ଦ ହେବନି ବୋଲି କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମାଲ୍। ସେ କହିଛନ୍ତି, ଆଗାମୀ ଦିନରେ ଯଦି ଆବଶ୍ୟକ ପଡ଼େ, […]

mandiraa
ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଓ ଟିଭି ହୋଷ୍ଟ ମନ୍ଦିରା ବେଦୀ ଏବେ ମାଲଦୀପଭରେ ଛୁଟି କାଟୁଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।  ନିଜର ଛୁଟି ଏନ୍‌ଜୟ କରୁଥିବା ମନ୍ଦିରା ମାଲଦୀଭର ସମୁଦ୍ର କୂଳରେ ଏକଦମ୍‌ ହଟ୍‌ ଅନ୍ଦାଜରେ ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରମ ଆକାଉଣ୍ଟରେ ଶେୟାର କରିଛନ୍ତି। View this post on Instagram A post shared by Mandira Bedi (@mandirabedi) ଏହି ଫଟୋରେ ମନ୍ଦିରା ଏକ ରେଡ୍‌ କଲର୍‌ […]

mi
ଚମ୍ପୁଆରୁ ଜିତିଲେ ବିଜେଡିର ମିନାକ୍ଷୀ ମହାନ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ବିଜୟୀ ହୋଇଛନ୍ତି। ମିନାକ୍ଷୀ ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟରେ ହରାଇଛନ୍ତି। ୨୦୧୪ରେ ଏଠାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସନାତନ ମହାକୁଡ଼ ଜିତିଥିଲେ।  ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ଏଠାରେ ସ୍ୱାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ ଓ ବିଜେଡି ପ୍ରାର୍ଥୀ ପପୁ ପମ୍‌ପମ୍‌ଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ ସନାତନ ବିଜୟୀ ହୋଇଥିଲା। ସନାତନଙ୍କ ପୂର୍ବରୁ ଏଠାରେ ବିଧାୟକ ଥିଲେ ଜିତୁ ପଟ୍ଟନାୟକ। ଏଥର […]

modf
ପ୍ରଧାନମନ୍ତ୍ରୀ ମୋଦି ଜିତିଲେ

ବାରାଣସୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଉତ୍ତର ପ୍ରଦେଶରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃହତ ୩.୮୫ ଲକ୍ଷ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ସପା-ବିଏସ୍‌ପି ମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେହିପରି କଂଗ୍ରେସ ୨୦୧୪ ପରି ୨୦୧୯ରେ ମଧ୍ୟ ଅଜିତ ରାୟଙ୍କ ଉପରେ ଭରସା କରିଥିଲା। ହେଲେ ମୋଦି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଗତଥର ମୋଦିଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ […]

aa
ହାରିଯିବେକି ଏଇ ୨ ଭଉଣୀ ?

ଭୁବନେଶ୍ୱର  : ଏଥର ଅନେକ ନେତା ଓ ତାଙ୍କ ପିଲାମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି କିଛି ନେତାଙ୍କର କେବଳ ପୁଅ ଅବା ଝିଅମାନେ ପ୍ରାର୍ଥୀ ହୋଇଛନ୍ତି। ଏହି ତାଲିକାରେ ସାମିଲ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ସେ ଏଥର ପ୍ରାର୍ଥୀ ହୋଇ ନାହାନ୍ତି। କିନ୍ତୁ ତାଙ୍କର ଦୁଇ ଝିଅ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ତା’ ପୁଣି ଦୁଇଟି ଭିନ୍ନ ଦଳରୁ। ତାଙ୍କ ବଡ଼ ଝିଅ ସୁନୀତା ବିଶ୍ୱାଳ କଂଗ୍ରେସ […]

