ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଆଜି ହୋଇଛି। ଏଥର ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଜଣେ ପୋଲିଂ ଅଫିସର୍ ଭାଇରାଲ ହେଉଛନ୍ତି। ସମସ୍ତେ ଏହି ମହିଳାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଛନ୍ତି।
ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍ ରିଲେଟେଡ୍ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।
ଓଡ୍ରାଫ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ନାଗାଲାଣ୍ତର ପ୍ରାୟ ୬ ଟି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଜିରୋ ଭୋଟ କାଉଣ୍ଟ ହୋଇଛି । ଆର୍ଥିକ ସ୍ୱାଧୀନତା ସହ ପୃଥକ ପ୍ରଶାସନ ଦାବି କରି ଜିରୋ ଭୋଟ ମିଳିଥିବା ଜଣା ପଡ଼ିଛି ।
ଜୀନତ ଅମାନ୍ ତାଙ୍କର ଖୋଲାଖୋଲି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ଲିଭ-ଇନ୍ ରିଲେସନ୍ସିପ୍କୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିପାଇଁ ତାଙ୍କ ସହ-ଅଭିନେତାମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ଏହି ସିରିଜ୍ରେ ମୁକେଶ ଖାନ୍ନାଙ୍କ ନାମ ମଧ୍ୟ ରହିଛି।
ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ #VoteAsYouAre ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି।
ପ୍ରଥମେ ଅପରାଜିତା ଫୁଲକୁ ଭଲ ଭାବେ ଧୋଇବା ପରେ ଏହାକୁ ଗରମ ପାଣିରେ ଫୁଟା ଯାଉଛି, ଫୁଲ ପାଣିରେ ଫୁଟି ସାରିବା ପରେ ଏହାକୁ ପାଣିରୁ ଛାଣି ଦିଆଯାଉଛି ଏବଂ ସେହି ପାଣିରେ ପୂର୍ବରୁ ଭିଜା ଯାଇଥିବା ଚାଉଳ ପକାଯାଉଛି।
୫ ଶହ କୋଟି ଖର୍ଚ୍ଚ କରି ସାରା ଓଡ଼ିଶା ବୁଲିବା ପରେ ଏବେ ପୁଣି ମତାମତର କ’ଣ ଦରକାର ପଡ଼ିଲା ବୋଲି ବିଜେପି ପ୍ରଶ୍ନ କରିଛି ।
ଭୋଟ୍ ଆଗ ତା’ପରେ ବିବାହ । କିଛି ଏଭଳି ଭାବି ଭୋଟ୍ ଦେବାକୁ ପହଞ୍ଚିଛନ୍ତି ଦୀପା । ଉତ୍ତରପ୍ରଦେଶ ମୁଜାଫରନଗରରେ ଭୋଟ୍ ଦେବାକୁ ଯାଇଛନ୍ତି ଏହି କନ୍ୟା । ଆଜି ତାଙ୍କ ବିବାହ ରହିଛି କିନ୍ତୁ ଆଗ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଦୀପା ।
ସମାଜ କ’ଣ ‘ରାଜନୈତିକ ସମ୍ମୋହନ’ ଭିତରଦେଇ ଗତି କରୁଛି କି? କାରଣ ନିର୍ବାଚନୀ ଚରଣରେ ସାମାଜିକ, ଅର୍ଥନୈତିକ ଓ ନିରାପତ୍ତାକୁ ନେଇ ଯେଉଁ ଗମ୍ଭୀର ଉଦ୍ବେଗଜନକ ତଥ୍ୟ ଓ ପ୍ରସଙ୍ଗ ସବୁ ସାମ୍ନାକୁ ଆସିଛି ତାହା ରାଜ୍ୟର ବୁଦ୍ଧିଜୀବୀମାନଙ୍କୁ ଗଭୀର ଚିନ୍ତାରେ ପକାଇଛି।
