• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସରଳ ଓ ଦେଶୀ ଉପାୟରେ ବନାନ୍ତୁ 'ଦହି ପୋହଳା ବେସର’

ଆମ ଦେଶୀ ଓଡ଼ିଆ ଖାଇବାର ରେସିପି ସବୁଠୁ ନିଆରା । ବିଶେଷ କରି ଓଡ଼ିଆ ଦେଶୀ ରାନ୍ଧଣା ପ୍ରାୟତଃ ଆମ ସଭିଙ୍କୁ ପସନ୍ଦ ହୋଇଥାଏ । ଆଜି ଆମେ ପୋହଳା ମାଛର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଦହି ପୋହଳା ବେସର’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ଦହି ପୋହଳା ବେସର’ ବନେଇବା ପାଇଁ ସାମଗ୍ରୀ:

ପୋହଳା ମାଛ-୫୦୦ ଗ୍ରାମ,ଦହି ୧କପ୍, ସୋରିଷ ରସୁଣ ବଟା -୧ କପ୍,ଛୋଟ ଟମାଟୋ-୨ଟି ,କଞ୍ଚା ଲଙ୍କା-୨ଟି,ଅଳ୍ପ ଜିରା,ଧନିଆ ପତ୍ର,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,ସୋରିଷ ତେଲ, ,ଭୃଷଙ୍ଗ ପତ୍ର,ଅଳ୍ପ ଫୁଟଣ, ୨ଟି ଶୁଖିଲା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ

-ପ୍ରଥମେ ପୋହଳା ମାଛକୁ  ଭଲଭାବେ ଧୋଇ ଦିଅନ୍ତୁ । ମାଛରେ ଲୁଣ ହଳଦୀ ପକାଇ ଗୋଳାଇ ଦିଅନ୍ତୁ ।

-ଏହାପରେ କଡେଇରେ ତେଲ ଗରମ କରନ୍ତୁ ,ତେଲ ଗରମ ହେଲା ପରେ ମାଛକୁ ଭଲ ଭାବେ ଭାଜି ଦିଅନ୍ତୁ ।

-ଏହା ପରେ ମାଛକୁ ଏକ ପାତ୍ରକୁ କାଢି ରଖି ଦିଅନ୍ତୁ ,ଅନ୍ୟ ଏକ କଡେଇରେ ଅଳ୍ପ ତେଲ ପକାନ୍ତୁ ।

-ତେଲ ଗରମ ହୋଇଗଲା ପରେ ସେଥିରେ ଅଳ୍ପ ଫୁଟଣ, ଜିରା,କଞ୍ଚା ଲଙ୍କା ଓ ଭୃଷଙ୍ଗ ପତ୍ର  ପକାଇ ଭାଜନ୍ତୁ ।

-ଏହାପରେ ସେଥିରେ କଟା ଚମାଟୋ ପକାନ୍ତୁ । ଟମାଟେ ତେଲରେ ଅଳ୍ପ ଭାଜି ହୋଇଗଲା ପରେ ସେଥିରେ ସୋରିଷ-ରସୁଣ ବଟାକୁ ପକାନ୍ତୁ ।

-ଏହାପରେ ସେଥିରେ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,ଅଳ୍ପ ଲୁଣ ପକାଇ ତେଲରେ କଷନ୍ତୁ ।

-ମସଲା ଅଳ୍ପ କଷି ହୋଇ ଆସିଲେ ଚୁଲିର ଆଞ୍ଚକୁ ଧୀମା ରଖି ସେଥିରେ ଦହି ପକାଇ ଦିଅନ୍ତୁ । ମନେରଖନ୍ତୁ ଦହି ପକାଇବା ବେଳେ ଚୁଲିର ଆଞ୍ଚକୁ କମ୍ ରଖିବା ଦରକାର,ନହେଲେ ଦହି ଫାଟି ଯିବାର ସମ୍ଭାବନା ରହିଥାଏ ।

-ଏହାପରେ ଏହି ମିଶ୍ରଣକୁ ଆସ୍ତେ ଆସ୍ତେ ଗୋଳାଇ ଦିଅନ୍ତୁ । ଏହା ପରେ ଭଜା ହୋଇଥିବା ପୋହଳା ମାଛକୁ ସେଥିରେ ପକାଇ ଦିଅନ୍ତୁ ।

-ମସଲାରେ ମିଶ୍ରଣକୁ ଭଲ ଭାବେ ମାଛରେ ଗୋଳାଇ ଅଳ୍ପ ସମୟ ରାନ୍ଧନ୍ତୁ । ପରେ ଅଳ୍ପ ପାଣି ଦେଇ କଡେଇକୁ ଘୋଡାଇ ଦିଅନ୍ତୁ ।

- ଭଲ ଭାବେ ମାଛ ଓ ମସଲା ରାନ୍ଧି ହୋଇଗଲା ପରେ ଘୋଡଣୀ କାଢି କଟା ଧନିଆ ପତ୍ର ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ ।

-ଏହାପରେ ମାଛକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ଦହି ପୋହଳା ବେସର’ । ଏହି ରେସିପିଟିକୁ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।