ratan
ଭୋଟ୍‌ ଗଣନା ଶୁଣି ହୃଦ୍‌ଘାତରେ ପ୍ରାଣ ହରାଇଲେ କଂଗ୍ରେସ ନେତା

ଭୋପାଲ: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଏକ ଭୋଟ୍‌ ଗଣତି କେନ୍ଦ୍ରରେ ହିଁ ଜଣେ କଂଗ୍ରେସ ନେତା ପ୍ରାଣ ହରାଇଛନ୍ତି। ହୃଦ୍‌ଘାତ କାରଣରୁ ହିଁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାଙ୍କ ନାମ ରତନ ସିଂହ ଏବଂ ସେ ସେହୋର ଜିଲ୍ଲାର ବୋଲି ଜଣାପଡ଼ିଛି। ସେ ଭୋଟ୍‌ ଗଣତି କେନ୍ଦ୍ରରେ କିଏ କେତେ ଆଗୁଆ ରହିଲେ, ସେନେଇ ସେ ତଥ୍ୟ ସଂଗ୍ରହ କରୁଥିଲେ। ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ସେ ସେଠାରେ ହିଁ ଟଳିପଡ଼ିଥିଲେ। […]

6y
ଲୋକସଭା ଆସନରେ ଧିମା ଚାଲିଛି ଭୋଟ୍‌ ଗଣତି !

ଭୁବନେଶ୍ୱର: ଚାଲିଛି ଭୋଟ୍ ଗଣତି। ତେବେ ଓଡ଼ିଶାର କିଛି ଆସନରେ ଗଣତି ଧିମା ଚାଲିଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି କିଛି ଲୋକସଭା ଆସନରେ ଏହା ଦେଖିବାକୁ ମିଳିଛି। । ମିଳିଥିବା ସୂଚନା ଆନୁଯାୟୀ, ଓଡ଼ିଶାରେ ୬୩ଟି ସ୍ଥାନରେ ଭୋଟ୍‌ ଗଣତି ଚାଲିଛି। ଅଧିକାଂଶ ବିଧାନସଭା ଆସନରେ ଟ୍ରେଣ୍ଡ ତୀବ୍ର ବେଗରେ ଜଣାପଡ଼ୁଥିବା ବେଳେ ଲୋକସଭା ଆସନ ଗୁଡ଼ିକରେ କିନ୍ତୁ ଗଣତି ଧୀରେ ଧୀରେ ହେଉଥିବା ଦେଖିବାକୁ ମିଳୁଛି। କେଉଁ କାରଣରୁ ଏପରି ହେଉଛି ତାହା ଏପର୍ଯ୍ୟନ୍ତ […]

kkv
ଏଠି ବାପ ଆଗରେ, ପୁଅ ପଛରେ

ଭୁବନେଶ୍ୱର : ଏଥର ନିର୍ବାଚନରେ ଯେତେ ଜଣ ପ୍ରାର୍ଥୀ ହୋଇଛନ୍ତି, ସେଥିରେ ବାପ-ପୁଅ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର। ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ସମରେନ୍ଦ୍ର ମିଶ୍ର ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସମରେନ୍ଦ୍ରଙ୍କର ଏହା ହେଉଛି ଡେବ୍ୟୁ ନିର୍ବାଚନ। ନରସିଂହ ମିଶ୍ର ଆଗରେ ରହିଥିବା ବେଳେ ତାଙ୍କ ପୁଅ ପଛରେ ରହିଛନ୍ତି। ବଲାଙ୍ଗିର ଲୋକସଭା […]

ty
ବାପ ପଛରେ, ପୁଅ ଆଗରେ

ଭୁବନେଶ୍ୱର: ଆଜି ଯେଉଁ ବାପ-ପୁଅଙ୍କ ଫଳାଫଳ ଆସିବାକୁ ଅଛି, ସେମାନଙ୍କ ମଧ୍ୟରେ ବିଜେପି ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ଅଛନ୍ତି। ଗଣତି ଚାଲିଥିବା ବେଳେ କେଉଁ ଆସନରେ କିଏ ଆଗୁଆ ରହିଛନ୍ତି, ସେ ନେଇ ବରାବର ଖବର ଆସୁଛି। ଦାମ ଏଥର ବାଲିକୁଦା-ଏରସମା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବେଳେ ସେ ପଛରେ ଥିବା ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଏହି ଆସନରେ ଆଗରେ ଚାଲିଛନ୍ତି। ଅନ୍ୟପକ୍ଷରେ ବିଜେଡିରୁ ପ୍ରାର୍ଥୀ […]

