• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Bus Accident
ନିର୍ବାଚନରେ ନିୟୋଜିତ ଯବାନଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ ଗୁରୁତର !

୩୨ ଜଣ ଯବାନଙ୍କୁ ନେଇ ବସଟି ଦାନ୍ତେୱାଡାର ଫରସପାଲିରୁ ଫେରୁଥିଲା ଜଗଦଲପୁର । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ଯବାନ ଫେରୁଥିଲେ । ଆହତ ଯବାନଙ୍କୁ ଧିମ୍ରାପାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆଉ କିଛି ଆହତ ଯବାନଙ୍କୁ ତୁକାପାଲ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

9 crore suspicious transaction
DMF ଟ୍ରଷ୍ଟରୁ ୯କୋଟିର ସନ୍ଦେହଜନକ ଟ୍ରାଞ୍ଜାକ୍ସନ; ଥାନାରେ ଏତଲା

ପିଟି କନଷ୍ଟ୍ରକ୍ସନ ଆଣ୍ଡ ସପ୍ଲାୟର୍ସ, ଏସକେ ଏଣ୍ଟାରପ୍ରାଇଜେସ ପରି ଅନ୍ୟରାଜ୍ୟର କମ୍ପାନୀଗୁଡିକର ଆକାଉଣ୍ଟକୁ ଏହି ସବୁ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡିଛି। ତେବେ ଚେକ କେଉଁଠୁ ଆସିଲା ଏବଂ କିଏ ଆଣି ବ୍ୟାଙ୍କରେ ଦେଇଥିଲା ସେନେଇ କୌଣସି ସୂଚନା ନାହିଁ।

Arvind Kejriwal
BJPକୁ ସୁନୀତା କେଜ୍ରିୱାଲଙ୍କ ଟାର୍ଗେଟ୍; କହିଲେ ସ୍ୱାମୀଙ୍କୁ ଜେଲରେ ମାରିବାକୁ ଚାଲିଛି ଷଡ଼ଯନ୍ତ୍ର

ଲୋକଙ୍କୁ ଉଦବୋଧନ ଦେବା ସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କଥା ମଧ୍ୟ ଉପସ୍ଥାପିତ କରିଛନ୍ତି। କେଜ୍ରିୱାଲ ଓ ହେମନ୍ତ ଉଭୟ ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ ଜେଲରେ ଅଛନ୍ତି। ଏହାକୁ ସେ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି।

viral video of a woman making round chapatti in unique style
Viral Video: ରୁଟି ଶୀଘ୍ର ହେବ ଆଉ ଗୋଲ୍ ବି ହେବ; ଦେଖନ୍ତୁ ଭାଉଜଙ୍କ ଏହି ନୂଆ ଉପାୟ

ଥରେ ଭାବନ୍ତୁ ଏଭଳି ଗରମରେ ଯିଏ ନିଆଁ ପାଖରେ ରହି ରୋଷେଇ କରୁଥିବ ତା’ର ଅବସ୍ଥା କ’ଣ ନ ହେଉଥିବ। ବିଶେଷକରି ରୁଟି ସେକିବା ବେଳେ ଅନେକ ସମୟ ଠିଆ ହେବାକୁ ପଡେ। ଏକ ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ଜଣେ ଭାଉଜ କିପରି ଏକ ନୂଆ ଉପାୟରେ ରୁଟିକୁ ଗୋଲ୍ କରିବା ସହିତ ଶୀଘ୍ର ଶୀଘ୍ର ତିଆରି କରିଦେଉଛନ୍ତି।

Disrespect to Lord Jagannath
ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ! ଖରାରେ ଜରି ପାଲ ଘୋଡ଼ାଇ ଚାଲିଗଲେ ନେତା

ଖରାରେ ମହାପ୍ରଭୁଙ୍କୁ ଜରି ପାଲରେ ଘୋଡାଇ ଚାଲିଗଲେ ନେତା। ପୁରୀ ଜିଲ୍ଲା ମାଲୁଦ ପଞ୍ଚୁଦୋଳ ପଡିଆରେ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

scooty-rider-shot-for-not-giving-lift
ସ୍କୁଟିରେ ଆସୁଥିବା ଦମ୍ପତି ଲିଫ୍ଟ ଦେଲେନି; ରାଗରେ ଗୁଳି ମାରିଦେଲେ ଯୁବକ

