/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722080003.jpg)
Mohan Majhi
ମମତା-ମୋହନ ଆଲୋଚନା । ରାଜ୍ୟରେ ଦେଖାଦେଇଥିବା ଆଳୁ ଯୋଗାଣ ସମସ୍ୟା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦିଲ୍ଲୀରେ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଳୁ ଯୋଗାଣ ସମସ୍ୟା ନେଇ ଆଲୋଚନ କରିଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେ କହିଛନ୍ତି, ବର୍ତ୍ତମାନ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଛି। ଏହି ଅସ୍ଥାୟୀ ସମସ୍ୟାର ସମାଧାନ ପାଇଁ ଯୋଗାଣ ମନ୍ତ୍ରୀ ଗୋଦାମରେ ସ୍ଥିତିର ସମୀକ୍ଷା କରିବା ସହ ସ୍ଥିତି ପରଖିଛନ୍ତି । ଆଳୁ ଦର ନିୟନ୍ତ୍ରଣ ଓ ଯୋଗାଣ ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ସୂଚନା ଅନୁସାରେ ନୀତି ଆୟୋଗ ବୈଠକ ପାଇଁ ମୋହନ ମାଝୀ ଦିଲ୍ଲୀ ଯାଇଥିବା ବେଳେ ସେଠାରେ ମମତା ବାନାର୍ଜୀଙ୍କୁ ଭେଟିଥିଲେ।
ସେପଟେ ରାଜ୍ୟକୁ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ୱାଭାବିକ ହୋଇଛି । ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣରେ ଥିବା ବେଳେ ଦର ସ୍ବାଭାବିକ ହେଉଥିବା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା। ଏବେ ଆସିବା ଆରମ୍ଭ ହୋଇଛି। ‘ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆସିବା ଆରମ୍ଭ ହୋଇଛି। ବଜାର ଦର ଧିରେ ଧିରେ ସ୍ବାଭାବିକ ହେଉଛି। ବଜାର ଦର ୩୨ରୁ ୩୪ ଟଙ୍କା ହେଲାଣି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ମନ୍ତ୍ରୀ ୩୨/୩୪ ଟଙ୍କା କହୁଥିଲେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ ଦର ଉଚ୍ଚା ରହିଛି। କଟକ, ଭୁବନେଶ୍ବରରେ ଆଜି ଆଳୁ କେଜି ୫୦/୬୦ ଟଙ୍କା ଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଏବେ ଦିଲ୍ଲୀରେ ଅଛନ୍ତି।
ଆଲୋଚନାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ…
— CMO Odisha (@CMO_Odisha) July 27, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)