/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732709596.jpg)
How did goddess lakshmi take birth
ଆଜି ମାଣବସା ଗୁରୁବାର। ଏହା ମା’ ଲକ୍ଷ୍ମୀଙ୍କ ପବିତ୍ର ଦିନ। ଏହି ଦିନ ଧନର ପ୍ରତୀକ ମା’ ଲକ୍ଷ୍ମୀଙ୍କୁ ପ୍ରତ୍ୟେକ ଓଡ଼ିଆ ଭକ୍ତିର ସହ ପୂଜା କରନ୍ତି। ଓଡ଼ିଶାର ଲୋକମାନେ ମାର୍ଗଶୀର ମାସ ଗୁରୁବାରରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିବାର ବିଧି ରହିଛି।
ବିଶ୍ୱାସ କରାଯାଏ ଯେ ମା’ ଲକ୍ଷ୍ମୀ ମାଣବସା ଗୁରୁବାର ସମୟରେ ସେହିମାନଙ୍କ ଘରକୁ ଯାଆନ୍ତି, ଯେଉଁ ମହିଳାମାନେ ମା’ଙ୍କୁ ଭକ୍ତି ସହିତ ପୂଜା କରନ୍ତି। ମାଣବସା ଗୁରୁବାର ଅବସରରେ ଆସନ୍ତୁ ମହାଲକ୍ଷ୍ମୀଙ୍କୁ ନେଇ କିଛି କାହାଣୀ ଉପରେ ନଜର ପକେଇନେବା।
ଲକ୍ଷ୍ମୀଙ୍କ ଉତ୍ପତ୍ତି:
କେତେକ ହିନ୍ଦୁ ପୁରାଣ ଅନୁଯାୟୀ, ଲକ୍ଷ୍ମୀଙ୍କ ଉତ୍ପତ୍ତି କାହାଣୀର ଅନେକ ଭିନ୍ନ ସଂସ୍କରଣ ରହିଛି ଏବଂ ସବୁବେଳେ ଅନେକ ଅବିଶ୍ୱାସନୀୟ ତତ୍ତ୍ୱରେ ଅଳଙ୍କୃତ ହୋଇଛି। ଏକ କିମ୍ବଦନ୍ତୀ ଅନୁଯାୟୀ, ଦେବୀ ଲକ୍ଷ୍ମୀଙ୍କ କାହାଣୀ ଋଷି ଦୁର୍ବାସା ଏବଂ ଦେବରାଜ ଇନ୍ଦ୍ରଙ୍କ ସାକ୍ଷାତରୁ ଆରମ୍ଭ ହୁଏ।
ଲକ୍ଷ୍ମୀଙ୍କ ଉତ୍ପତ୍ତିଦୁର୍ବାସାଙ୍କୁ ଇନ୍ଦ୍ରଙ୍କ ଅପମାନ:
ଥରେ ଋଷି ଦୁର୍ବାସା, ଅତି ସମ୍ମାନର ସହିତ ଇନ୍ଦ୍ରଙ୍କୁ ଫୁଲର ମାଳା ପ୍ରଦାନ କରନ୍ତି। ଇନ୍ଦ୍ର ଏହି ଫୁଲମାଳକୁ ନିଅନ୍ତି ଆଉ ବିନମ୍ରତାର ଭାବରେ ଏହାକୁ ନିଜ ବେକରେ ପକେଇବା ପରିବର୍ତ୍ତେ ସେ ଏହାକୁ ସେ ନିଜ ହାତୀ ଐରାବତୀର ମୁଣ୍ଡ ଉପରେ ରଖିଦିଅନ୍ତି। ଏହା ପରେ ହାତୀଟି ଶୁଣ୍ଡରେ ଏହି ଫୁଲମାଳଟିକୁ ତଳେ ଫିଙ୍ଗିଦିଏ।
ଦୁର୍ବାସାଙ୍କ ଅଭିଶାପ:
ଦୁର୍ବାସା ନିଜ ଉପହାରର ଏମିତି ଅପମାନଜନକ ବ୍ୟବହାର ଦେଖି କ୍ରୋଧିତ ହେଲେ ଏବଂ ସେ ଇନ୍ଦ୍ରଙ୍କୁ ଅଭିଶାପ ଦେଇ କହିଲେ ଯେ ଯେପରି ସେ ଅତି ଗର୍ବରେ ତାଙ୍କ ଉପହାରକୁ ତଳେ ଫିଙ୍ଗି ନଷ୍ଟ କରିଦେଲେ, ସେହିପରି ତାଙ୍କ ରାଜ୍ୟ ମଧ୍ୟ ନଷ୍ଟ ହୋଇଯିବ।
