Advertisment

ବାହାରିଲେ ୨,୩୩୪ ସଂକ୍ରମିତ, ଆଖି ବୁଜିଲେ ୫୮

ରାଜ୍ୟରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ସନ୍ତୋଷଜନକ ନୁହେଁ। ମୃତ୍ୟୁ ସଂଖ୍ୟା ତ ଆହୁରି ଚିନ୍ତାଜନକ। ଜାଣନ୍ତୁ, ୨୪ ଘଣ୍ଟା ମଧ୍ୟରେ କେଉଁଠୁ କେତେ ପଜିଟିଭ ବହାରିଲେ ଏବଂ କେତେ ଆଖି ବୁଜିଲେ।

author-image
Minati Mishra
ଅଦ୍ୟତନ ହୋଇଛି
ବାହାରିଲେ ୨,୩୩୪ ସଂକ୍ରମିତ, ଆଖି ବୁଜିଲେ ୫୮

coronavirus

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବଂ ମୃତ୍ୟ ସଂଖ୍ୟା ଚିନ୍ତା ବଢାଇଛି। ଯେମିତି ୨ୟ ଲହର ପ୍ରଭାବ କମିବାର ନାଁ ଧରୁନି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୩୩୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନରୁ ବାହାରିଛନ୍ତି ୧୩୪୨ ଜଣ। ସେହିପରି ଲୋକାଲ କେସ୍ ୯୯୨ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ଆଉ ୫୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୫୩୪କୁ ବୃଦ୍ଧି ପାଇଛି।

Advertisment

ଆଜି ବି ତାଲିକାର ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ତା ପଛକୁ ରହିଛି କଟକ। ଏହି ଦୁଇ ଜିଲ୍ଲାରୁ ଯଥାକ୍ରମେ ୩୮୦ ଏବଂ  ୩୭୧ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଅନୁଗୁଳରୁ ୬୪, ବାଲେଶ୍ୱରରୁ ୧୬୪, ବରଗଡ଼ରୁ ୧୭, ଭଦ୍ରକରୁ ୧୨୧,  ବଲାଙ୍ଗିରରୁ ୬, ବୌଦ୍ଧରୁ ୧୩, କଟକରୁ ୩୭୧, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୪, ଗଜପତିରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୦୧
ଯାଜପୁରରୁ ୧୭୯, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୯, କନ୍ଧମାଳରୁ ୨୯,  କେନ୍ଦ୍ରାପଡ଼ାରୁ ୧୯୬, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୩୮୦, କୋରାପୁଟରୁ ୧୯, ମାଲକାନଗିରିିରୁ୧୩, ମୟୂରଭଞ୍ଜରୁ୧୦୪, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୯୪, ନୂଆପଡ଼ାରୁ  ୩, ପୁରୀରୁ ୧୦୬, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୨୧, ସୁବର୍ଣ୍ଣପୁରରୁ ୨, ସୁନ୍ଦରଗଡ଼ରୁ ୮୭ ଜଣ ଏବଂ ଷ୍ଟେଟପୁଲରୁ  ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Advertisment

ଆଜିର ଆକ୍ରାନ୍ତଙ୍କୁ ମିଶାଇ  ମୋଟ କ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୭ ହଜାର ୪୭୦କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୭୫ ହଜାର ୬୫୩ ସାମ୍ପଲ ଟେଷ୍ଟ ହୋଇଥିବାବେଳେ  ପଜିଟିଭିଟି ରେଟ ରହିଛି ୩.୦୮%।

ସେହିପରି ମୃତକଙ୍କ ତାଲିକାରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ  ବରଗଡ଼, ପୁରୀରୁ ୭ ଲେଖାଏ, ଗଂଜାମ ଓ ସୁନ୍ଦରଗଡ଼ରୁ ୬ ଲେଖାଏ, ସମ୍ବଲପୁରରୁ ୪, କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏ, କଟକ, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼ରୁ ୨ ଲେଖାଏ ଏବଂ ଅନୁଗୁଳ, ଗଜପତି, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଂଜରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Coronavirus COVID-19 Odisha Corona Update
Advertisment
Advertisment