• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ଲୋକପ୍ରିୟ ନେତା।  କମ୍‌ କଥା କହିବାକୁ ପସନ୍ଦ କରନ୍ତି କିନ୍ତୁ କାମ କରନ୍ତି ବେଶି।  ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ମାତ୍‌ ଦେଇ ସାରା ଦେଶରେ ବହୁଛି ମୋଦି ହାୱା। କିନ୍ତୁ ଓଡ଼ିଶାରେ ତାଙ୍କ ବ୍ୟକ୍ତିତ୍ୱକୁ ମଳିନ କରିପାରିନି ସେ ହାୱା।

ଓଡ଼ିଶାର ଲୋକେ ନବୀନଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ପୁଣି ଥରେ ତାଙ୍କ ହାତକୁ ଟେକି ଦେଇଛନ୍ତି ଶାସନ ଭାର । ୫ମ ଥର ପାଇଁ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ୧୧୨ ବିଧାନସଭା ଆସନ ହାସଲ କରି ସ୍ପଷ୍ଟ ବହୁମତ ହାସଲ କରିଛି ନବୀନଙ୍କ ନେତୃତ୍ୱାଧୀନ ବିଜେଡି ।

ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ତା ପୂର୍ବରୁ ଜାତୀୟ ଟେଲିଭିଜନ ଚ୍ୟାନେଲ ଇଣ୍ଡିଆ ଟୁଡେର  ନ୍ୟୁଜ୍‌ ଡାଇରେକ୍ଟର ରାହୁଲ କନ୍‌ୱାଲଙ୍କୁ ଏକ ସାକ୍ଷାତକାର ଦେଇ ଅନେକ କଥା କହିଛନ୍ତି ନବୀନ।

ବିଜୟର ସିକ୍ରେଟ, ବିରୋଧୀଙ୍କୁ ମାତ ଦେବାର କୌଶଳ ଏବଂ ବିଜେଡିର ଉତ୍ତରାଧିକାରୀ ଆଦି ପ୍ରସଙ୍ଗ ସମ୍ପର୍କରେ ନିଜର ମତ ରଖିଛନ୍ତି ନବୀନ। ତେବେ ସମ୍ପୂର୍ଣ୍ଣ ଇଣ୍ଟରଭ୍ୟୁରୁ ଆମେ ଏଠାରେ ମୁଖ୍ୟ ୪ଟି ପ୍ରଶ୍ନ ଏବଂ ନବୀନ ଦେଇଥିବା ଉତ୍ତର ବିଷୟରେ ଉଲ୍ଲେଖ କରୁଛୁ।

ପ୍ରଶ୍ନ-୧: ଆପଣଙ୍କୁ ହରାଇବାକୁ ବିଜେପି କଡା ଟକ୍କର ଦେଇଥିଲା। ଗାଦିଚ୍ୟୁତ କରିବାକୁ ଓ ଶାସନ କ୍ଷମତାରୁ ବିତାଡ଼ିତ କରିବାକୁ ବିଜେପିର ଶତ ଚେଷ୍ଟା କାହିଁକି କାମ ଦେଲା ନାହିଁ ?

ଉତ୍ତର: ଉତ୍ସର୍ଗୀକୃତ ମନୋଭାବ ନେଇ ରାଜ୍ୟବାସୀଙ୍କ ବିକାଶ ପାଇଁ ହେଉଥିବା କାମ ହିଁ ସଫଳତାର ମୂଳମନ୍ତ୍ର । ଏହା ହିଁ ବିଜେଡିର କ୍ରମାଗତ ବିଜୟର ରହସ୍ୟ। ଲୋକଙ୍କ ବିକାଶ ଲାଗି ନିରନ୍ତର ସେବା କଲେ, ଲୋକଙ୍କ ଭଲ ପାଇବା ମଧ୍ୟ ମିଳିବ। ସବୁବର୍ଗର ଲୋକଙ୍କ ବିକାଶ ଲାଗି ବିଜେଡି ସରକାର ପ୍ରଣୟନ କରୁଛନ୍ତି ଯୋଜନା। ଏହି ଯୋଜନାର କାର୍ଯ୍ୟକାରିତା ଲାଗି ବି ହେଉଛି ଅହରହ ଉଦ୍ୟମ। ଓଡ଼ିଶାବାସୀ ଏହାକୁ ହୃହୟଙ୍ଗମ କରିଛନ୍ତି ଓ ଲଗାତାର ୫ମ ଥର ଲାଗି ବିଜେଡିକୁ ଶାସନ କରିବାର ସୁଯୋଗ ଦେଇଛନ୍ତି।