77
ଈଶ୍ୱରଙ୍କ ଶରଣରେ ରାଜନେତା, କିଏ ଯଜ୍ଞ କରୁଛନ୍ତି ତ କିଏ ମାଗୁଛନ୍ତି ଆଶୀର୍ବାଦ

ନୂଆଦିଲ୍ଲୀ : କାହା ଭାଗ୍ୟରେ କ’ଣ ଅଛି, କିଏ କହିବ? ସବୁ ଭଗବାନଙ୍କ ହାତରେ। ଏମିତି କିଛି କଥା ଆମ ରାଜନେତାଙ୍କ ମୁହଁରୁ ଏବେ ଶୁଣିବାକୁ ମିଳୁଛି। କାରଣ ଦୀର୍ଘ ସମୟ ଧରି କସରତ୍‌ କରିବା ପରେ ଆଜି ବାହାରୁଛି ଫଳ । କାହା ପେଡିରେ ବିଜୟ ଆଉ କାହା ପେଡିରେ ପରାଜୟ ଥିବ କିଏ ଜାଣିଛି ? ଏଣୁ ଭଗବାନଙ୍କ ଶରଣାପନ୍ନ ହେବାକୁ ରାଜନେତାମାନେ ଏବେ ଠିକ୍‌ ମଣୁଛନ୍ତି କହିବା ଠିକ୍‌ ହେବ। ନିକଟରେ ବିଜେପି […]

kn
କହ୍ନେୟା ପଛରେ, ଆଗରେ ଗିରିରାଜ

ବେଗୁସରାଇ: ଚଳିତ ସାଧାରଣ ନିର୍ବାଚନରେ ବାମପନ୍ଥୀଙ୍କର ବହୁ ଚର୍ଚ୍ଚିତ ପ୍ରାର୍ଥୀ କୁହାଯାଉଥିବା ପୂର୍ବତନ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଭୋଟ୍‌ ଗଣତିରେ ପଛରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବହୁ ବିବାଦୀୟ ବିଜେପି ନେତା ଗିରିରାଜ ସିଂହ ତାଙ୍କଠାରୁ ୨ ଗୁଣରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଆଗୁଆ ଅଛନ୍ତି। ଏହି ଆସନରେ ଗିରିରାଜ ଏବଂ କହ୍ନେୟାଙ୍କ ବ୍ୟତୀତ ଆରଜେଡି ପ୍ରାର୍ଥୀ ତନବୀର ହାସନ୍‌ ମଧ୍ୟ ଅଛନ୍ତି। ନିର୍ବାଚନ ପୂର୍ବରୁ ସିପିଆଇ ସହ ଆରଜେଡିର ମେଣ୍ଟ […]

t6
୨୫ ତାରିଖ ଭିତରେ ଅନ୍ଧାରରୁ ମୁକୁଳିବ ଶ୍ରୀକ୍ଷେତ୍ର

ପୁରୀ: ପ୍ରଳୟଙ୍କରୀ ଫୋନି ବାତ୍ୟାକୁ ୨ ସପ୍ତାହ ପୂରିଲା । ହେଲେ ଫୋନିରେ ଶ୍ରୀହୀନ ହୋଇଯାଇଥିବା ଶ୍ରୀକ୍ଷେତ୍ରର ବହୁ ଇଲାକା ଆଜି ବି ଅନ୍ଧାରରେ। ପର୍ଯ୍ୟଟନ ସହରରେ ସମ୍ପୁର୍ଣ୍ଣ ସ୍ୱାଭାବିକ ହୋଇନି ବିଜୁଳି ଯୋଗାଣ ବ୍ୟବସ୍ଥା। ଫଳରେ ଗରମ ଆଉ ଗୁଳୁଗୁଳି ସହ ପାନୀୟ ଜଳ ସମସ୍ୟାରେ କଲବଲ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏସବୁ ଭିତରେ ସମ୍ପୁର୍ଣ୍ଣ ପୁରୀ ସହରରେ ବିଜୁଳି ପୁର୍ନବାହାଲ ହେବାକୁ ଆସନ୍ତା ୨୫ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି […]

