• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଆରମ୍ଭ ହୋଇସାରିଛି ବିଶ୍ୱ କ୍ରୀଡାର ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ । ତୀରନ୍ଦାଜୀ ଇଭେଣ୍ଟ ଉପରେ ଏବେ ସାରା ଦେଶର ନଜର । କାରଣ ଆରମ୍ଭରୁ ତୀରନ୍ଦାଜୀରେ ଜଲୱା ଦେଖାଇଛନ୍ତି ଭାରତୀୟ ଆଥଲେଟ୍ । ରାଙ୍କିଂ ରାଉଣ୍ଡରେ ଦମଦାର ପ୍ରଦର୍ଶନ ପରେ ମେଡାଲ ରାଉଣ୍ଡରେ ଜବରଦସ୍ତ ପ୍ରଦର୍ଶନ ଆଶା ରଖିଛି ତୀରନ୍ଦାଜ ଟିମ ।  

କ୍ରୀଡ଼ାର ଶ୍ରେଷ୍ଠ ମଞ୍ଚରେ ଭାରତୀୟ ତୀରନ୍ଦାଜ, ସେମାନଙ୍କର ରାଙ୍କିଂ ରାଉଣ୍ଡରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ରବିବାର ମହିଳା ଇଭେଣ୍ଟର ଫାଇନାଲ ସହିତ ଆରମ୍ଭ ହେବାକୁ ଯାଉଥିବା ମେଡାଲ ରାଉଣ୍ଡରେ ଆଉ ଏକ ଦମଦାର ପ୍ରଦର୍ଶନ ସହ ତୀରନ୍ଦାଜୀରେ ଅଲିମ୍ପିକ୍ ପଦକ ପାଇଁ ୩୬ ବର୍ଷର ଲମ୍ବା ଅପେକ୍ଷାକୁ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି ।  

ଐତିହାସିକ ଲିସ୍ ଇନଭାଲିଡସ୍ ଏରେନାରେ ଭାରତୀୟ ତୀରନ୍ଦାଜ ସମୂହ ଏକାଧିକ ମେଡାଲ ଆଶାରେ ରହିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ଧୀରଜ ବୋମ୍ମାଦେବରା ଓ ଅଙ୍କିତା ଭକତଙ୍କ ପ୍ରଦର୍ଶନ ଉପରେ ନଜର ରହିଛି । ସବୁଠୁ ଉତ୍ସାହଜନକ କଥା ହେଉଛି, ୧୨ ବର୍ଷରେ ପ୍ରଥମ ଥର ପାଇଁ ଭାରତ ପାଖରେ ଟିମରେ ଫୁଲ୍ ୬ ସଦସ୍ୟ କଣ୍ଟିଜେଣ୍ଟ ରହିଛି । ଫଳରେ ସମସ୍ତ ୫ଟି ବର୍ଗରେ, ମିକ୍ସଡ ଟିମ, ପୁରୁଷ ଓ ମହିଳା ଟିମ ଓ ବ୍ୟକ୍ତିଗତ ଇଭେଣ୍ଟରେ ମେଡାଲ ଲକ୍ଷ୍ୟରେ ରହିଛନ୍ତି ଭାରତୀୟ ତୀରନ୍ଦାଜ । 

ନକଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିବା ପରେ ପୁରୁଷ ଓ ମହିଳା ଟିମ ତୀରନ୍ଦାଜୀରେ ଐତିହାସିକ ପ୍ରଥମ ଅଲମ୍ପିକ ମେଡାଲ ଠାରୁ ଆଉ ମାତ୍ର ଦୁଇଟି ବିଜୟ ଦୂରରେ ରହିଛନ୍ତି । ୧୯୮୮ ସିଓଲ ଗେମ୍ସରେ ଡେବ୍ୟୁ ପରଠାରୁ ମେଡାଲ ଅପେକ୍ଷାରେ ରହିଛି ଭାରତ । ଅଲମ୍ପିକ୍ସରେ ଭାରତ କ୍ୱାର୍ଟର ଫାଇନାଲ ଚ୍ୟାଲେଞ୍ଜକୁ କେବେ ପାର୍ କରିପାରିନାହିଁ । ଅଧିକାଂଶ ସମୟରେ ତୀରନ୍ଦାଜ ପାୱରହାଉସ ସାଉଥ କୋରିଆ ଠାରୁ ପରାସ୍ତ ହୋଇଛନ୍ତି ଭାରତୀୟ ଖେଳାଳି ।

ତେବେ ଏଥର ପୁରୁଷ ଟିମ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି । ଗୋଲ୍ଡ ମେଡାଲ ମ୍ୟାଚ୍ ପର୍ଯ୍ୟନ୍ତ ପୁରୁଷ ଟିମ ପାଖରେ ସାଉଥ କୋରିଆ ଖେଳାଳିଙ୍କ ସହ ସାମ୍ନାସାମ୍ନି ନହେବା ସୁଯୋଗ ରହିଛି । ତେବେ ମହିଳା ଟିମ ସେମିଫାଇନାଲରେ କୋରିଆ ଖେଳାଳିଙ୍କ ସହ ମୁହାମୁହିଁ ହେବାର ସମ୍ଭାବନା ରହିଛି । 

ଫ୍ରାନ୍ସ ଓ ନେଦରଲାଣ୍ଡସ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜୟୀ ଟିମକୁ ଜୁନ୍ ୨୮ ତାରିଖରେ କ୍ୱାର୍ଟରଫାଇନାଲରେ ଭେଟିବ ଭାରତୀୟ ମହିଳା ତୀରନ୍ଦାଜ ଟିମ । ଅଙ୍କିତା ଭକତ, ଭଜନ କୌର ଓ ଦୀପିକା କୁମାରୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।

OTV is now on Whatsapp

Join and get latest news update delivered to you via whatsapp

Join Now