ପ୍ରଶ୍ନ-୨: ଚଳିତ ଥର ଶାସନକାଳ ପୂରଣ କଲେ ଜଣେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ୨୫ ବର୍ଷ ପୂରା କରିବେ। ଏହା ସତ୍ତ୍ୱେ ଆହୁରି କ୍ଷମତା ଲାଗି ମୋହ ଅଛି କି ?

ଉତ୍ତର: ବିଜେଡି ସବୁବେଳେ ଭଲ କାମକୁ ଗୁରୁତ୍ୱ ଦେଇ ଆସିଛି। ଷଷ୍ଠ ଥର ଲାଗି ସୁଯୋଗ ମିଳିଲେ, ଲୋକଙ୍କ ସେବା କରିବାକୁ ପ୍ରସ୍ତୁତ ରହିଛୁ । ଚଳିତ ପାଳିରେ ରାଜ୍ୟବାସୀଙ୍କ ବିକାଶ ଉଦ୍ୟମକୁ ଆହୁରି ଜୋରଦାର କରାଯିବ ।

ପ୍ରଶ୍ନ-୩: ଆଗାମୀ ଦିନରେ ବିଜେଡିର ଉତ୍ତରାଧିକାରୀ କିଏ ହେବେ ?

ଉତ୍ତର: ମୁଁ ନୁହେଁ, ରାଜ୍ୟବାସୀ ନିଜ ନେତା ବାଛିବେ। ଲୋକଙ୍କ ସର୍ବାଙ୍ଗୀନ ବିକାଶ ଲାଗି ଯିଏ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବ, ସେ ହିଁ ନେତା ରୂପେ ବିବେଚିତ ହେବ। ଭବିଷ୍ୟତରେ ବିଜେଡି ହିଁ ତାର ଉତ୍ତରାଧିକାରୀ ଚୟନ କରିବ। ଆଉ ଭଲ କାମ ଜାରି ରଖିବ। ବିଜେଡି ରାଜ୍ୟବାସୀଙ୍କ ସେବା ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛି।

ପ୍ରଶ୍ନ-୪: ନିଜର ଓ ଦଳର ଅଭୂତପୂର୍ବ ସଫଳତା ଓ ବିଜୟକୁ କିପରି ସେଲିବ୍ରେଟ କରିବେ ?

ଉତ୍ତର:ଚଳିତ ଥର ଶପଥ ଗ୍ରହଣ ସମାରୋହ ନିରାଡମ୍ବର ଭାବେ ହେବ। କିଛି ଦିନ ପୂର୍ବେ ଆସିଥିବା ଫୋନି ବାତ୍ୟାର ପ୍ରକୋପରେ ଓଡ଼ିଶାର ପ୍ରଭୂତ ଧନସମ୍ପତ୍ତି ଛାରଖାର ହୋଇଯାଇଛି। ଏ ଯାଏ ଅଣ୍ଟା ସଳଖି ପାରି ନାହାନ୍ତି ରାଜ୍ୟବାସୀ। ତେଣୁ ଏପରି ସମୟରେ ଶପଥ ଗ୍ରହଣ ସମାରୋହକୁ ନିରାଡ଼ମ୍ବର ଭାବେ ପାଳନ କରାଯିବ ।

Naveen-patnaik-clears-the-air-over-a-number-of-issues-while-talking-to-india-today-channel
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories