Advertisment

ପ୍ରେମିକା ସହ ଓଡ଼ିଶା ଫେରିଲା ନିଜ ଅପହରଣ ମହାଡ୍ରାମାର ନାୟକ ଚିକୁନ୍‌

ନିଜ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ଚିକୁନ ଭୁବନେଶ୍ୱର ଫେରିଛନ୍ତି । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ ଭୁବନେଶ୍ୱରକୁ ଆଣିଛି ଧଉଳି ଥାନା ପୋଲିସ । ଧଉଳି ଥାନାରେ ଉଭୟଙ୍କୁ ପଚରା ଉଚରା କରାଯାଉଛି ।

author-image
Minati Mishra
swiggy boy at dhauli police station

swiggy boy at dhauli police station

ଭୁବନେଶ୍ୱର: ନିଜ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ଚିକୁନ ଭୁବନେଶ୍ୱର ଫେରିଛନ୍ତି । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ ଭୁବନେଶ୍ୱରକୁ ଆଣିଛି ଧଉଳି ଥାନା ପୋଲିସ । ଧଉଳି ଥାନାରେ ଉଭୟଙ୍କୁ ପଚରା ଉଚରା କରାଯାଉଛି । କାହିଁକି ଏପରି ନିଜ ଅପହରଣ ନାଟକ କରିଥିଲା ଚିକୁନ ? ପ୍ରକୃତ କାରଣ କଣ ? ସେ ସଂପର୍କରେ ପୋଲିସ ପଚରା ଉଚରା କରୁଥିବା ଜଣାପଡ଼ିଛି।

Advertisment

 ପଦାକୁ ଆସିଛି ସ୍ୱିଗି ବୟ ଚିକୁନ୍ର ମହାଡ୍ରାମା। ପ୍ରାୟ ୧ ବର୍ଷ ତଳେ ବିବାହ କରିଥିବା ଚିକୁନ୍‌ ଓରଫ ପତିତପାବନର ମିଛ କାହାଣୀ ଏବେ ପଦାକୁ ଆସିଛି।  ଫୁଡ୍ ଡେଲିଭରି କରିବାକୁ ଯାଇ ନିଜର ଅପହରଣ ନାଟକ ରଚିଥିଲା ଚିକୁନ୍‌।   ଗତ ୧୧ ତାରିଖ ରାତିରେ କିଛି ବ୍ୟକ୍ତି ତାଙ୍କୁ ସାମନ୍ତରାପୁର ଛକରେ ପିଛା କରୁଥିବା ତାଙ୍କ ସ୍ତ୍ରୀଙ୍କୁ ସେ ଜଣାଇଥିଲେ । ପୋଲିସ ଖୋଜାଖୋଜି ପରେ ଲିଙ୍ଗିପୁର ପାଖ ଦୟାନଦୀ ନିକଟ ରାସ୍ତାରୁ ଚିକୁନଙ୍କ ଚପଲ, ଗଞ୍ଜି, ବ୍ୟାଗ, ପାଣି ବୋତଲ ଏବଂ ଏକ ଛୁରି ଜବତ କରିଥିଲା। ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ହେଲେ କିଛି ସୁରାକ ପାଇ ନ ଥିଲା।

Advertisment

ପରେ ପୋଲିସ ଚିକୁନ୍‌ର ଚୋରା ପୀରତି ସମ୍ପର୍କରେ ଜାଣିବାକୁ ପାଇଥିଲା। ସେହିଠାରୁ ପୁଣି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଅନ୍ୟପଟେ, ପୁରୀ ଜିଲ୍ଲା ଗୋପ୍ ଥାନା ବେଦପୁର ଗାଁର ଜଣେ ବ୍ୟକ୍ତି, ତାଙ୍କ ଝିଅ ନିଖୋଜ ଥିବା ଅଭିଯୋଗ କରିଥିଲେ। ପରେ ପୋଲିସ୍ ଜାଣିବାକୁ ପାଇଥିଲା ସେହି ଯୁବତୀ ଓ ଚିକୁନ୍ ମଧ୍ୟରେ ଥିଲା ପ୍ରେମ ସଂପର୍କ। ଶନିବାର ଚିକୁନ୍‌ ନିଖୋଜ ହେବା ପରେ ରବିବାର ସଂପୃକ୍ତ ଯୁବତୀ ବି ନିଖୋଜ ହୋଇ ଯାଇଥିଲେ। ଏପରି ନିଖୋଜ ନାଟକ ରଚି ଅନ୍ୟତ୍ର ପଳାଇ ଯାଇଥାନ୍ତେ ଏବଂ ବାହାରେ ନୂଆ ସଂସାର ଗଢିଥାନ୍ତେ ବୋଲି ଉଭୟେ ସ୍ୱପ୍ନ ଦେଖୁଥିଲେ। ହେଲେ ସବ ଫସର ଫାଟିଗଲା।  ଘଟଣାର ଖୋଳତାଡ଼ କରୁ କରୁ ଉଭୟେ ଟ୍ରେନରେ ଯାତ୍ରା କରୁଥିବା ଜାଣିବାକୁ ପାଇଥିଲା ପୋଲିସ୍। ଉଭୟଙ୍କୁ ଆର୍‌ପିଏଫ୍ ଧରିବା ପରେ ଘଟଣା ଉପରୁ ହଟିଛି ପରଦା।

ଖୋଳତାଡ଼ରୁ ପୁଲିସ୍‌ ପାଇଥିଲା ସାଂଘାତିକ ତଥ୍ୟ। ଚିକୁନଙ୍କ ପତ୍ନୀ ଓ ବାନ୍ଧବୀ ଉଭୟ ପରସ୍ପରକୁ ପୂର୍ବରୁ ଭଲ ଭାବେ ଜାଣିଥିବା ବେଳେ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ଚିକୁନ ଗତ ୭ ବର୍ଷ ହେଲା ସମ୍ପୃକ୍ତା ଯୁବତୀଙ୍କୁ ଭଲ ପାଉଥିବା ବେଳେ ଏନେଇ ତାଙ୍କ ପତ୍ନୀ ମଧ୍ୟ ଭଲ ଭାବେ ଅବଗତ ଥିଲେ।

ସେମାନଙ୍କୁ ଓଡ଼ିଶା ଆଣିବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ମଧ୍ୟପ୍ରଦେଶ ଯାଇଥିଲା। ପରେ ଜଣାପଡ଼ିଥିଲା ଯେ, ସେ ନିଜେ ହିଁ ଏହି ଅପହରଣ ନାଟକ ରଚିଥିଲା  ମଧ୍ୟପ୍ରଦେଶ କଟନି ଷ୍ଟେସନରୁ ଚିକୁନ୍ ଧରାପଡିଲା ପରେ ଏଭଳି ନାଟକର ପର୍ଦ୍ଦାଫାଶ ହୋଇଥିଲା।

ସେପଟେ ମାତ୍ର ବର୍ଷେ ତଳେ ଚିକୁନଙ୍କୁ ପ୍ରେମ ବିବାହ କରିଥିବା ପତ୍ନୀ ଅହଲ୍ୟା ଏହି ଘଟଣା ଜାଣିବା ପରେ ଅବାକ୍ ହୋଇଯାଇଛନ୍ତି।  ସ୍ୱାମୀ ନସୁଧୁରିଲେ ସେ ତାଙ୍କ ବିରୋଧରେ କେସ୍ କରିବେ ବୋଲି କହିଛନ୍ତି।  

Odisha News Crimes In Odisha
Advertisment
Advertisment