Advertisment

ମଦ ନିଶାରେ ମାତାଲ ହୋଇ ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତି କରିଦେଲେ ଷ୍ଟିଲ୍‌ ଗ୍ଲାସ୍‌

ନିଶାରେ ମାତାଲ ହୋଇ କିଛି ଯୁବକ ସେମାନଙ୍କର ହିତାହିତ ଜ୍ଞାନ ଭୁଲି ଏକ ଅମାନବୀୟ କାଣ୍ଡ ଘଟାଇଛନ୍ତି। ନିଶାରେ ଏତେ ମାତାଲ୍‌ ଥିଲେ ଯେ, ଜଣେ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍‌ ଗ୍ଲାସ୍‌ ଭର୍ତ୍ତି କରିବାକୁ ମଧ୍ୟ ପଛାଇଲେ ନାହିଁ।

author-image
Rajalaxmi Sahoo
Youth Assaulted

Youth Assaulted

ବଲାଙ୍ଗିର: ନିଶାସକ୍ତ ମଦ୍ୟପଙ୍କ ଉନ୍ନତ୍ତ କାଣ୍ଡ। କୁହାଯାଏ, ଜଣେ ନିଶାସକ୍ତ ଅବସ୍ଥାରେ ଥିଲେ ହିତାହିତ ଜ୍ଞାନ ଭୁଲି ଯାଇଥାଏ। ସେହି ସମୟରେ ସେ କ’ଣ କରେ ତାହା ସେ ଜାଣିନଥାଏ। ହେଲେ ନିଶାରେ ମାତାଲ ହୋଇ କିଛି ଯୁବକ ସେମାନଙ୍କର ହିତାହିତ ଜ୍ଞାନ ଭୁଲି ଏକ ଅମାନବୀୟ କାଣ୍ଡ ଘଟାଇଛନ୍ତି। ସେମାନେ ନିଶାରେ ଏତେ ମାତାଲ୍‌ ଥିଲେ ଯେ, ଜଣେ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍‌ ଗ୍ଲାସ୍‌ ଭର୍ତ୍ତି କରିବାକୁ ମଧ୍ୟ ପଛାଇଲେ ନାହିଁ। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଏହି ଜଘନ୍ୟ କାଣ୍ଡ ଘଟିଛି। 

Advertisment

ଗତକାଲି ସନ୍ଧ୍ୟାରେ ୧୯ ବର୍ଷୀୟ କରୁଣା ଭୋଇ ଶୌଚ ପାଇଁ ଗାଁ ନିକଟସ୍ଥ ଏକ ରାସ୍ତାକଡ଼କୁ ଯାଇଥିଲେ। ଅଭିଯୋଗ ଅନୁଯାୟୀ, ସେଠାରେ ନିଶାସକ୍ତ ଅବସ୍ଥାରେ ଥିବା ୩ ଜଣ ଅଚିହ୍ନା ଯୁବକ କରୁଣାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ। ଏହାପରେ ତାଙ୍କ ମଳଦ୍ୱାରରେ ଏକ ଷ୍ଟିଲ୍‌ ଗ୍ଲାସ୍‌ ଭର୍ତ୍ତି କରି ଦେଇଥିଲେ। ଘରକୁ ଅସିବା ପରେ ତାଙ୍କ ପ୍ରବଳ ରକ୍ତସ୍ରାବ ହେବା ସହ ଯନ୍ତ୍ରଣା ହୋଇଥିଲା। ଆଜି ସକାଳୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ଭର୍ତ୍ତି କରାଯାଇଥିଲା। ମଳଦ୍ୱାର ଭିତରେ ଗ୍ଲାସ୍‌ ରହିଯାଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଅସ୍ତ୍ରୋପଚାର କରି ଷ୍ଟିଲ୍‌ ଗ୍ଲାସକୁ କାଢ଼ିବା ପାଇଁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ରେଫର କରାଯାଇଛି। 

Advertisment

ଏଭଳି କାଣ୍ଡ ଘଟାଇଥିବା ମଦ୍ୟପଙ୍କୁ କରୁଣା ଚିହ୍ନିନଥିବା କହିଛନ୍ତି। ଖବର ଲେଖାଯିବା ସୁଦ୍ଧା କରୁଣାଙ୍କ ପରିବାର ଲୋକ ମଧ୍ୟ ଏନେଇ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି। ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ ପାଇଁ ଦେଓଗାଁ ଥାନା ଏବଂ ବନ୍ଧପଡା ଫାଣ୍ଡି ଅଧିକାରୀଙ୍କୁ ଅତିରିକ୍ତ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। 

Odisha News Assault Case
Advertisment
Advertisment