Advertisment

ଡିଭୋର୍ସ ପରେ ଖୁସିରେ ନାଚିଲେ ମହିଳା, ଆୟୋଜନ କଲେ ଡ୍ୟାନ୍ସ ପାର୍ଟି

‘ଡିଭୋର୍ସକୁ ଉତ୍ସବ ଭଳି ପାଳିବା ଆରମ୍ଭ କଲେ ଲୋକେ ବିବାହ କରିବାକୁ ଭୟ କରିବେ...’

author-image
Sangram Keshori Behera
ଅଦ୍ୟତନ ହୋଇଛି
Divorce

Divorce

ଡିଭୋର୍ସ ବା ଛାଡ଼ପତ୍ର ଅନେକ ଏସୀୟ ଦେଶରେ ଏବେ ବି ଏକ ଚର୍ଚ୍ଚାର ବିଷୟ ପାଲଟିଥାଏ । ଅଲଗା ହେବାକୁ ସ୍ଥିର କରୁଥିବା ଦମ୍ପତିମାନେ ସମାଜରୁ କଠୋର ନିର୍ଣ୍ଣୟ ଓ ଲଜ୍ଜାର ସମ୍ମୁଖୀନ ହୁଅନ୍ତି । ବିଶେଷ କରି ମହିଳାମାନଙ୍କ ଜୀବନରେ ଏହା ଅନେକ ପ୍ରଭାବ ପକାଇଥାଏ। ସମ୍ପ୍ରତି, ଆମେରିକାରେ ରହୁଥିବା ଜଣେ ପାକିସ୍ତାନୀ ମହିଳା ତାଙ୍କ ଛାଡପତ୍ରକୁ ପାଳନ କରିବା ପାଇଁ ଏକ ପାର୍ଟିର ଆୟୋଜନ କରି ଏପରି ପରମ୍ପରାକୁ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Advertisment

ଏକ ଭାଇରାଲ ଭିଡ଼ିଓରେ ମହିଳା ଜଣଙ୍କ ବଲିଉଡ ଗୀତର ତାଳେ ତାଳେ ଖୁସିରେ ନାଚୁଥିବା ନଜର ଆସିଛନ୍ତି । ଅନ୍ୟପଟେ ତାଙ୍କ ଚାରିପଟେ ଥିବା ଦର୍ଶକମାନେ ଚିୟର କରିବା ସହ ଉତ୍ସାହିତ କରୁଛନ୍ତି । ଡ୍ୟାନ୍ସ ପାର୍ଟିରେ ପ୍ରସ୍ତୁତ ଏକ ମଞ୍ଚରେ ଲେଖାଯାଇଛି 'ଡିଭୋର୍ସ ମୁବାରକ', ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି । 

ମହିଳା ଜଣଙ୍କର ଡ୍ୟାନ୍ସ ଭିଡିଓକୁ ଏକ ଫେସବୁକ୍ ପେଜରେ ସେୟାର କରାଯାଇଛି । ଏହି ପୋଷ୍ଟର କ୍ୟାପସନ୍ ରହିଛି, ଯଦି ଆମ ଦେଶରେ ଏସବୁ ଚାଲୁରହେ, ଦିନ ଆସିବ ବିବାହ ବିଚାର ଶେଷ ହୋଇଯିବ । ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓକୁ ନେଇ ଏବେ ବିତର୍କ ଦେଖାଦେଇଛି । କିଛି ୟୁଜର୍ସ ଏପରି ବିଷାକ୍ତ ସଂପର୍କକୁ ତ୍ୟାଗ କରିବା ଉଚିତ୍ ନିଷ୍ପତ୍ତି ବୋଲି ମତ ଦେଇଥିବାବେଳେ, ଅନେକ ପାକିସ୍ତାନୀ ବ୍ୟକ୍ତି ଅସହମତି ଜାହିର କରିଛନ୍ତି । ଏଥିସହ କମେଣ୍ଟରେ ମହିଳାଙ୍କୁ ସମାଲୋଚନା କରିଛନ୍ତି । 

Advertisment

ଜଣେ ୟୁଜର କମେଣ୍ଟ କରିଛନ୍ତି, "ଡିଭୋର୍ସ ଏକ ବିଷାକ୍ତ ସଂପର୍କରୁ ଆପଣଙ୍କୁ ମୁକ୍ତ କରିଥାଇପାରେ କିନ୍ତୁ ଏହାକୁ ସେଲିବ୍ରେଟ୍ କରିବା ଆଦୌ ଉଚିତ୍ ନୁହେଁ । ମାନସିକ ସ୍ଥିତି ପାଇଁ ଏହା ଭଲ ହୋଇପାରେ, ମାତ୍ର ଡିଭୋର୍ସକୁ ଉତ୍ସବ ଭଳି ପାଳିବା ଆରମ୍ଭ କଲେ ଲୋକେ ବିବାହ କରିବାକୁ ଭୟ କରିବେ ।"

ଆଉ ଜଣେ ୟୁଜର ଲେଖିଛନ୍ତି, "ମୋତେ ବିଚାରାଳୟ କିମ୍ବା ଯାହା କିଛି କୁହନ୍ତୁ କିନ୍ତୁ ଆଖିକୁ ବିଶ୍ୱାସ କରିପାରୁନାହିଁ ଯେ, ଜଣେ ମହିଳା ଡିଭୋର୍ସ ମୁବାରକ କହି ଡିଭୋର୍ସ ପାର୍ଟି ଆୟୋଜନ କରିପାରନ୍ତି ।" ତେବେ କଡ଼ା ସମାଲୋଚନା ସତ୍ତ୍ବେ କିଛି ଜଣ ମହିଳାଙ୍କ ନିଷ୍ପତିକୁ ଠିକ୍ ବୋଲି ଦର୍ଶାଇଛନ୍ତି । ନିଜର ଖୁସି ଓ ନିଜର ସ୍ୱାଧୀନତାକୁ ପ୍ରାଧାନ୍ୟ ଦେଇଥିବାରୁ ମହିଳାଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । 

ମହିଳାଜଣଙ୍କ ମାଲିକାନାରେ ଆମେରିକାରେ ଏକ ଷ୍ଟୋର ଥିବା ଜଣାପଡ଼ିଥିବାବେଳେ ଡିଭୋର୍ସର କାରଣ ଖୁଲାସା କରିନାହାନ୍ତି । ତେବେ ଡିଭୋର୍ସ ନେଇ ମହିଳାଙ୍କ ଏପରି ଗ୍ରାଣ୍ଡ ସେଲିବ୍ରେସନ ପରେ ବିବାହକୁ ନେଇ ପାରମ୍ପରିକ ରିତିନୀତି ଓ ବ୍ୟକ୍ତି ସ୍ୱାଧୀନତା ଓ ଖୁସିକୁ ନେଇ ସାଂସ୍କୃତିକ ସଂଘର୍ଷ ଦେଖାଦେଇଛି । 

Marriage Divorce Petition
Advertisment
Advertisment