ବନ ବିଭାଗ ଓ ପୋଲିସକୁ ମିଳିଛି ବଡ଼ ସଫଳତା । ଦୁର୍ଦ୍ଦାନ୍ତ କାଠ ମାଫିଆକୁ ଧରାଇଲା ଡ୍ରୋନ୍ । ସନ୍ତରାପୁର ଗାଁରେ ଚୋରା କାଠ ମାଫିଆଙ୍କ ଉପରେ ହୋଇଥିଲା ବଡ଼ ଆକ୍ସନ୍।
ସଙ୍କୁଚିତ ହେଲା ପୋଲିସ୍ ଡିଜିପିଙ୍କ କ୍ଷମତା । DSP ରାଙ୍କ ଅଫିସରଙ୍କୁ ବଦଳି ଓ ନିଯୁକ୍ତି କରିପାରିବେନି ପୋଲିସ୍ ଡିଜି ।
ସରକାରୀ ସହାୟତା ପାଇଁ ପରିବାର ମାନଙ୍କର କ୍ଷୟକ୍ଷତି ଆକଳନ କରାଯିବା ସହ, ଆବଶ୍ୟକ ତଥ୍ୟ ସଂଗ୍ରହ କରି ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ପଠାଯିବ। ଜରୁରୀ କାଳୀନ ସହାୟତା ଭାବେ ସମସ୍ତ ପରିବାରକୁ ତହସିଲ ପକ୍ଷରୁ ଜରି ପାଲ ଯୋଗାଇ ଦିଆଯାଇଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।
ଆସନ୍ତା ଦିନେ ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ ବୋଲି କହିବା ସହ ୭ ଦିନ ପାଇଁ ଓଡ଼ିଶାରେ ଆଳୁ ମହଜୁଦ ଅଛି। କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଉଡ଼ିଲା ତ୍ରିରଙ୍ଗା । ତ୍ରିରଙ୍ଗା ଥିମ୍ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ୭୮ ଜଣ ଭାରତୀୟ ଖେଳାଳି । ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଘରର ମାଲିକଙ୍କ କଥା ଯଦି କହିବା, ଏପର୍ଯ୍ୟନ୍ତ କେହି ଏହି ଘର କିଣି ନାହାଁନ୍ତି । ଲ୍ୟାଣ୍ଡ ପୋର୍ଟାଲ ଅନୁଯାୟୀ ଏହି ଘର ବିକ୍ରି ପାଇଁ ଉପଲବ୍ଧ । ଘରେ ୧୦ ଟି ବେଡ୍ରୁମ୍ ରହିଛି ।
ବସରୁ ଚୋରି ହୋଇଗଲା ୧୭ କିଲୋ ରୁପା ଆଉ ୫ ଲକ୍ଷ । ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ । ୨ ମିନିଟରେ ଗାଏବ ହୋଇଗଲା ୨ଟି ବ୍ୟାଗ୍ ।
ଉଦ୍ଧାର ହୋଇଥିବା ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ନାଭି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କମିଶନର କହିଛନ୍ତି ଯେ ଏହା ମାତ୍ର ୧୦ ବର୍ଷ ପୁରୁଣା କୋଠା ଥିଲା ।
ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ରାଜଧାନୀର ବିଭିନ୍ନ ସ୍ଥାନରେ ଆଉ ମିଳୁନି ଆଳୁ । ଅଧିକାଂଶ ସ୍ଥାନରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି ଆଳୁ । ପଶ୍ଚିମବଙ୍ଗରୁ ଆଳୁ ଓଡ଼ିଶା ଆସିବା ସମ୍ପୂର୍ଣ୍ଣ ଠପ୍ ରହିଛି....
