Advertisment

ଆରମ୍ଭ ହେବ 'ଆନିମଲ୍ ପାର୍କ'ର ସୁଟିଂ; ଫିଲ୍ମକୁ ନେଇ ଏମିତି କହିଲେ ବୋଲ୍ଡ କ୍ୱିନ୍ ତୃପ୍ତି ଡିମ୍‌ରୀ

ରୋଜଗାର କ୍ଷେତ୍ରରେ ବକ୍ସ ଅଫିସରେ 'ଆନିମଲ' ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ତୃପ୍ତି ଡିମ୍‌ରୀ ‘ଆନିମଲ୍ ପାର୍କ’କୁ ନେଇ ଅପ୍‌ଡେଟ୍ ସୂଚନା ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Triptii dimri the part of animal park said about the film

Triptii dimri the part of animal park said about the film

ଗତ ବର୍ଷ ରିଲିଜ୍‌ ହୋଇଥିବା ରଣବୀର କପୁରଙ୍କ ଆକ୍ସନ୍-ଥ୍ରୀଲର ଫିଲ୍ମ 'ଆନିମଲ୍'କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ଆଉ ଭଲ ରେସ୍‌ପନ୍ସ ମଧ୍ୟ ପାଇଥିଲା। ଏହି ଫିଲ୍ମରେ ତୃପ୍ତି ଡିମ୍‌ରୀ ଏକ କୈମୋ କରିଥିଲେ, କିନ୍ତୁ ରଣବୀରଙ୍କ ସହ ତାଙ୍କ କେମେଷ୍ଟ୍ରୀ ଖୁବ ଜମିଥିଲ। ରୋଜଗାର କ୍ଷେତ୍ରରେ ବକ୍ସ ଅଫିସରେ 'ଆନିମଲ' ଏକ ଆଲୋଡ଼ନ ସୃଷ୍ଟି କରିଥିଲା।​ ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ତୃପ୍ତି ଡିମ୍‌ରୀ ‘ଆନିମଲ୍ ପାର୍କ’କୁ ନେଇ ଅପ୍‌ଡେଟ୍ ସୂଚନା ଦେଇଛନ୍ତି।

Advertisment

ଏକ ସାକ୍ଷାତକାର ସମୟରେ ତୃପ୍ତି ଡିମ୍‌ରୀ କହିଛନ୍ତି ଯେ 'ଆନିମଲ୍ ପାର୍କ'ର ସୁଟିଂ ଶେଡ୍ୟୁଲ୍‌କୁ ନେଇ କୌଣସି ସୂଚନା ନାହିଁ। ସେ କହିଛନ୍ତି, “ସତ କହିବାକୁ ଗଲେ ଦର୍ଶକଙ୍କ ପରି ମୁଁ ମଧ୍ୟ ଏ ବିଷୟରେ ଅବଗତ ନୁହେଁ। ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ଏବଂ କାହାଣୀ କ’ଣ ହେବ ମୁଁ ଜାଣି ନାହିଁ। ମୁଁ କେବଳ ଏତିକି ଜାଣେ ଯେ ଏହି ଫିଲ୍ମଟି ନିର୍ମିତ ହେବାକୁ ଯାଉଛି, କିନ୍ତୁ ଏହା କେବେ ତିଆରି ହେବ ମୁଁ ଆଦୌ ଜାଣି ନାହିଁ।”

Advertisment

ସମାଲୋଚନାକୁ ନେଇ ଏମିତି କହିଲେ ତୃପ୍ତି ଡିମ୍‌ରୀ:

'ଆନିମଲ୍'କୁ ନେଇ କରାଯାଇଥିବା ନକାରାତ୍ମକ ପ୍ରତିକ୍ରିୟାକୁ ଉପରେ ତୃପ୍ତି ଡିମ୍‌ରୀ ମଧ୍ୟ ନିଜ କଥା ରଖିଛନ୍ତି। ସେ କହିଛନ୍ତି, “ଏହା ଏକ ଚମତ୍କାର ଅନୁଭୂତି ଥିଲା। ହଁ, ଏହାକୁ ବହୁତ ସମାଲୋଚନା କରାଯାଇଛି ସତ, କିନ୍ତୁ ମୁଁ ଭାବୁଛି ଏହା ଇଣ୍ଡଷ୍ଟ୍ରିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ପ୍ରତ୍ୟେକ ଅଭିନେତାଙ୍କୁ ଏହା ଦେଇ ଗତି କରିବାକୁ ପଡେ।” ତୃପ୍ତି ଡିମ୍‌ରୀ କହିଛନ୍ତି ଯେ ତାଙ୍କ କାମ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚିଛି ଏବଂ 'ଆନିମଲ୍' ପରେ ତାଙ୍କୁ ଅନ୍ୟାନ୍ୟ କାମ ମିଳିବା ଆରମ୍ଭ ହୋଇଛି।


'ଆନିମଲ୍'ର ବ୍ୟବସାୟ:

ସନ୍ଦୀପ ରେଡ୍ଡୀଙ୍କ ନିର୍ଦ୍ଦେଶିତ ‘ଆନିମଲ୍’ ୦୧ ଡିସେମ୍ବର ୨୦୨୩ରେ ମୁକ୍ତିଲାଭ କରିଥିଲା। ଏଥିରେ ଅନିଲ କପୁର, ରଶ୍ମିକା ମନ୍ଦନା, ବବି ଦେଓଲ ଭଳି ତାରକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିଶେଷ କଥା ହେଉଛି ଏହି ଫିଲ୍ମରେ ରଣବୀର କପୁରଙ୍କ ଆକ୍ସନ୍ ଅବତାର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ‘ଆନିମଲ୍’ ବିଶ୍ୱବ୍ୟାପୀ ୯୦୦ କୋଟି ଟଙ୍କା ବ୍ୟବସାୟ କରିଥିଲା।


'ବ୍ୟାଡ୍ ନ୍ୟୁଜ୍'ରେ ତୃପ୍ତି:

କାମର କଥା କହିଲେ ନିକଟରେ ତୃପ୍ତି ଡିମ୍‌ରୀଙ୍କ 'ବ୍ୟାଡ୍ ନ୍ୟୁଜ୍' ରିଲିଜ୍ ହୋଇଛି ଯେଉଁଥିରେ ସେ ଭିକି କୌଶଲ ଏବଂ ଏମି ଭିର୍କଙ୍କ ସହ କାମ କରିଛନ୍ତି। ଏହି ଫିଲ୍ମ ପ୍ରଶଂସକ ଏବଂ ସମାଲୋଚକମାନଙ୍କ ଠାରୁ ଭଲ ସମୀକ୍ଷା ଗ୍ରହଣ କରୁଛି। ଗତ ୯ ଦିନ ମଧ୍ୟରେ 'ବ୍ୟାଡ୍ ନ୍ୟୁଜ୍'ସାରା ଦେଶରେ ୪୫ କୋଟି ଟଙ୍କାର ବ୍ୟବସାୟ କରିସାରିଛି।


 
 
 
 
 
 
 
 
 
 
 
 
 
 

A post shared by Triptii Dimri (@tripti_dimri)

Bollywood Ranbir Kapoor Triptii Dimri
Advertisment
Advertisment