/odishatv-khabar/media/post_attachments/uploadimage/library/16_9/16_9_0/Cricket__1722078062.jpg)
Cricket
ସାମାନ୍ୟ କ୍ରିକେଟ ଖେଳକୁ ନେଇ ବଡ଼ ଅଘଟଣ । ନାବାଳକ ଓ ତାଙ୍କ ବାପାଙ୍କ ନାମରେ ଥାନାରେ ଏତଲା । ଆଉ ଅପମାନ ସହିନପାରି ମାନସିକ ଭାରସାମ୍ୟ ହରାଇ ନାବାଳକଙ୍କ ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କେ. ନୂଆଗଡ଼ ଗ୍ରାମରେ ଘଟିଛି ଏଭଳି ଆତ୍ମହତ୍ୟା । ଏ ନେଇ ଗାଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ମୃତ ନାବାଳକଙ୍କ ବାପା ।
କେ ନୂଆଁଗଡ଼ ଗ୍ରାମର ନାରାୟଣ ପରିଡ଼ାଙ୍କ ପୁଅ କ୍ଷତ୍ରୀୟବରପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଗତ ମାସ ୧୭ ତାରିଖ ଦିନ ନିଜ ସାଙ୍ଗ ମାନଙ୍କ ସହିତ ଗାଁ ଦାଣ୍ଡରେ କ୍ରିକେଟ୍ ଖେଳୁଥିବାବେଳେ, ବଲ୍ ଟି ଗ୍ରାମର ଜଣେ ମହିଳାଙ୍କ ଦେହରେ ବାଜିଥିଲା I ଏ ନେଇ ମହିଳା ଜଣକ ଗାଙ୍ଗପୁର ଥାନାରେ ନାବାଳକ ଓ ତାଙ୍କ ବାପାଙ୍କ ନାମରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରିବା ପରେ ନାବାଳକ ଜଣକ ମାନସିକ ଚାପଗ୍ରସ୍ତ ହୋଇଥିଲେ । ବାରମ୍ବାର ଗ୍ରାମ ଲୋକଙ୍କ ଟାହିଟାପରା ଶୁଣିବାପରେ ମାନସିକ ଭାରସାମ୍ୟ ହରାଇ ସେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଚନ୍ଦନଙ୍କ ବାପା ନାରାୟଣ ପରିଡ଼ା ଗାଙ୍ଗପୁର ଥାନାରେ ତିନି ଜଣଙ୍କ ନାମରେ ଏତଲା ଦେଇଛନ୍ତି । ସେପଟେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଏହି ମାମଲାରେ କେବଳ ନାରାୟଣଙ୍କ ନାମରେ ଏତଲା ହୋଇଥିଲା, ଘଟଣା ପରେ ନାରାୟଣ ଦେଇଥିବା ଏତଲାକୁ ଭିତ୍ତି କରି ତଦନ୍ତ ଚାଲିଥିବା ଗାଙ୍ଗପୁର IIC କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)