ଜାହ୍ନବୀ କପୁରଙ୍କ 'ଉଲଝ୍' ଅଫିସିଆଲ୍ ରିଲିଜ୍ ପୂର୍ବରୁ ଫିଲ୍ମ ଟିମ୍ ଅନେକ ସହରରେ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଘୋଷଣା କରିଛି, ଯାହାର ଟିକେଟ୍ ମାତ୍ର ୩୦ ମିନିଟ୍ରେ ବିକ୍ରି ହୋଇଯାଇଛି। ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି।
ବର୍ତ୍ତମାନ ସୁଦ୍ଧା ରେଡ୍ରୁ ରାମଚନ୍ଦ୍ର ମିଶ୍ରଙ୍କର ୩୦ରୁ ଅଧିକ ପ୍ଲଟ୍ ଥିବା ଠାବ ହୋଇଥିବା ସୂଚନା ମିଳିଛି ।
ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ । ସମସ୍ତେ ଗର୍ବ ଗରିବେ । ମୁଁ ଠାକୁରଙ୍କ ପାଖକୁ ଯାଉଛି ଠାକୁର ନିଶ୍ଚୟ ମୋ ଡାକ ଶୁଣିବେ । ହୃଦୟରୁ ଏ ମା’ ଆଜି ତା’ ପୁଅକୁ ଆଶୀର୍ବାଦ ଦେଉଛି ।
ଟ୍ରାକରେ କେବଳ ବନ୍ଦେ ଭାରତ ଟ୍ରେନ୍ର ଚେୟାର କାର୍ ଭର୍ସନ ଚାଲୁଛି । ଆଗାମୀ ତିନିରୁ ଚାରି ବର୍ଷ ମଧ୍ୟରେ ଦେଶର ସମସ୍ତ ପ୍ରମୁଖ ମାର୍ଗରେ ଏହି ସ୍ଲିପର ଭର୍ସନ ଟ୍ରେନ୍ ଚାଲୁ କରିବାକୁ ଯୋଜନା ରହିଛି ।
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ହେଲା ଆଲୋଚନା ।
ପରିଣତ ବୟସରେ ହାର ମାନି ନାହାଁନ୍ତି ବୈଦ୍ୟରାଜ ଗୋଲେଖ ସାହୁ । ଚାକିରି ଛାଡି ସେବାକୁ ବ୍ରତ ଭାବେ ଆପଣେଇ ନେଇଛନ୍ତି ୯୦ ବର୍ଷୀୟ ବୃଦ୍ଧ । ରାଜ୍ୟ ତଥା ଦେଶରେ ସାଉଁଟିଛନ୍ତି ଅନେକ ପ୍ରଶଂସା ।
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ଆସନ୍ତୁ ଜାଣିବା ସଙ୍କଟ ସମୟରେ ଚାଣକ୍ୟଙ୍କର କେଉଁ ଗୁରୁତ୍ୱପୂର୍ଣ୍ଣ ନୀତିକୁ ଧ୍ୟାନରେ ରଖିବା ଉଚିତ୍...
ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ବାହାରେ ଘୋଷଣା କଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ବହିନୀପତି ।
ଆଜି ଅର୍ଥାତ ଜୁଲାଇ ୨୯ରେ ଭାରତ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି ଗୋଲ୍ଡ ମେଡାଲ ଜିତିପାରିବ ।
କାହିଁକି IAS କୋଚିଂ ସେଣ୍ଟରେ ହେଲା ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଆସିଛି ନୂଆ ଭିଡ଼ିଓ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ୧୪ ଜଣ ଭତ୍ତା ନେଇଥିବା ବେଳେ ଜଣେ ସଧବା ମଧ୍ୟ ବିଧବା ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଉପରମୁଣ୍ଡରେ ଦୁଇ ଦିନ ବର୍ଷା ଲାଗି ରହିଲେ ମନ୍ଦିର ଭିତରକୁ ପାଣି ପ୍ରବେଶ କରେ । ଫଳରେ ମା'ଙ୍କ ବିଜେ ପ୍ରତିମାକୁ ସ୍ଥାନାନ୍ତରିତ କରିଥାନ୍ତି ସେବାୟତ ।
ମୁଣ୍ଡଳି ଦେଇ ନିଷ୍କାସିତ ହେଉଛି ୨ ଲକ୍ଷ କ୍ୟୁସେକ ବନ୍ୟା ଜଳ । ସକାଳ ୬ଟାରେ ମୁଣ୍ଡଳିରେ ଅତିକ୍ରମ କଲା ୨ ଲକ୍ଷ କ୍ୟୁସେକ ।
ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ବୈଠକ ହେବ । କେବେ ଠାରୁ ଯାଞ୍ଚ ଆରମ୍ଭ ହେବ ସେନେଇ ହୋଇପାରେ ନିଷ୍ପତ୍ତି ।
ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ଘେରି ପାରନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ବିଭିନ୍ନ ବିଭାଗର ରହିଛି ପ୍ରଶ୍ନ ଉତ୍ତର ।
ଆସନ୍ତା ୩୧ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଯିବା ପରେ ଏକ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ସୋମବାର। ଚନ୍ଦ୍ର- ମେଷ ଦିବା ୦୪.୪୫ ଗତେ ବୃଷ । ତିଥି- ୯ମୀ ସନ୍ଧ୍ୟା ୦୫.୫୬ ଗତେ ୧୦ମୀ। ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୪.୪୫ ଗତେ ବିଛା ରାଶିର। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ଦିବା ୧୦.୫୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ନିଜ ମନର କଥା କହିଛନ୍ତି ବ୍ରୋଞ୍ଜ ମେଡାଲ ବିଜେତା ମନୁ ଭାକର । ସେ କହିଛନ୍ତି, ଫାଇନାଲ ଇଭେଣ୍ଟ ଚାଲିଥିବାବେଳେ ତାଙ୍କ ମନରେ ଗୀତାର ବାଣୀ ଚାଲିଥିଲା ।
ସମସ୍ତଙ୍କର ସେଇ ସମାନ କଥା। ଚାରି ଦ୍ବାର ଖୋଲିଲା ଭଲ ହେଲା। କିନ୍ତୁ...? ହଁ ସେଇ କିନ୍ତୁଟି ହେଲା ଶ୍ରୀମନ୍ଦିର ଭିତର ଦର୍ଶନ କଷ୍ଟ।.
ଗତ ୧୦ ବର୍ଷରେ କେନ୍ଦ୍ରରୁ ଓଡ଼ିଶା ପାଇଁ ବଢିଛି ୩ ଗୁଣା ଅଧିକ ଫଣ୍ଡିଂ। ଏପରିକି ଓଡ଼ିଶାରେ ରେଳ ବିକାଶ ପାଇଁ ବଜେଟରେ ୧୦ ହଜାର ୫୦୦ କୋଟି ଦିଆଯାଇଛି।
ନୂଆ ସରକାରରେ ନୂଆ ଓ'କୁ ନେଇ ଦ୍ୱନ୍ଦ୍ୱ । ଠିକ୍ ନିର୍ବାଚନ ପୂର୍ବରୁ ପୁରୁଣା ବିଜେଡି ସରକାର ଏହି ଯୋଜନାରେ ବିଞ୍ଚି ଥିଲେ କୋଟି କୋଟି ଟଙ୍କା ।
ବିତିଗଲାଣି ଚାରି ଦିନ। ତଥାପି ଖସୁନି ଆଳୁ ରେଟ୍। ପଶ୍ଚିମବଙ୍ଗରୁ ଆଳୁ ଆସିଥିଲେ ବି କେଉଁଠି ଗଳାବାଟ ଦେଇ ତ ଆଉ କେଉଁଠି ହାତଗୁଞ୍ଜା ଦେଇ ଆଳୁ ଆଣୁଛନ୍ତି ବ୍ୟବସାୟୀ।
ଇତିହାସ ରଚିଲେ ସୁଟର ମନୁ ଭାକର । ସୁଟିଂରେ ଜିଣିଲେ ବ୍ରୋଞ୍ଜ ମେଡାଲ୍ । ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ଆଜି ସାରା ଦେଶର ନଜର ଥିଲା ମନୁ ଭାକରଙ୍କ ଉପରେ।
ବାରବାଟୀ ଷ୍ଟାଡିୟମର ନବକଳେବର ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି । ନିର୍ବାଚନ ଥିବାରୁ ତରବରିଆ ଭାବେ ତତକାଳୀନ ବିଜେଡି ସରକାର ବାରବାଟୀର ସଂପ୍ରସାରଣ ନେଇ ଶିଳାନ୍ୟାସ କରିଦେଲେ ।