ଦୁଇ ଦିନ ତଳେ କାଙ୍କେର ଜିଲ୍ଲା ଛୋଟିବେଠିଆ ଥାନା ହାପାଟୋଲା ଜଂଗଲରେ ବିଏସଏଫ୍ ଏବଂ ଡିଆରଜି ଯବାନ ମିଳିତ ଅପରେସନ୍ କରି ଏହି ସଫଳତା ପାଇଛନ୍ତି । ଏହାର ଗୋଟିଏ ଦିନ ପରେ ଆରମ୍ଭ ହୋଇଛି ଅପରେସନ୍ ପ୍ରହାର ।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଦିନ ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ପାର କରିଛି ୮ ସହରର ତାପମାତ୍ରା । ତେବେ ୪୧.୨ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱର ଓ କେନ୍ଦୁଝରରେ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଜନଗହଳି ବସ୍ରେ ବିକିନି ପିନ୍ଧି ପଶିଲେ ମହିଳା । ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା ।
ସାଟେଲାଇଟ୍ ଠାରୁ ଡିଜିଟାଲ୍ ଅଧିକାର ପର୍ଯ୍ୟନ୍ତ ମଧ୍ୟ ଆଶା କରାଯାଉଥିବା ମୂଲ୍ୟରୁ ଅଧିକରେ ବିକ୍ରି ହେଉଛି 'ପୁଷ୍ପା ୨'। ନର୍ଥ ଡିଷ୍ଟ୍ରୀବ୍ୟୁସନର ଅଧିକାର ରବୀନା ଟଣ୍ଡନଙ୍କ ସ୍ୱାମୀ କିଣିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନିଲ ଥଡାନି ଏଥିପାଇଁ ନିର୍ମାତାଙ୍କୁ ଏତେ କୋଟି ଟଙ୍କା ଦେଇଛନ୍ତି।
ଡିଏମକେ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ତାମିଲନାଡ଼ୁ ମୁଖ୍ୟ ଆନ୍ନାମଲାଇ । କୋଏମ୍ବାଟୁରୁରେ ଡିଏମକେ ହଜାରେ କୋଟି ଟଙ୍କା ସାରିଛି । ବିଜେପିକୁ ହରାଇବାକୁ ଘରକୁ ଘର ବୁଲି ଟଙ୍କା ବଣ୍ଟା ଯାଉଛି ବୋଲି କହିଛନ୍ତି ଆନ୍ନାମଲାଇ ।
ଗେଷ୍ଟ ହାଉସରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ମୈତ୍ରିବିହାର ଥାନା ଅନ୍ତର୍ଗତ ଏକ ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ପୋଲିସ ଭ୍ୟାନ୍ ଭିତରେ ମହିଳାଙ୍କୁ ଦୁଷ୍କର୍ମ । ଜଣେ ମହିଳା କଏଦୀଙ୍କୁ ଚିକିତ୍ସା ପାଇଁ ନିଆଯିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ହିଂସାକାଣ୍ଡ ସତ୍ତ୍ୱେ ଲୋକେ ଭୋଟ ଦେବାକୁ ଆସୁଛନ୍ତି । ଦିନ ୧୨ଟା ସୁଦ୍ଧା ପଶ୍ଚିମବଙ୍ଗରେ ୩୩.୫୬ ପ୍ରତିଶତ ଭୋଟ ପଡ଼ିସାରିଛି । ସେହିଭଳି ମଣିପୁରରେ ୨୭.୭୪ ପ୍ରତିଶତ ଭୋଟ ଗ୍ରହଣ ସରିଛି ।
ବିବାହକୁ କିଛି ଲୋକ ଭିନ୍ନ ଢଙ୍ଗରେ ଆୟୋଜନ କରିବାକୁ ଚେଷ୍ଟା କରନ୍ତି । ସେମିତି ଏକ ଘଟଣା ଘଟିଛି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି ।
ଆପଣ ଅନେକ ପ୍ରକାର ଚିଙ୍ଗୁଡ଼ିର ସୁଆଦିଆ ରେସିପି ଖାଇଥିବେ କିନ୍ତୁ କେବେ ‘ପଣସ କଠା ଓ ଚିଙ୍ଗୁଡ଼ି’ ତରକାରୀ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଚିଙ୍ଗୁଡ଼ିର ଏହି ଦେଶୀ ରେସିପି ।
ଆଜି ପଶ୍ଚିମ ବଙ୍ଗର ୩ଟି ଆସନରେ ଭୋଟ ଗ୍ରହଣ ଚାଲିଛି । ଭୋଟ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୩୪୦ ଟଙ୍କା ହୋଇଛି।
ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ ପାଟଶାଣୀଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହି।
ପ୍ରଧାନ ଶିକ୍ଷୟତ୍ରୀଙ୍କ ଅଜବ କାରନାମା । ସ୍କୁଲରେ କଲେ ‘ଫେସିଆଲ୍’ ! ଭିଡ଼ିଓ କରିବାରୁ ସହକର୍ମୀଙ୍କୁ ମାରିଲେ ମାଡ଼ । ସହକର୍ମୀଙ୍କୁ ମାଡ଼ ମାରି କଲେ ରକ୍ତାକ୍ତ ।
ବାଲେଶ୍ୱର ପୌରପାଳିକାର ୮ ଓ ୧୩ ନମ୍ବରରେ ମିଳୁନି ପାଣି । ୱାର୍ଡରେ ସପ୍ତାହେ ହେବ ଆସୁନି ପାନୀୟ ଜଳ ।