/odishatv-khabar/media/post_attachments/uploadimage/library/16_9/16_9_0/IMAGE_1625887301.jpg)
vaccination of pregnant women
ଭୁବନେଶ୍ୱର: ଗର୍ଭବତୀଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାର SOP ଜାରି କରିଛନ୍ତି। ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି SOP ଜାରି ହୋଇଛି। ଜାରି ହୋଇଥିବା SOP ଅନୁସାରେ ଗର୍ଭବତୀମାନେ ଟିକା ନେବାକୁ ଧାଡ଼ିରେ ଛିଡ଼ା ହେବେ ନାହିଁ। ଏଥିପାଇଁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ।
Advertisment
- କରୋନା ଟିକା ନେବା ପରେ ଗର୍ଭବତୀଙ୍କୁ ୩୦ ମିନିଟ ନିରୀକ୍ଷଣରେ ରଖାଯିବ।
- ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା ନେଇ ତୁରନ୍ତ ଅବଗତ କରାଯିବ। ଜିଲ୍ଲାସ୍ତରରେ ଗଠିତ ହୋଇଥିବା କମିଟିକୁ ଏସମ୍ପର୍କରେ ଅବଗତ କରାଯିବ।
- ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ ହେବ।
- ପ୍ରତିଦିନ ଟିକାକରଣ ସମ୍ବନ୍ଧୀୟ ତଥ୍ୟ ସନ୍ଧ୍ୟା ୬ଟା ସୁଦ୍ଧା ଅବଗତ କରାଯିବ। ଏ ନେଇ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
- ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
Also Read
Advertisment
ଗର୍ଭବତୀମାନେ କରୋନା ଟିକା ନେଲେ ବିପଦ ନାହିଁ । ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ। ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ କରାଯିବ ବୋଲି ପୂର୍ବରୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଥିଲେ । ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ। ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)