ଅଭିଯୁକ୍ତଙ୍କୁ ଏଯାଏ ଚିହ୍ନଟ କରାଯାଇନାହିଁ। ଘଟଣାସ୍ଥଳରୁ ଦୁଇଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Amit Shah
୨୫ରେ ଓଡ଼ିଶା ଆସିବେ ଶାହ, କର୍ମୀଙ୍କ ସହ ନିର୍ବାଚନୀ ରଣନୀତି ନେଇ କରିବେ ଆଲୋଚନା

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ବିଜେପିର ହେଭିୱେଟ ଅମିତ ଶାହ ପ୍ରଚାର କରିବେ ।

thalapathy vijay 20 year old movie re-released
ପ୍ରେକ୍ଷାଳୟରେ ନୂଆ ଫିଲ୍ମର ଅଭାବ ନାହିଁ; ଏବେ କାହିଁକି ରି-ରିଲିଜ୍ ହେଲା ବିଜୟଙ୍କ ୨୦ ବର୍ଷର ଏହି ଫିଲ୍ମ

ପ୍ରେକ୍ଷାଳୟରେ ଏବେ ବଲିଉଡ୍ ଠାରୁ ଆରମ୍ଭ କରି ଟଲିଉଡ୍ ପର୍ଯ୍ୟନ୍ତ ନୂଆ ଫିଲ୍ମର ଅଭାବ ନାହିଁ। ଏଠାରେ କିନ୍ତୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଯେ ସିନେମା ହଲ୍‌ରେ ପୁରୁଣା ଫିଲ୍ମ ରିଲିଜ୍ ହୋଇଛି। ଥଲାପତି ବିଜୟଙ୍କ ୨୦ ବର୍ଷର ପୁରୁଣା ଫିଲ୍ମ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଭଲ ରୋଜଗାର ମଧ୍ୟ କରୁଛି।

School
ଖରାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୨୫ରୁ ବନ୍ଦ ରହିବ ସ୍କୁଲ

ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ରୁ ସ୍କୁଲ ଛୁଟି କରିଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Heat Wave
ତାତିରୁ ମିଳୁନି ତ୍ରାହି, ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାମମାତ୍ରା ରହିଛି ୪୧ ଡିଗ୍ରୀ ସେଲସିୟସ ।

Iftar Party
ଲାଗି ସାରିଛି ନିର୍ବାଚନ ଆଚରଣ ବିଧି, ତଥାପି BJD ଇଫତାର ପାର୍ଟିରେ ପୋଲିସ ଅଧିକାରୀ

ବିଜେଡିର ଇଫତାର ପାର୍ଟିରେ ପୋଲିସ ଅଧିକାରୀ । କଟକ ଚୌଦ୍ୱାର ବ୍ଲକ ବ୍ରହ୍ମପୁରରେ ଆୟୋଜିତ ଇଦ ଉଲ ଫିତର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ ଓ ମହିଳା ସବ ଇନ୍ସପେକ୍ଟର ସରସ୍ୱତୀ ସାହୁ ।

Election
ଜମିଲାଣି ପ୍ରଚାର, ମଇଦାନକୁ ଓହ୍ଲାଇଲେଣି ତିନି ଦଳର ପ୍ରାର୍ଥୀ

ନିର୍ବାଚନ ପାଖେଇବା ସହ ଜମିଲାଣି ପ୍ରଚାର । ରାଜ୍ୟରେ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ମଇଦାନରେ ଭୋଟ ହାତେଇବା ପାଇଁ ସବୁ ଦଳର ପ୍ରାର୍ଥୀ ଉଦ୍ୟମ ଆରମ୍ଭ କରିଛନ୍ତି ।

boat capsized in the Central African Republic
ଅନ୍ତିମ ସଂସ୍କାର ପାଇଁ ଯାଉଥିଲେ, ମଝିନଈରେ ବୁଡିଗଲା ଡଙ୍ଗା; ଚାଲିଗଲା ୫୮ଜୀବନ

ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଥୋମାସ ଜିମାସେ ରେଡିଓ ଗୁଇରାକୁ କହିଛନ୍ତି ଯେ ଆମେ ୫୮ଟି ମୃତଦେହ ଉଦ୍ଧାର କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେଜଣ ନିଖୋଜ ଅଛନ୍ତି ସେନେଇ କୌଣସି ସଠିକ୍ ସୂଚନା ନହିଁ।

IAS Ankit Agrawal
ବିଫଳତା ପରେ ସଫଳତାର ସ୍ୱାଦ ଚାଖିଲେ ଅଙ୍କିତ, ୪ଥରରେ କ୍ରାକ୍ କଲେ UPSC

ପୂର୍ବରୁ ଅଙ୍କିତ ୩ଥର ପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କୁ ସଫଳତା ମିଳିପାରିନଥିଲା । ହେଲେ ନିଜର ଧୈର୍ଯ୍ୟ ନହରାଇ ବାରମ୍ବାର ପ୍ରୟାସ କରିଚାଲିଥିଲେ ସେ । ଯାହା ପାଇଁ ଆଜି ସେ ଏହି ସଫଳତା ପାଇପାରିଛନ୍ତି ।

Cancer
କ୍ୟାନସରର କାରଣ ସାଜୁଛି ଏହି ବାସନ, ବ୍ୟବହାର ନ କରିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ଆପଣ ଜାଣନ୍ତି କି, ଘରେ ବ୍ୟବହାର ହେଉଥିବା ବାସନ ଦ୍ୱାରା ମଧ୍ୟ ଏହା ସୃଷ୍ଟି ହୋଇପାରେ । ପ୍ରତିବର୍ଷ କ୍ୟାନସରରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି । ଡାକ୍ତରଙ୍କ ଅନୁସାରେ ଲୋକମାନଙ୍କର ଜୀବନଶୈଳୀ, ଖାଦ୍ୟ, ପ୍ରଦୂଷିତ ଓ ବିଷାକ୍ତ ପରିବେଶ ଏଥି ନିମନ୍ତେ ଦାୟୀ ଅଟେ ।

Sunny leone so excited to be part of this amazing Malayalam film
ବଲିଉଡ୍‌ରେ ମାନ୍ଦା ପଡିଗଲା ରୋଜଗାର; ଏବେ ସାଉଥ୍‌ମୁହାଁ ବୋଲ୍ଡ କ୍ୱିନ୍ ସନୀ ଲିଓନୀ

ଯେତେବେଳେ ସନୀଙ୍କ ଯାଦୁ ବଲିଉଡରେ କାମ କଲାନି, ସେ ଏଠୁ ଆଉ ଟଙ୍କା ରୋଜଗାର କରିପାରିଲେ ନାହିଁ, ତେଣୁ ସେ ରାସ୍ତା ବଦଳେଇବା ନେଇ ନିଷ୍ପତ୍ତି ନେଲେ। ବର୍ତ୍ତମାନ ସେ ଦକ୍ଷିଣ ସିନେମା ଆଡକୁ ମୁହାଁଇଛନ୍ତି।

Election
ପାଣି ନାହିଁ ତ ପ୍ରଚାର ନାହିଁ, ଶୋଭାଯାତ୍ରା ଆଗରେ ହାଣ୍ଡି, ମାଠିଆ ରଖିଲେ ଲୋକେ

ପାଣି ପାଇଁ ବିଧାୟକଙ୍କ ପ୍ରଚାରକୁ ଅଟକାଇଲେ ଲୋକେ । ଏଭଳି କିଛି ଘଟଣା ଘଟିଛି ଗଞ୍ଜାମ ସୋରଡ଼ାରେ । ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁଙ୍କୁ ଏଥର ବିଜେଡି ପ୍ରାର୍ଥୀ କରିଛି ।

ED
ବନ୍ୟଜନ୍ତୁଙ୍କ ଭିଡିଓ ମାମଲା: ସୋସିଆଲ ମିଡିଆରୁ କେତେ କରିଛନ୍ତି ରୋଜଗାର, ଖୋଳତାଡ କରିବ ଇଡି

ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ କରି ଟଙ୍କା ରୋଜଗାର ମାମଲାରେ ତଦନ୍ତ କରିବ ଇଡି।

100km poll trek to Uttarakhand village yields just 4 votes
୧୦୦କିମି ଚାଲିଲେ ପୋଲିଂ କର୍ମଚାରୀ, ରାସ୍ତା ନଥିବାରୁ ଭୋଟ୍ ଦେଲେନି ଲୋକେ