sss
ଆଜୀବନ କାରାଦଣ୍ଡାଦେଶ ପରେ ଉପର କୋର୍ଟକୁ ଯିବେ ବୋଲି କହିଲେ ସବ୍ୟସାଚୀ

ଭୁବନେଶ୍ୱର: ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ୨୦୧୭ରେ ବ୍ରହ୍ମପୁର ବଡ଼ବଜାର ମଙ୍ଗଳାବରମ୍ପେଟା ସାହିରୁ ମାରଣାସ୍ତ୍ର, ଟଙ୍କା ସହ ଗିରଫ ହୋଇଥିବା ସବ୍ୟସାଚୀଙ୍କୁ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଯୋଜନା କରୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଏହି ସଜା ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୈାରା ଜଜ୍। ତେବେ ତାଙ୍କ ବିରୋଧରେ ସାକ୍ଷ ପ୍ରମାଣ ନ ଥିବାରୁ କୋର୍ଟଙ୍କ ରାୟ ବିରୋଧରେ ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ସବ୍ୟସାଚୀ। ଆଜି କୋର୍ଟ […]

mo
କେଦାରନାଥଙ୍କ ଶରଣରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାର ନାଥ ମନ୍ଦିର ଦର୍ଶନ କରିଛନ୍ତି।  ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଧାନମନ୍ତ୍ରୀ କେଦାରନାଥରେ ପହଞ୍ଚିବା ପରେ ମନ୍ଦିର ଚାରିପାଖରେ ପରିକ୍ରମା କରିଥିଲେ । ଏହାପରେ ମନ୍ଦିର ଭିତରକୁ ଯାଇ ପୂଜା କରିଥିଲେ । କେଦାରନାଥ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ […]

nf
ଦେଶରେ ବିଜେପି ବିରୋଧୀ ମେଣ୍ଟ ଗଠନ ନେଇ ଆଲୋଚନା

ନୂଆଦିଲ୍ଲୀ:  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ମେ ୨୩ ଭୋଟ୍ ଗଣତି ପରେ ଦେଶରେ ଏକ ବିଜେପି ବିରୋଧୀ ମେଣ୍ଟ ଗଠନ ନେଇ ସେ ଆଲୋଚନା କରିଥିବା ଜଣାପଡିଛି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାପରେ ସେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ଓ ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟି ଆଲୋଚନା କରିଛନ୍ତି। […]

ram
ରମ୍‌ଜାନ୍‌ ବଜାରରେ ହଲିମ୍‌ ଆଉ ଫେନି ପାଇଁ ଲାଗୁଛି ଭିଡ଼

ନୂଆଦିଲ୍ଲୀ: ପବିତ୍ର ରମ୍‌ଜାନ ମାସ ପାଇଁ ସାରା ଦେଶ ଚଳଚଞ୍ଚଳ। ବିଭିନ୍ନ ରାଜ୍ୟରେ ଏହି ପର୍ବ ପାଳନ ପାଇଁ ପ୍ରସ୍ତୁତ ହେଉଛି। ବିଭିନ୍ନ ରକମର ଖାଦ୍ୟ, ପାନୀୟ ତା ସହ କିଣା ହେଉଛି ଅନେକ ପ୍ରକାରର କପଡ଼ା । ଲୋକେ ସାରା ଦିନର ଉପବାସ ପରେ ସଂଧ୍ୟାରେ ଇଫତାର ପାର୍ଟିରେ ସାମିଲ ହେଉଛନ୍ତି। ଉତ୍ତରପ୍ରଦେଶ ଅଲିଗଡ଼ର ବଜାରରେ ମିଳୁଛି ଅନେକ କିସମର ଫଳ। ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକେ ବେସ୍ ଉତ୍ସାହର ସହ ଏହାକୁ କିଣୁଛନ୍ତି। ସେହିପରି ଶ୍ରୀନଗରର […]

