• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କଟକ SCBରେ ଇକ୍‌ମୋ ଚିକିତ୍ସା ବ୍ୟବସ୍ଥାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

  • କଟକ SCB ପୂର୍ବ ଭାରତର ଇକ୍‌ମୋ ହବ୍

  • ରାଜ୍ୟ ସରକାର ମାଗଣାରେ ଯୋଗାଇବେ ଇକ୍‌ମୋ ସେବା

  • ନିଜେ ସୁରକ୍ଷିତ ରହନ୍ତୁ ଓ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ: ମୁଖ୍ୟମନ୍ତ୍ରୀ

କଟକ : କଟକ ଏସସିବିରେ ଉଦଘାଟିତ ହୋଇଛି ଇକମୋ ଚିକିତ୍ସା ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି ଏବଂ ଇକମୋ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ SCB ପୂର୍ବ ଭାରତର ଇକ୍‌ମୋ ହବ୍ । ରାଜ୍ୟ ସରକାର ମାଗଣାରେ ଇକ୍‌ମୋ ସେବା ଯୋଗାଇବେ ଓ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ସେହିପରି ତୃତୀୟ ଲହର ପାଇଁ ଅଧିକ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ବେଳେ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି, ତା ସହିତ ନିଜକୁ ଓ ପିଲାଙ୍କୁ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏସସିବି ମେଡିକାଲର ହୃଦରୋଗ ଶଲ୍ୟ ବିଭାଗରେ ମୋଟ ୯ଟି ଇକମୋ ମେସିନର ଇନଷ୍ଟଲେସନ କରାଯାଇଛି । କରୋନା ଚିକିତ୍ସାରେ ଗୁରୁତର ରୋଗୀଙ୍କୁ ଇକମୋ ଚିକିତ୍ସା ପାଇଁ ଆଗରୁ ଓଡ଼ିଶା ବାହାରକୁ ଯିବାକୁ ପଡୁଥିଲା । ଏବେ ରୋଗୀଙ୍କୁ ଏସସିବି ମେଡିକାଲରେ ଇକମୋ ଚିକିତ୍ସା ଯୋଗାଇ ଦିଆ ଯାଇପାରିବ । ଏଥିପାଇଁ ମେଡିକାଲର ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫମାନେ କଲିକତା ଯାଇ ତାଲିମ ନେଇଛନ୍ତି ।

ଅଗଷ୍ଟ ୧୫ରୁ କଟକ SCBରେ ଆରମ୍ଭ ହୋଇଛି ଇକ୍‌ମୋ ଚିକିତ୍ସା ସେବା । ଏସସିବିରେ ୯ଟି ଇକ୍‌ମୋ ମେସିନ ଇନଷ୍ଟଲ ହୋଇଛି । ଆବଶ୍ୟକ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । ଇକମୋ ପାଇଁ SCBରେ ୨ଟି ୟୁନିଟ୍ କରାଯାଇଛି । ପ୍ରଥମ ୟୁନିଟ୍‌ରେ ୬ଟି ଓ ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ ରହିବ । ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଦେବ । ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ ।

ତେବେ ଇକମୋ ଚିକିତ୍ସା ନେଇ ପ୍ରାୟ ଏକ ସପ୍ତାହ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଥିଲା ଏମ୍ସ । ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଥିଲା । ଭୁବନେଶ୍ୱର ଏମ୍ସରେ ରାସନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ମିଳିବ ଇକମୋ ଚିକିତ୍ସା । ଗତ ଜୁଲାଇ ୧୫ରୁ ଏମ୍ସରେ କାର୍ଯ୍ୟକ୍ଷମ ହୋଇଥିଲା ଇକମୋ ମେସିନ ।