କାନାର ଗାଁର ମତଦାନ ବୁଥର ଶିକ୍ଷକ ମନୋଜ କୁମାର ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଆମେ ଚାରି ଦିନ ଦୁର୍ଗମ ରାସ୍ତା ଅତିକ୍ରମ କରି ବସ୍ ଯୋଗେ ୮୦ କିଲୋମିଟର ଏବଂ ପାଦରେ ୧୬ କିଲୋମିଟର ଅତିକ୍ରମ କରି ୧୮୦୦ ମିଟର ପାହାଡ ଚଢି ଗାଁରେ ପହଞ୍ଚିଥିଲୁ । ମାତ୍ର ସେଠାରୁ ଆମକୁ ନିରାଶ ହେବାକୁ ପଡିଲା।

Naxal
ଧରାପଡ଼ିଲା ଛତିଶଗଡ଼ ଅପରେସନରେ ଆହତ ମହିଳା ମାଓବାଦୀ, ସର୍ଚ୍ଚ ଅପରେସନ ବେଳେ ଗିରଫ

ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ ଖଲାରି ଥାନା ଅନ୍ତର୍ଗତ ଏକୱାରି ଗ୍ରାମରୁ ଜଣେ ଆହତ ମହିଳା ନକ୍ସଲକୁ ଗିରଫ କରିଛି ନବରଙ୍ଗପୁର ପୋଲିସ ।

Gold Price Today
Gold Price Today 21st April 2024: ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୨୪୦ ଟଙ୍କା ହୋଇଛି।

Accident
କାର୍‌କୁ ଧକ୍କା ଦେଲେ ଟ୍ରକ୍‌, ଚାଲିଗଲା ୯ ଜୀବନ

ବରଯାତ୍ରୀଙ୍କୁ ନେଇ ଫେରୁଥିବା ଏକ କାର ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଯାହାଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।

Fighting Thalassemia With Yoga And Meditation
Health Tips: ଆପଣଙ୍କ ପିଲା ଥାଲାସେମିଆରେ ପୀଡିତ କି… ଜାଣନ୍ତୁ ସେମାନଙ୍କୁ ସୁସ୍ଥ କରିବାର ଯୋଗ ଟିପ୍ସ

ଜେନେଟିକ ରକ୍ତ ବ୍ୟାଧିର ଏକ ସ୍ପେକ୍ଟ୍ରମ ଶରୀରରେ ହେମୋଗ୍ଲୋବିନର ହ୍ରାସ କିମ୍ବା ଅନୁପସ୍ଥିତିକୁ ଥାଲାସେମିଆ ଭାବରେ ଜଣାଯାଏ। ଏଭଳି ସମସ୍ୟାରେ ପୀଡିତ ପିଲାମାନଙ୍କର ବାପାମାଆ ସାରା ଜୀବନ ଚିନ୍ତାରେ ଥାଆନ୍ତି। ତେବେ ଏଭଳି ସନ୍ତାନର ପିତାମାତା ସେମାନଙ୍କ ପିଲାମାନଙ୍କୁ ସୁସ୍ଥ କରିବା ନେଇ ଏହି ଉପାୟ ଜାଣିବା ଉଚିତ।

Crime
ଉଜୁଡ଼ିଗଲା ସୁନାର ସଂସାର... ଝଗଡ଼ା ହେବାରୁ ଛଅମାସର ଗର୍ଭବତୀ ସ୍ତ୍ରୀକୁ ପୋଡ଼ି ମାରିଲା ସ୍ୱାମୀ

ଆଉ କିଛିଦିନ ଯାଇଥିଲେ ଘରକୁ ଶୁଭ ଖବର ଆସିଥାଆନ୍ତା । କୁଆଁ କୁଆଁ ଶବ୍ଦରେ ପୁରି ଉଠି ଥାଆନ୍ତା ଘର । ଛୋଟ ଛୋଟ ପାଦ ଦ୍ୱୟ ଘରର ଅଗଣାରେ ଖେଳି ବୁଲିଥାଆନ୍ତା । ନାରୀର ନାରୀତ୍ୱ, ପୁରୁଷର ପୌରୁଷ ପୂର୍ଣ୍ଣ ହୋଇଥାଆନ୍ତା । କିନ୍ତୁ ...

Similipala
ଶିମିଳିପାଳରେ ଲାଗିଛି ନିଆଁ, ହୁତ୍‌ ହୁତ୍‌ ହୋଇ ଜଳୁଛି ଜଙ୍ଗଲ

ଗତକାଲି ୧୩ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଏହା ଏବେ ୩୦ରୁ ଅଧିକ ପଏଣ୍ଟ ଅର୍ଥାତ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ।