• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସରଳ ଓ ଦେଶୀ ଶୈଳୀରେ ବନାନ୍ତୁ ‘ଚାଉଳ ଦିଆ ଚୁନା ମାଛ ବରା’

ଆମ ଓଡ଼ିଆ ଖାଦ୍ୟର ଏକ ନିଆରା ସ୍ୱାଦ ଥାଏ । ଆଉ ଘରେ ପ୍ରସ୍ତୁତ ଦେଶୀ ରେସିପି ଗୁଡିକ ଖାଇବାକୁ ବେଶୀ ସୁଆଦିଆ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚାଉଳ ଦିଆ ଚୁନା ମାଛ ବରା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ଦେଶୀ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ଚାଉଳ ଦିଆ ଚୁନା ମାଛ ବରା’ ବନେଇବା ପାଇଁ ସାମଗ୍ରୀ:

ଚୁନା ମାଛ-୫୦୦ ଗ୍ରାମ, ଚାଉଳ, କଖାରୁ ପତ୍ର, ରସୁଣ, ଜିରା, ସୋରିଷ, ଶୁଖିଲା ଲଙ୍କା, ଲୁଣ, ହଳଦୀ ଓ ସୋରିଷ ତେଲ,କଟା କଞ୍ଚା ଲଙ୍କା,କଟା ରସୁଣ,କଟା ଧନିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଅଳ୍ପ ଚାଉଳକୁ ଅଧ ଘଣ୍ଟାଏ ପାଣିରେ ଭିଜାଇବା ପରେ ଭଲଭାବେ ଧୋଇ ବାଟି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ଚୁନା ମାଛକୁ ଭଲ ଭାବରେ ବାଛି ଧୋଇ ସଫା କରି ଦିଅନ୍ତୁ।
  • ଏହାପରେ ସୋରିଷ,ଜିରା ଓ ଲଙ୍କାକୁ ମିଶାଇ ଏକ ମସଲା ପେଷ୍ଟ ପ୍ରସ୍ତୁତ କରନ୍ତୁ ।
  • ଏହାପରେ ଏହି ମସଲା ପେଷ୍ଟରେ ଚୁନା ମାଛକୁ ମିଶାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ସେଥିରେ କଟା ରସୁଣ, ସୋରିଷ ତେଲ,ଧନିଆ ପତ୍ର ହଳଦୀ, ସ୍ୱାଦନୁସାରେ ଲୁଣ ମିଶାଇ ଏକ ପାତ୍ରରେ ରଖନ୍ତୁ ।
  • ଏବେ ଚୁଲିରେ କଡେଇ ବସାଇ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ଏକ କଖାରୁ ପତ୍ର ନିଅନ୍ତୁ
  • କଖାରୁ ପତ୍ର ମଝିରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଚୁନା ମାଛର ମିଶ୍ରଣରୁ ଅଳ୍ପ ରଖି ପତ୍ରକୁ ଚାରି ପାଖରୁ ଭାଙ୍ଗି ଦିଅନ୍ତୁ ।
  • ଏହାପରେ ସେଇ ପତ୍ରକୁ ଚାଉଳ ବଟାରେ ବୁଡ଼ାଇବା ପରେ ତେଲରେ ଛାଣନ୍ତୁ।
  • ଏହାପରେ ବରାର ୨ ପଟ ଅଳ୍ପ ଲାଲ ହୋଇଗଲା ପରେ ଚୁଲିକୁ ବନ୍ଦ କରି ବରା ଗୁଡିକ ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ ଚାଉଳ ଦିଆ ଚୁନା ମାଛ ବରା’। ଏହି ଚାଉଳ ଦିଆ ଚୁନା ମାଛ ବରା ରେସିପିଟିକୁ ପଖାଳ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।