ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣି ବୈଠକ ମଝିରୁ ଉଠି ଆସିଗଲେ ମମତା ଦିଦି। ଆଜି କିଛି ଏଭଳି ନାଟକୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ନୀତି ଆୟୋଗ ମିଟିଂରେ। ପଶ୍ଚିମବଙ୍ଗକୁ ଅବହେଳା ଓ ବଜେଟରେ ଅଣଦେଖା ଅଭିଯୋଗ କରିଥିଲେ ମମତା।
Also Read
ଏହି ସମୟରେ ମାତ୍ର ୫ ମିନିଟ୍ କହିବା ପରେ ହଠାତ୍ ତାଙ୍କ ମାଇକ୍ ବନ୍ଦ ହୋଇ ଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ପୂର୍ବରୁ ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନଙ୍କୁ ୧୦ରୁ ୧୫ ମିନିଟ୍ କହିବାକୁ ସୁଯୋଗ ମିଳିଥିବା ବେଳେ ତାଙ୍କୁ କାହିଁକି ଏତେ ଅଳ୍ପ ସମୟ ଦିଆଗଲା ଓ ଏଭଳି ବ୍ୟବହାର କରାଗଲା ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ବୈଠକ ବାହାରକୁ ଆସି କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ।
ସେପଟେ ମମତାଙ୍କ ସମସ୍ତ ଅଭିଯୋଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଘଟଣାକୁ ନେଇ ବିଜେପି ମମତାଙ୍କୁ ସମାଲୋଚନା କରିଛି।
#WATCH | Delhi: West Bengal CM Mamata Banerjee says, "...I was speaking, my mic was stopped. I said why did you stop me, why are you discriminating. I am attending the meeting you should be happy instead of that you are giving more scope to your party your government. Only I am… pic.twitter.com/53U8vuPDpZ
— ANI (@ANI) July 27, 2024