Advertisment

ଏ ପର୍ଯ୍ୟନ୍ତ ବିପଦ ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ, କେଉଁ ସମୟରେ ସଂକ୍ରମଣ ବଢ଼ିପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନା କମିଥିଲେ ମଧ୍ୟ ଢିଲା ନ ମାରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯଦିଓ ପଜିଟିଭିଟି ରେଟ୍ କମ୍‌ ଅଛି ଓ ଆମେ ଭଲ ସ୍ଥିତିରେ ଅଛୁ, ହେଲେ ବିପଦ ଏ ପର୍ଯ୍ୟନ୍ତ ପୁରାପୁରି ଟଳି ନାହିଁ। କେଉଁ ସମୟରେ ସଂକ୍ରମଣ ବଢ଼ିପାରେ।

author-image
Rajalaxmi Sahoo
Odisha Health Services Director Dr Bijay Mohapatra

Odisha Health Services Director Bijay Mohapatra

ଭୁବନେଶ୍ୱର: ରାଜ୍ୟରେ କରୋନା କମିଥିଲେ ମଧ୍ୟ ଢିଲା ନ ମାରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯଦିଓ ପଜିଟିଭିଟି ରେଟ୍ କମ୍‌ ଅଛି ଓ ଆମେ ଭଲ ସ୍ଥିତିରେ ଅଛୁ, ହେଲେ ବିପଦ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ  ଟଳି ନାହିଁ। କେଉଁ ସମୟରେ ସଂକ୍ରମଣ ବଢ଼ିପାରେ। 

Advertisment

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ‘କେରଳରେ ସଂକ୍ରମଣ ବଢ଼ି ଚାଲିଥିଲା, ଏବେ କମୁଛି। କିଛିଦିନ ପୂର୍ବେ ମହାରାଷ୍ଟ୍ରରେ ସଂକ୍ରମଣ କମିଥିଲା, ହେଲେ ଏବେ ପୁଣି ବଢୁଛି। ସେହି ମଡେଲକୁ ଦେଖି ଆମେ ଆଦୌ ଢିଲା ମାରିବା ନାହିଁ। ପୂର୍ବରୁ ଏକ୍ସପର୍ଟମାନେ ମଧ୍ୟ କହିଥିଲେ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର କେବେବି ସଂକ୍ରମଣ ବଢ଼ିପାରେ। ସଂକ୍ରମଣକୁ ରୋକିବା ପାଇଁ ଯେଉଁ ବ୍ୟବସ୍ଥା ଗ୍ରହଣ କରାଯାଇଛି, ତାହା ଜାରି ରହିବା ଉଚିତ୍‌।’

‘ସମସ୍ତେ ନିୟମକୁ ମାନନ୍ତୁ। କିଭଳି ସଂକ୍ରମିତ ନହେବେ ସେନେଇ ନିଜ ଦାୟିତ୍ୱ ନିଜେ ନିଅନ୍ତୁ। ଭାରତରେ ମହାମାରୀ ଏଣ୍ଡେମିକ୍ ଆଡ଼କୁ ଯାଉଛି। ଯଦି ଆମେ କଣ୍ଟ୍ରୋଲ ନ କରିବା ତା’ହେଲେ ଏଣ୍ଡେମିକ୍ ପୁଣି ପାଣ୍ଡେମିକ୍‌ ହୋଇଯାଇପାରେ। ତେଣୁ ସତର୍କ ରହିବା ଉଚିତ୍‌। ମଡେଲରେ ଅପ୍ ଡାଉନ ରହିଛି। ତେଣୁ ଲକ୍ଷଣ ଦେଖାଦେଲେ’ ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Advertisment

ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ପୁଣି ବଢ଼ିଛି। ରାଜ୍ୟରେ ୨୪ ଘଣ୍ଟାରେ ୫୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୩୩୬ ଚିହ୍ନଟ ହୋଇଥିବା ଲୋକାଲ କେସ୍ ୨୪୪ ରହିଛି। 

COVID19 Odisha
Advertisment
Advertisment