ଇନ୍ଦ୍ରପୁର ଥରହର:
ଏହା ପରେ ଦୁର୍ବାସା ଚାଲିଗଲେ ଏବଂ ଇନ୍ଦ୍ର ନିଜ ପ୍ରାସାଦକୁ ଫେରିଲେ। ଦୁର୍ଭାସାଙ୍କ ଅଭିଶାପ ପରେ ଇନ୍ଦ୍ରଙ୍କ ନଗରୀରେ ପରିବର୍ତ୍ତନ ଆରମ୍ଭ ହୁଏ। ଇନ୍ଦ୍ରପୁର ଥରହର ହେବା ଆରମ୍ଭ ହେଲା। ଦେବତା ଏବଂ ଲୋକମାନେ ସେମାନଙ୍କର ଶକ୍ତି ଏବଂ ଉର୍ଜା ହରେଇ ବସିଲେ, ସବୁ ଔଷଧିୟ ବୃକ୍ଷ ଏବଂ ଅନ୍ୟାନ୍ୟ ଉଦ୍ଭିଦ ମରିବା ଆରମ୍ଭ କେଲ, ମଣିଷ ଦାନ ଦେବା ବନ୍ଦ କରିଦେଲେ, ସମସ୍ତଙ୍କ ମନ ଭ୍ରଷ୍ଟ ହେବାକୁ ଲାଗିଲା ଏବଂ ସମସ୍ତଙ୍କର ଇଚ୍ଛା ଅନିୟନ୍ତ୍ରିତ ହୋଇଗଲା।
ଲକ୍ଷ୍ମୀଙ୍କ ଜନ୍ମ:
ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସମୁଦ୍ର ମନ୍ଥନର ନିଷ୍ପତ୍ତି ନିଆଗଲା। ଯେତେବେଳେ ଦେବତା ଓ ରାକ୍ଷାସମାନେ ଅମୃତ ପାଇଁ ସମୁଦ୍ର ମନ୍ଥନ କଲେ ସେତେବେଳେ ଦୁଗ୍ଧ ସାଗରରୁ ଦେବୀ ଲକ୍ଷ୍ମୀ ଜନ୍ମ ହେଲେ। ଏହି ପ୍ରକ୍ରିୟା ସମୟରେ, ସମୁଦ୍ରରୁ ୧୪ ଟି ଗ୍ରନ୍ଥ ମଧ୍ୟ ବାହାରିଥିଲା, ଯେଉଁଥିରେ ଦେବୀ ଲକ୍ଷ୍ମୀ ପ୍ରମୁଖ ଥିଲେ।
ଲକ୍ଷ୍ମୀଙ୍କ ସ୍ୱରୂପ:
ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଏତେ ସୁନ୍ଦର ଥିଲା ଯେ ସମସ୍ତ ଦେବତା ଏବଂ ରାକ୍ଷସମାନେ ତାଙ୍କ ଆଡକୁ ଆକର୍ଷିତ ହୋଇଥିଲେ। ଏପରି ପରିସ୍ଥିତିରେ ରାକ୍ଷସମାନେ ମଧ୍ୟ ତାଙ୍କୁ ନେବାକୁ ଚେଷ୍ଟା କରିଥିଲେ ଏବଂ ମାତା ନିଜ ସୁରକ୍ଷା ପାଇଁ ଭଗବାନ ବିଷ୍ଣୁଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।
ଲକ୍ଷ୍ମୀ କାହିଁକି କ୍ଷୀରାବ୍ଧିତନୟା’
ସେହି ଦିନଠାରୁ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହ ତାଙ୍କର ଅର୍ଧାଙ୍ଗିନୀ ଭାବରେ ପୂଜା ପାଆନ୍ତି। ସମୁଦ୍ର ମନ୍ଥନରୁ ତାଙ୍କର ଆବିର୍ଭାବ ହେତୁ ଦେବୀ ଲକ୍ଷ୍ମୀଙ୍କୁ କ୍ଷୀର ସମୁଦ୍ରର ଝିଅ ଭାବେ ‘କ୍ଷୀରାବ୍ଧିତନୟା’ ମଧ୍ୟ କୁହାଯାଏ। ଦେବୀ ଲକ୍ଷ୍ମୀଙ୍କ ସ୍ଥାନ ଭଗବାନ ବିଷ୍ଣୁଙ୍କ ହୃଦୟରେ ଥିବାରୁ ତାଙ୍କୁ ଶ୍ରୀନିବାସ ବୋଲି କୁହାଯାଏ।
ତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହ ତାଙ୍କର ଅର୍ଧାଙ୍ଗିନୀ ଭାବରେ ପୂଜା ପାଆନ୍ତିଦେବୀ ଲକ୍ଷ୍ମୀଙ୍କ ଅବତାର:
ମାତା ଲକ୍ଷ୍ମୀ ଲୋକଙ୍କ କଲ୍ୟାଣ ପାଇଁ ସବୁ ଯୁଗରେ ବିଭିନ୍ନ ଅବତାର ଗ୍ରହଣ କରନ୍ତି। ବିଶ୍ୱାସ କରାଯାଏ ଯେ ଯେତେବେଳେ ବି ଭଗବାନ ବିଷ୍ଣୁ ପୃଥିବୀରେ ଅବତାରିତ ହୁଅନ୍ତି, ଦେବୀ ଲକ୍ଷ୍ମୀ ତାଙ୍କ ପତ୍ନୀ ଭାବରେ ତାଙ୍କ ସହିତ ଆସନ୍ତି।
ରାମାୟଣ କାହାଣୀ ଅନୁସାରେ ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ଶ୍ରୀରାମଙ୍କ ଅବତାର ଗ୍ରହଣ କଲେ। ତେଣୁ ମାତା ଲକ୍ଷ୍ମୀ ଶ୍ରୀରାମଙ୍କ ପତ୍ନୀ ଭାବେ ସୀତାଙ୍କ ଅବତାରରେ ଆସିଲେ। ସେହି ଯୁଗରେ ମାତା ଲକ୍ଷ୍ମୀ ମଧ୍ୟ ପର୍ଶୁରାମଙ୍କ ପତ୍ନୀ ଧରଣୀଙ୍କ ରୂପରେ ଜନ୍ମ ହୋଇଥିଲେ।
ସେହିପରି ଦ୍ୱାପର ଯୁଗରେ ଦେବୀ ଲକ୍ଷ୍ମୀ କୃଷ୍ଣଙ୍କ ପତ୍ନୀ ରାଣୀ ରୁକ୍ମିଣୀ ଏବଂ ହରିଙ୍କ ପତ୍ନୀ ପଦ୍ମା ଭାବରେ ଅବତାରିତ ହୋଇଥିଲେ।
ଏହିପରି ଭାବେ ବିଭିନ୍ନ ପୌରାଣିକ କାହାଣୀରେ ଦେବୀ ଲକ୍ଷ୍ମୀଙ୍କ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ମାତା ସର୍ବଦା ଧନର ଦେବୀ ଭାବରେ ପୂଜା ପାଆନ୍ତି।
UIDAI: ୨ କୋଟି ଆଧାର ନମ୍ବର ନିଷ୍କ୍ରିୟ କଲା UIDAI

Maoists Surrender: ଭୟରେ ଥରହର ଲାଲବାହିନୀ: ସଂଗଠନ ଛାଡ଼ି ସରେଣ୍ଡର କଲେ ୪୧ ମାଓବାଦୀ

Big Revelations on Delhi Blast: ବିସ୍ଫୋରକ ପାଇଁ ନେଲ୍ ପଲିସ୍ ରିମୁଭର ଓ ଚିନି ବ୍ୟବହାର କରୁଥିଲା ଆତଙ୍କୀ ଉମର; ମାଣ୍ଡାରିନ୍ ଭାଷା ଶିଖିବାକୁ ଯାଇଥିଲା ଚୀନ୍

Questions Raised: ହ୍ୟୁମାନଙ୍କ ମୃତ୍ୟୁ, କାହିଁକି ଉଠୁଛି ଅର୍ପିତାଙ୍କ ନାଁ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)