o
ନରଣପୁରରେ ଠିଆ ହୋଇଛି ଗଛ ଉପରେ ଘର

କେନ୍ଦୁଝର: ଇଣ୍ଟରନେଟ୍‌ରେ ସର୍ଚ୍ଚ କରିବା ବେଳେ କାଁ ଭାଁ ଆପଣ “ଗଛ ଘର” ବା “Tree House’’ ଦେଖିଥିବେ। ହେଲେ ଏଥର ଆପଣ ଏମିତି କିଛି ରୋମାଞ୍ଚକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିପାରିବେ। ଅତି ପାଖରୁ। ଏହି ବିଦେଶୀ ସଉକ ଏବେ ଆମ କେନ୍ଦୁଝର ମାଟିରେ ଠିଆ ହୋଇଛି। କେନ୍ଦୁଝର ନରଣପୁରରେ ‘ଟ୍ରି ହାଉସ୍‌’ ଏବେ ଚର୍ଚ୍ଚାରେ। ଗଛ ଉପରେ ଘର କରିଛନ୍ତି ଯୁବ ବ୍ୟବସାୟୀ ବିଶ୍ୱରଞ୍ଜନ ସାମଲ। ନିଜ ଜାଗାରେ ସୁନ୍ଦର ଟ୍ରି ହାଉସ […]

foni
ସୁଦୂର ଫ୍ରାନ୍ସରୁ ଓଡ଼ିଶା ପାଇଁ ସମବେଦନା ଜଣାଇଲେ ବିଦେଶୀ ଓଡ଼ିଶୀ ନୃତ୍ୟାଙ୍ଗନା

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଏବେ ଓଡ଼ିଶାକୁ ସମସ୍ତେ ସହଯୋଗ ହାତ ବଢାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଦେଶ ସମବେଦନା ଜଣାଇଛନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବତୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମହିନା ଖାନୁମ୍‌ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ମହିନା ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ନୃତ୍ୟଶିକ୍ଷା କରିଛନ୍ତି। ଇଲିଆନା ସିତାରିଷ୍ଟିଙ୍କ ସେ ହେଉଛନ୍ତି ଛାତ୍ରୀ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଦ୍ୱାରା ଫ୍ରାନ୍ସରେ […]

dead
କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଝାଡ଼ଫୋଖରୀ ଗାଁରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌ । ଗାଁ ନିକଟରେ ଥିବା କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ି ରହିଥିଲା। ମୃତ ମହିଳା ଜଣଙ୍କ ଘଟଗାଁ ବ୍ଲକ କଟରାବେଡ଼ା ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପତ୍ନୀ ମଙ୍ଗୁଳି ବେହେରା । ତେବେ ମହିଳାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହା ଆତ୍ମହତ୍ୟା ନା ହତ୍ୟା ସେକଥା ଜାଣିବା ପାଇଁ ପୁଲିସ୍‌ ତଦନ୍ତ କରୁଛି।

99
ଟ୍ରେନ୍‌ରୁ ଖସି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଭାସ୍କର ସାହୁ ନାମକ ଜଣେ ଆଇଟିଆଇ ଛାତ୍ର ବିଦ୍ୟୁତ୍‌ ମରାମତି ପାଇଁ ଭୁବନେଶ୍ୱର ଆସିଥିଲେ। କିନ୍ତୁ ରାଉରକେଲା ଫେରିବା ବାଟରେ ବୁଧବାର ରାତିରେ ଟ୍ରେନ୍‌ରୁ ଖସି ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଆଜି ରାଉରକେଲା ଆଇଟିଆଇ ଛାତ୍ରମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଛାତ୍ରଛାତ୍ରୀମାନେ କଲେଜ ଗେଟ୍‌ରେ ତାଲା ପକାଇ କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଥିଲେ। ମୃତ ଛାତ୍ରଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ […]

1m
ସବୁ ଦୋକାନରେ କ୍ୟୁଆର୍ କୋଡ୍ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଥର ଆପଣ ସବୁ ଦୋକାନଗୁଡ଼ିକରେ କ୍ୟୁଆର୍ କୋଡ୍(QR code) ଆଧାରରେ ପେମେଣ୍ଟ୍ କରିପାରିବେ। ଦେଶରେ ଥିବା ସମସ୍ତ ଛୋଟ ବଡ଼ ଦୋକାନୀମାନେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ଗ୍ରାହକମାନଙ୍କୁ ଯୋଗାଇ ଦେବେ। ନଗଦ ଟଙ୍କା ନ ଥିଲେ ପେଟିଏମ୍ ଭଳି ମୋବାଇଲ୍ ଓ୍ୱାଲେଟ୍ କମ୍ପାନୀ ଯେଭଳି ଅନଲାଇନ୍ ସେବା ଯୋଗାଇ ଦେଉଛି, ଠିକ୍ ସେହିଭଳି ବ୍ୟବସ୍ଥା ସବୁ ଦୋକାନୀ ନିଜ ପାଖରେ ରଖିବେ। ଏହାଦ୍ୱାରା ଗ୍ରାହକମାନେ ଜିଏସଟି ଲାଭ ପାଇପାରିବେ। ଏହାକୁ ବାଧ୍ୟତାମୂଳକଭାବେ ଲାଗୁ କରିବା […]

ss
ଯୋଗ୍ୟତା ନିର୍ଣ୍ଣୟ ପାଇଁ ହେଉଥିବା ପରୀକ୍ଷାରେ ସଂରକ୍ଷଣ ଗ୍ରହଣୀୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବ ନାହିଁ। ଦକ୍ଷତା ଅନୁସାରେ ଛାତ୍ରଛାତ୍ରୀମାନେ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବେ। ଆଜି ସୁପ୍ରିମକୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ(ସିଟିଇଟି) ୨୦୧୯ ପରୀକ୍ଷାରେ ଆର୍ଥିକ ପଛୁଆ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚରେ […]

kugf
ଶ୍ରୀଲଙ୍କାରେ କର୍ଫ୍ୟୁ, ବିଭିନ୍ନ ସ୍ଥାନରେ ହିଂସା

କଲମ୍ବୋ: ଇଷ୍ଟର ରବିବାର ଶ୍ରୀଲଙ୍କାରେ ସଂଘଟିତ ସିରିଜ୍‌ ବୋମା ବିସ୍ଫୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କା ମୁସଲିମ ବିରୋଧୀ ଦଙ୍ଗା ଆରମ୍ଭ ହୋଇଯାଇଛି। ଏକାଧିକ ସ୍ଥାନରେ ମୁସଲିମ୍‌ ଧର୍ମାବଲମ୍ବୀଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ଆସିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବାରୁ ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜି ଉତ୍ତର ପଶ୍ଚିମ ପ୍ରଦେଶରେ ଥିବା ଏକାଧିକ ମସଜିଦ୍‌ ଓ ମୁସଲିମ୍‌ ସଂପ୍ରଦାୟର ଲୋକଙ୍କ ଦୋକାନ ଗୁଡ଼ିକ ଉପରେ […]

kv
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଫିଡିକିଲେ ବିରୋଧୀ

ଭୁବନେଶ୍ୱର: PMAY ସହାୟତା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଦଳ କହିଛି, ନିର୍ବାଚନ ପୂର୍ବରୁ ଲୋକଙ୍କୁ ବିଜୁ ପକ୍କା ଘର ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଥିବା ଡିଣ୍ଡିମ ପିଟୁଥିଲେ ରାଜ୍ୟ ସରକାର। ଯଦି ଲୋକଙ୍କ ପକ୍କାଘର ଥିଲା, ତେବେ ବାତ୍ୟା ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ କାହିଁକି ସ୍ଥାନାନ୍ତର କରାଗଲା, ସେହିଭଳି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ହୋଇ ନ ଥିବା ବେଳେ ଜୁନ୍ ୧ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ […]