ପ୍ୟାରିସ୍ ଅଲିମ୍ପିକ୍ସର ୧୦ ମିଟର ଏୟାର ପିସ୍ତଲ୍ ଇଭେଣ୍ଟ ଫାଇନାଲରେ ଭାରତର ମନୁ ଭାକର। କ୍ବାଲିଫାୟାର ରାଉଣ୍ଡରେ ମୋଟ ୫୮୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ମହିଳା ସୁଟର୍ ମନୁ ଭାକର। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ନିରାଶ କରିଥିବା ମନୁ ଏଥର ଦମଦାର ପ୍ରଦର୍ଶନ କରି ମେଡାଲ ଆଶା ସଂଚାର କରିଛନ୍ତି । ଆସନ୍ତାକାଲି ଅପରାହ୍ନ ୩ଟା ୩୦ରେ ଖେଳାଯିବ ଫାଇନାଲ ମ୍ୟାଚ୍ ।
Also Read
ସେହିପରି ରୋଇଂର ସ୍କଲ୍ସ ଇଭେଣ୍ଟ ହିଟ୍ସରେ ଚତୁର୍ଥ ସ୍ଥାନରେ ରହିଲା ଭାରତ। ଭାରତୀୟ ରୋୟର ବଲରାଜ ପନୱାର ୭ ମିନଟ ୭ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ଚତୁର୍ଥ ସ୍ଥାନରେ ରହିଥିଲେ। ତେବେ ଅତି ଅଳ୍ପ ବ୍ୟବଧାନରେ ଚତୁର୍ଥ ସ୍ଥାନରେ ରହିଥିବାରୁ ବଲରାଜ ପନୱାର ରିପଚେଜ୍ ରାଉଣ୍ଡ ଲାଗି ଯୋଗ୍ୟତା ହାସଲ କରିଛନ୍ତି । କାଲି ଏହି ରିପଚେଜ୍ ପ୍ରତିଯୋଗିତା ହେବ । ବଲରାଜ୍ ଭଲ ପ୍ରଦର୍ଶନ କଲେ ଭାରତ ଲାଗି ପଦକ ସମ୍ଭାବନା ରହିଛି ।
Fantastic effort from @realmanubhaker as she finished 3rd in the Qualification round in the 10m Air Pistol Women’s event. She will feature in the medal match tomorrow at 3.30 pm IST.#JeetKiAur #Cheer4Bharat pic.twitter.com/GWxXMPzVXI
— Team India (@WeAreTeamIndia) July 27, 2024
ନଜର ପକାନ୍ତୁ ଅଲିମ୍ପିକ୍ସରେ ଆଜି ଭାରତର ସେଡ୍ୟୁଲ୍ ଉପରେ...
- ସଂଧ୍ୟା ୭ଟା ୧୫ ଟେବୁଲ୍ ଟେନିସ୍ ମେନସ୍ ସିଙ୍ଗଲ ପ୍ରିଲିମିନାରୀ ରାଉଣ୍ଡ
- ସଂଧ୍ୟା ୭ଟା ୧୦ ବ୍ୟାଡମିଣ୍ଟନ ମେନ୍ସ ସିଙ୍ଗଲ ଗ୍ରୁପ ଷ୍ଟେଜ୍
- ସଂଧ୍ୟା ୮ଟା ବ୍ୟାଡମିଣ୍ଟନ ମେନ୍ସ ଡବଲ ଗ୍ରୁପ ଷ୍ଟେଜ୍
- ରାତି ୯ଟା ହକିରେ ଭାରତ ଭର୍ସେସ୍ ନ୍ୟୁଜିଲାଣ୍ଡ (ମେନ୍ସ ପୁଲ୍ ବି)
- ରାତି ୧୨ଟା ୩ ରୋଇଂ ମେନ୍ସ ସିଙ୍ଗଲ ସ୍ଲ୍ସ ହିଟ୍ସ