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସ୍ପେନୀୟ କିଶୋର ଲାମିନ୍ ୟମାଲ୍ଙ୍କୁ ନେଇ ଏବେ କେବଳ ୟୁରୋପରେ ନୁହେଁ, ସମଗ୍ର ଫୁଟ୍ବଲ୍ ଜଗତରେ ବେଶ୍ ଚର୍ଚ୍ଚା। ୟୁରୋ ୨୦୨୪ ସେମିଫାଇନାଲ୍ରେ ଫ୍ରାନ୍ସ ବିପକ୍ଷରେ ଏକ ଚମକପ୍ରଦ ଗୋଲ୍ କରି ସେ ହୋଇପାରିଥିଲେ ଟୁର୍ଣ୍ଣାମେଣ୍ଟ ଇତିହାସର ସର୍ବକନିଷ୍ଠ ସ୍କୋରର୍। ବରିଷ୍ଠ ସ୍ତରରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ସ୍ପେନ୍ର ମୁକୁଟ ବିଜୟରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା।
ଗୁଗୁଲ ପ୍ରାୟତଃ ନୂଆ ନୂଆ ଅପ୍ଡେଟ୍ ଉପରେ କାର୍ଯ୍ୟ ଜାରି ରଖିଥାଏ, ଯାହା ଦ୍ୱାରା ଉପଭୋକ୍ତାମାନେ ଉନ୍ନତ ସୁବିଧା ପାଇପାରିବେ। ଏପରି ପରିସ୍ଥିତିରେ, ଅନେକ ଲୋକ ସ୍ମାର୍ଟଫୋନ୍ରେ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରନ୍ତି। ଆପଣ ଯଦି ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ଖବରକୁ ଅଣଦେଖା କରିବା ଉଚିତ ନୁହେଁ।
ବେଳାଭୂମିରେ ଆସି ମଥା ପିଟୁଛି ସମୁଦ୍ରର ମାଳ ମାଳ ଢେଉ...ସୁଁ ସୁଁ ଗର୍ଜନରେ ଫାଟି ପଡୁଛି ଇଲାକା...ଆଉ ତାହାରି ଭିତରେ ମୁଣ୍ଡ ଟେକୁଛି ଇଟା, ବାଲି ଓ ସିମେଣ୍ଟର ବେଆଇନ ନିର୍ମାଣ ।
୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ହେଲେ କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା । ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ । ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି ।
ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି।
ଚର୍ଚ୍ଚାରେ ସୁନ୍ଦରଗଡ ବଣାଇର ଗୋଗୁଆ ଗାଁ । କାରଣ, ଏଠି ଅନଲାଇନ୍ ଗେମ୍ ଖେଳି କୋଟିପତି ବନିଛନ୍ତି କିଛି ଯୁବକ ।
ପଶ୍ଚିମବଙ୍ଗରୁ ଆସୁଥିବା ଶତାଧିକ ଆଳୁ ବୋଝେଇ ଟ୍ରକକୁ ଓଡ଼ିଶା ସୀମାରେ ଅଟକାଇଥିଲା ପଶ୍ଚିମବଙ୍ଗ ପୋଲିସ । ଆଳୁ ମୂଲ୍ୟ ବୃଦ୍ଧି ପରେ ମମତା ସରକାର ସୀମାରୁ ଆଳୁ ବୋଝେଇ ଟ୍ରକକୁ ବି ଫେରାଇ ନେଇଛନ୍ତି ।
ପ୍ରବଳ ବର୍ଷାରୁ ପୁଣେରେ ଦୟନୀୟ ସ୍ଥିତି ପରେ ଉତ୍ତରାଖଣ୍ଡ, ଦିଲ୍ଲୀରେ ବି ସମାନ ସ୍ଥିତି । ଲଗାତାର ବର୍ଷା ଯୋଗୁଁ ସହର ସାରା ଖାଲି ପାଣି ଆଉ ପାଣି । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିଲେ ସୁବର୍ଣ୍ଣ ସୁଯୋଗ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ SBIରେ ଅଫିସର ଓ କ୍ଲର୍କ ପଦବୀ ପୂରଣ ହେବ।
୧୯୯୯ ମସିହା ଆଜିର ଦିନରେ । କାରଗିଲ ଯୁଦ୍ଧର ଅବସାନ ହୋଇଥିଲା ।
ଛୁଟିରେ ଘରକୁ ଆସିଥିଲେ, ହେଡକ୍ୱାର୍ଟରରୁ ହଠାତ୍ ଜରୁରୀ ଡାକରା ଆସିଲା ଯୁଦ୍ଧ ହେବାର ଅଛି, ଶୀଘ୍ର ଯୋଗଦେବାକୁ ପଡ଼ିବ । ଆଉ ଡେରି ନକରି ସେହି ରାତିରେ ବାହାରି ପଡ଼ିଥିଲେ । କାର୍ଗିଲ ଯୁଦ୍ଧ ପରେ ରାଇରଙ୍ଗପୁର ଟାଉନ ଥାନାରୁ ଖବର ଆସିଲା ଆପଣଙ୍କ ସ୍ୱାମୀ ଯୁଦ୍ଧରେ ସହିଦ ହୋଇଯାଇଛନ୍ତି...
ସଲମାନ ଖାନଙ୍କ ଘର ଉପରେ ଗୁଳି ମାଡ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନ୍ମୋଲ୍ ବିଷ୍ନୋଇ ବଲିଉଡ୍ ସୁପରଷ୍ଟାରଙ୍କ ଘରେ ଗୁଳି ମାଡ ପୂର୍ବରୁ ସୁଟରମାନଙ୍କୁ ୯ ମିନିଟ୍ର ପ୍ରେରଣାଦାୟକ ଭାଷଣ ଦେଇଥିଲେ।