Advertisment

Sex Racket In Bhubaneswar: ରାଜଧାନୀରେ ଚାଞ୍ଚଲ୍ୟ; ଖଣ୍ଡଗିରିରେ ସେକ୍ସ ରାକେଟ୍‌ ଠାବ, ୪ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

ଖଣ୍ଡଗିରି ଅଞ୍ଚଳରୁ ଠାବ ହେଲା ସେକ୍ସ ରାକେଟ। ବାଂଲାଦେଶୀ ଯୁବତୀ ସେକ୍ସ ରାକେଟ ଚଳାଉଥିବା ସନ୍ଦେହ କରାଯାଉଛି। ୪ ଯୁବତୀଙ୍କୁ ଉଦ୍ଧାର କରି ଛାନଭିନ୍ ଚଳାଇଛି ପୋଲିସ।

author-image
Sujit kumar Swain
Sex Racket In Bhubaneswar

Sex Racket In Bhubaneswar

ରାଜଧାନୀ ଭୁବନେଶ୍ବରରେସେକ୍ସ ରାକେଟ ଠାବ। ଖଣ୍ଡଗିରି ଅଞ୍ଚଳରୁ ଠାବ ହେଲା ସେକ୍ସ ରାକେଟ। ବାଂଲାଦେଶୀ ଯୁବତୀ ସେକ୍ସ ରାକେଟ ଚଳାଉଥିବା ସନ୍ଦେହ କରାଯାଉଛି। ୪ ଯୁବତୀଙ୍କୁ ଉଦ୍ଧାର କରି ଛାନଭିନ୍ ଚଳାଇଛି ପୋଲିସ। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଁଚି ଘରଟିକୁ ସିଲ୍ କରିଛି। ଅନେକ ଆପତ୍ତିଜନକ ସାମଗ୍ରୀ ଏଠାରୁ ଜବତ ହୋଇଛି। ଘର ମାଲିକଙ୍କୁ ପଚରାଉଚରା ଚାଲିଛି। 

Advertisment

ସବୁଠାରୁ ବଡ଼ ପ୍ରଶ୍ନ ଏବେ ଟୁଇନ୍ ସିଟିରେ ଛାଇ ଗଲେଣି କି ବାଂଲାଦେଶୀ ଦେହଜୀବୀ ? ଦେହ ବ୍ୟବସାୟ ପାଇଁ କଟକ ଓ ଭୁବନେଶ୍ବରକୁ ଭୂସ୍ବର୍ଗ ଭାବେ ଧରିନେଲେଣି କି ବାଂଲା ସୁନ୍ଦରୀ ? କିଛି ଦିନ ତଳେ କଟକ ମଧୁପାଟଣା ଥାନା ଅଞ୍ଚଳରୁ ସନ୍ଦେହଜନକ ଭାବେ ନାବାଳିକା ଉଦ୍ଧାର ଘଟଣା ଓ ତାଙ୍କୁ ଦେହଜୀବୀ ଭାବେ କାମରେ ଲଗାଇଯାଇଥିବା ନେଇ କଟକ ଶିଶୁ ମଙ୍ଗଳ କମିଶନଙ୍କ ରିପୋର୍ଟ ପରେ ଦ୍ବୈତନଗରୀରେ ବାଂଲଦେଶୀ ସେକ୍ସ ରାକଟେକୁ ନେଇ ଜୋର ଧରିଥିଲା ଚର୍ଚ୍ଚା। ନାବାଳିକାଙ୍କ ବୟାନ ଆଧାରର CWC ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲା, ତାକୁ ନେଇ ଖେଳିଥିଲା ଚାଞ୍ଚଲ୍ୟ। 

ଅଧିକ ପଢ଼ନ୍ତୁ: ‘ସୁଭଦ୍ରା’କୁ ନେଇ ଆସିଲା ବଡ଼ ସୂଚନା; ‘୧୫ ଦିନ ଭିତରେ ସରିବ ରିଜେକ୍ସନ ଯାଞ୍ଚ’

Advertisment

ନାବାଳିକା ଜଣକ କହିଥିଲେ ଯେ, ତାଙ୍କ ଘର ବାଂଲାଦେଶରେ। ପରିବାରରେ ଆର୍ଥିକ ବୋଝରୁ ମୁକୁଳିବାକୁ ଚାକିରି ଖୋଜୁଥିବା ବେଳେ ସେଠାକାର ଦୁଇ ଜଣ ବ୍ୟକ୍ତିଙ୍କ ସହାୟତାରେ ପ୍ରଥମେ କୋଲାକାତା, ଆଉ ତାପରେ ପହଞ୍ଚିଥିଲେ ଭୁବନେଶ୍ବର । ଭୁବନେଶ୍ବରରେ ତାଙ୍କୁ ଏକ ମସାଜ୍ ପାର୍ଲରରେ କାମ ମିଳିଥିଲା । ପରେ ତାଙ୍କୁ ସେକ୍ସ ୱାର୍କର ଭାବେ ନିୟୋଜିତ କରାଯାଇଥିଲା। ସେଠାରୁ ତାଙ୍କୁ କଟକ ନେଇ ଶୋଷଣ କରାଯିବା ଭିତରେ ତାଙ୍କୁ ଉଦ୍ଧାର କରିଥିଲା ପୋଲିସ। ନାବାଳିକାଙ୍କ ଏ ବୟାନ ଆଧାରରେ ମଧୁପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣାରେ ପୋଲିସ୍ ଏକ ଦମ୍ପତିଙ୍କୁ ଗିରଫ ମଧ୍ୟ କରିଥିଲା । 

ରାଜଧାନୀ ଭୁବନେଶ୍ବର ସହ ଲିଙ୍କ୍  ଥାଇ କଟକରୁ ସନ୍ଦିଗ୍ଧ ବାଲାଂଦେଶୀ ନାବାଳିକା ଉଦ୍ଧାର ପରେ ଖୋଲିବାରେ ଲାଗିଛି ସ୍ମାର୍ଟ ସିଟିରେ ଚାଲିଥିବା ବାଂଲାଦେଶୀ ସେକ୍ ରାକେଟର ଗୁମର । ବହୁ ବାଂଲାଦେଶୀ ଯୁବତୀ ସେକ୍ସ ୱାର୍କର ଭାବେ ସକ୍ରିୟ ଥିବା କୁହାଯାଉଛି। ଯାହାର ପ୍ରମାଣ ଦେଉଛି ଦଲାଲଙ୍କଠାରୁ ମିଳିଥିବା ଯୁବତୀଙ୍କ ଫଟୋ। କିଏ ଚାକିରି ଲୋଭ ତ ଆଉ କିଏ ଦଲାଲଙ୍କ ଜାଲରେ ପଡ଼ି ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ। କିଛି ହୋଟେଲ, ଆପାର୍ଟମେଣ୍ଟ, ପାର୍ଲରରେ ଏମାନଙ୍କୁ ରଖି ଲୁଚାଚୋରାରେ ରାକେଟ୍ ଚଳାଉଛନ୍ତି ଦଲାଲ ଓ ଅସାଧୁ ବ୍ୟକ୍ତି। ଯାହାର ପ୍ରମାଣ ଦେଇଥିଲା ଯୁବତୀଙ୍କ ବୟାନ। 

ଅଧିକ ପଢ଼ନ୍ତୁ: ପୁଣି ମମତାଙ୍କ 'ଆଳୁ' ଖେଳ ! ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଶତାଧିକ ଟ୍ରକ୍

Bhubaneswar Police Odisha News Sex Racket Odisha Sex Racket Sex Racket In Bhubaneswar
Advertisment
Advertisment