• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପୁଣି ଜଣେ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ଭୋଟରେ ପରାସ୍ତ ହେଲେ ଯାଇପାରେ ଅଧ୍ୟକ୍ଷ ପଦ । ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାର ୨ ମାସ ହେବାକୁ ଯାଉଛି, ମାତ୍ର ଏଯାଏଁ ଥମିନି ରାଜନୈତିକ ଛକାପଂଝା । ଆସନ୍ତା ଅଗଷ୍ଟ ୧ ତାରିଖରେ ଜୁନାଗଡ଼ ଏନଏଏସି କାଉନସିଲ ହଲରେ ଅନାସ୍ଥା ଭୋଟର ସମ୍ମୁଖୀନ ହେବେ ଜୁନାଗଡ଼ ଏନଏଏସି ଅଧ୍ୟକ୍ଷ ମୁକେଶ ଅଗରୱାଲ । ଫଳରେ ଫୁଲବାଣୀ ପରେ ଜୁନାଗଡ଼ NAC ଅଧ୍ୟକ୍ଷଙ୍କୁ ଲାଗିପାରେ ବଡ଼ ଝଟକା । କାରଣ ଜୁନାଗଡ଼ ଏନଏସିରେ ସଂଖ୍ୟା ଦୃଷ୍ଟିରୁ ଅଧ୍ୟକ୍ଷଙ୍କ ବିରୋଧରେ ଫଳାଫଳ ଯିବାର ସମ୍ଭାବନା ଅଧିକ ରହିଛି । 

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସିର ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଫୁଲବାଣୀ ମୁନିସିପାଲିଟି ପରେ ଏବେ  ଜୁନାଗଡ଼ରେ ବି ସମାନ ସ୍ଥିତି । ଜୁନାଗଡ଼ ଏନଏଏସି ଅଧ୍ୟକ୍ଷ ଥିବା ମୁକେଶ ଅଗରୱାଲଙ୍କ ବିରୋଧରେ ମନମୁଖୀ ଶାସନର ଅଭିଯୋଗ ଆଣି, ଉପାଧ୍ୟକ୍ଷ ହିମାଦ୍ରୀ ନାୟକଙ୍କ ନେତୃତ୍ୱରେ ୯ ଜଣ ବିଜେଡି କାଉନସିଲର ଏନେଇ ଗତ ୧୬ ତାରିଖରେ ଜିଲ୍ଲାପାଳଙ୍କୁ ଭେଟିଥିଲେ ।

ଅଧ୍ୟକ୍ଷ, କୌଣସି କାର୍ଯ୍ୟରେ କାଉନସିଲରମାନଙ୍କୁ କୌଣସି ସୂଚନା ଦେଉନଥିବା, କାଉନସିଲରଙ୍କୁ ଦୁର୍ବ୍ୟବହାର ଓ କାର୍ଯ୍ୟରେ ବାଧାସୃଷ୍ଟି କରିବା ଏବଂ ଦୁର୍ନୀତିରେ ଲିପ୍ତ ରହିବା ଆଦି ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି କାଉନସିଲର । ଏଥିସହିତ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ୯ କାଉନସିଲରଙ୍କ ଦସ୍ତଖତ ସମ୍ବଳିତ ରିଜୋଲୁସନ ଜିଲ୍ଲାପାଳଙ୍କୁ ଦେଇଥିଲେ ।

ଜିଲ୍ଲାପାଳ ସେମାନଙ୍କ ଦାବି ଗ୍ରହଣ କରିଛନ୍ତି ଓ ଆସନ୍ତା ୧ ତାରିଖରେ ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ନୋଟିସ ଜାରି କରିଛନ୍ତି । ତେବେ ଜୁନାଗଡ଼ ଏନଏଏସିରେ ବିଜେଡି କାଉନସିଲରଙ୍କ ସଂଖ୍ୟା ୧୦ ଥିବାବେଳେ ବିଜେପିର ମାତ୍ର ୨ ଜଣ କାଉନସିଲର ଅଛନ୍ତି । ଫଳରେ ବିଜେପି ହାତରୁ ଅଧ୍ୟକ୍ଷ ପଦ ଯିବା ଆଶଙ୍କା ପ୍ରକାଶ ପାଇଛି । ଏହା ପୂର୍ବରୁ ଗତ ୨୩ ତାରିଖରେ ଫୁଲବାଣୀ ମୁନିସିପାଲିଟିରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି  ହେବାରୁ ବିଜେପି ହାତରୁ ଅଧ୍ୟକ୍ଷ ପଦ ଯାଇଥିଲା । 

OTV is now on Whatsapp

Join and get latest news update delivered to you via whatsapp

Join Now