Advertisment

ମହାପ୍ରଭୁଙ୍କ ପାଇଁ ସମର୍ପିତ ହେଲା 'ଶ୍ରୀମନ୍ଦିର'

ଆସନ୍ତା ୩୦ ତାରିଖ ସୋମବାରଠାରୁ ତରଙ୍ଗରେ ପ୍ରସାରଣ ହେବ ଧାରାବାହିକ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଧାରାବାହିକ ସମ୍ପର୍କରେ ବିସ୍ତୁତ ଭାବେ ଜଗଦଗୁରୁଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପୂର୍ବରୁ ପ୍ରସାରିତ ଶ୍ରୀଜଗନ୍ନାଥ ଧାରାବାହିକ ସମ୍ପର୍କରେ ବି ବିସ୍ତୁତ ଆଲୋଚନା କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Jagannath Temple

Jagannath Temple

ଭୁବନେଶ୍ୱର: ତରଙ୍ଗରେ ପ୍ରସାରିତ ହେବାକୁ ଥିବା ବହୁ ପ୍ରତିକ୍ଷିତ ପୌରାଣିକ ଧାରାବାହିକ ଶ୍ରୀମନ୍ଦିରର ପ୍ରଥମ ଅଧ୍ୟାୟ ମହାପ୍ରଭୁଙ୍କ ପାଇଁ ଅର୍ପଣ କରାଯାଇଛି।ଶ୍ରୀମନ୍ଦିରରେ ଏନେଇ ପୂଜାର୍ଚ୍ଚନା ହୋଇଛି। ଧାରାବାହିକର ଶୁଭାରମ୍ଭ ପୂର୍ବରୁ ପ୍ରଥମ ନିମନ୍ତ୍ରଣ ଭାବେ ଶ୍ରୀଜିଉଙ୍କ ପାଖରେ ଏହା ସମର୍ପଣ କରାଯାଇଛି। ଏହାସହ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ଭେଟିଥିଲେ ତରଙ୍ଗର ବରିଷ୍ଠ କର୍ମକର୍ତ୍ତା।

Advertisment

ଜଗଦଗୁରୁଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ଶ୍ରୀଜିଉଙ୍କ ମାହାତ୍ମ୍ୟ, ଓଡ଼ିଆଙ୍କ କଳା ଓ ସଂସ୍କୃତିରେ ଶ୍ରୀଜଗନ୍ନାଥଙ୍କ ଗୁରୁତ୍ୱ ସିରିଏଲ୍‌ରେ ଚିତ୍ରଣ କରାଯାଇଛି। ଶ୍ରୀମନ୍ଦିର ଧାରାବାହିକ ସମ୍ପର୍କରେ ବିସ୍ତୁତ ଭାବେ ଜଗଦଗୁରୁଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପୂର୍ବରୁ ପ୍ରସାରିତ ଶ୍ରୀଜଗନ୍ନାଥ ଧାରାବାହିକ ସମ୍ପର୍କରେ ବି ବିସ୍ତୁତ ଆଲୋଚନା କରିଥିଲେ। ଆସନ୍ତା ୩୦ ତାରିଖ ସୋମବାରଠାରୁ ତରଙ୍ଗରେ ପ୍ରସାରଣ ହେବ ଧାରାବାହିକ ଶ୍ରୀମନ୍ଦିର।

ଏହି ସିରିୟଲ ପ୍ରସାରିତ ହେବାକୁ ଥିବା ବେଳେ ଓଡିଶାର ଜଗନ୍ନାଥ ପ୍ରେମୀ ତଥା ଶ୍ରୀମନ୍ଦିର ସହ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଆଣିଦେଇଛି ଖୁସିର ଲହରୀ। ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ନୂଆ ଧାରାବାହିକ – ଶ୍ରୀମନ୍ଦିର। ଶ୍ରୀମନ୍ଦିର ଧାରାବାହିକର ଭିନ୍ନ ଭିନ୍ନ ସିରିଜ୍‌ରେ ଭିନ୍ନ ଭିନ୍ନ କାହାଣୀ ପ୍ରଦର୍ଶିତ କରିବାକୁ ସ୍ଥିର ହୋଇଥିବାବେଳେ ପ୍ରଥମ ସିରିଜ୍‌ରେ କାଞ୍ଚି ବିଜୟ ବା ପଦ୍ମାବତୀ ପରିଣୟ କାହାଣୀଟି ସ୍ଥାନ ପାଇଛି।

Advertisment

ଗବେଷକମାନଙ୍କ ଇତିହାସ ସମ୍ପର୍କିତ ସୂଚନା, ଐତିହାସିକ ଗଳ୍ପ, କିମ୍ବଦନ୍ତୀ, ଲୋକକଥା, ପୌରାଣିକ ଗଳ୍ପ ସାଙ୍ଗକୁ ନାଟକୀୟତା ପାଇଁ କିଛି କାଳ୍ପନିକ ଘଟଣାବଳୀକୁ ମଧ୍ୟ ଏଥିରେ ସଂଯୋଜିତ କରାଯାଇଛି। କିନ୍ତୁ ମୂଳଗଳ୍ପର ଭାବଧାରା ଓ ଉତ୍କଳର ଗରିମା, ଶ୍ରୀମନ୍ଦିର ପ୍ରତି ଉତ୍କଳବାସୀଙ୍କ ଭାବଭକ୍ତିକୁ କିପରି ସୁନ୍ଦରଭାବେ ଉପସ୍ଥାପିତ କରିହେବ ସେଥିପ୍ରତି ମଧ୍ୟ ଯତ୍ନ ନିଆଯାଇଛି।

ପଦ୍ମାବତୀ ପରିଣୟ ପରେ ଶ୍ରୀମନ୍ଦିର ଧାରାବାହିକରେ - ପ୍ରତାପରୁଦ୍ରଦେବ, ଭକ୍ତ ସାଲବେଗ, ଚୈତନ୍ୟ ପ୍ରଭୃତିଙ୍କ କାହାଣୀକୁ ଏଥିରେ ସ୍ଥାନିତ ହେବାର ପ୍ରସ୍ତୁତି ଚାଲିଛି। ତରଙ୍ଗ ଟିଭି ପାଇଁ ଏହି ସିରିଏଲଟି ପ୍ରସ୍ତୁତ କରୁଛନ୍ତି କଲିକତାର ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା - ସୁରିନ୍ଦର ଫିଲ୍ମସ। ତେବେ ଅଗଷ୍ଟ ୩୦ ତାରିଖରୁ ପ୍ରତ୍ୟେକ ସୋମବାର-ଶନିବାର ତରଙ୍ଗରେ ରାତି ୯ଟା ୩୦ ଏହି ଧାରାବାହିକ ପ୍ରସାରଣ ହେବ।

Shree Mandir Taranga Tv
Advertisment
Advertisment