ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯାଇଛି 'ସୁଭଦ୍ରା' ଟଙ୍କା । ସୁନ୍ଦରଗଡ଼ରେ ଟଙ୍କା ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ସୂତ୍ର ଅନୁଯାୟୀ ନଭେମ୍ବର ୨୮ରେ ହେବ ଶପଥ ଗ୍ରହଣ ସମାରୋହ ହେବ।
ଖେଳରେ ଲୁଚି ରହିଛି ଅନେକ ଶକ୍ତି । ତେବେ ଖେଳ କେମିତି ଆପଣଙ୍କ ପିଲାର ମସ୍ତିଷ୍କ ବିକାଶ କରିବାରେ ସହାୟକ ହୁଏ ତା'ର ୧୦ଟି ପ୍ରୟୋଗାତ୍ମକ ଦିଗ ବିଷୟରେ ଜାଣିବା ଆସନ୍ତୁ ।
କୁମାରୀ ହୋଇ କେମିତି ପୁଅ ଜନ୍ମ କଲେ ରାଜକୁମାରୀ ମାଧବୀ? କ'ଣ ପାଇଁ ରାଜା ଯଯାତିଙ୍କୁ ସ୍ୱର୍ଗ ରାଜ୍ୟରେ ସ୍ଥାନ ମିଳିଲାନି? ପୁଣି ସ୍ୱର୍ଗକୁ କେମିତି ଫେରିଲେ ସେ? ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
'ଅନେକ ପୁରୁଷଙ୍କ ସହ ସଂପର୍କ ରଖିବାକୁ କରାଯାଉଥିଲା ବାଧ୍ୟ’ । ଅଭିଯୁକ୍ତକୁ ଗିରଫ ସହ ମହିଳା ଚାଲାଣ ରାକେଟକୁ ଧରିବାକୁ ଦାବି ।
ଯାଜପୁର ଟାଉନ ଥାନା ଓ ବିରଜା ହାଟ ଅଞ୍ଚଳରେ ୧୬୩ ଜାରି । ଶାନ୍ତି ରକ୍ଷା ଲାଗି ସହରରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ।
ବିଜୟ ପୃଷ୍ଟି ହେଲେ ଇଷ୍ଟେଟ ନିର୍ଦ୍ଦେଶକ । ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ହେଲେ ସତ୍ୟବ୍ରତ ରାଉତ ।
ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା, ୨୫ ପ୍ରତିଶତ ମହିଳାଙ୍କୁ ମିଳିବ ।
ଆୟୁର୍ବେଦ ମତ ଅନୁଯାୟୀ, ଶୀତଦିନେ କାଞ୍ଜି ଶରୀର ପାଇଁ ବେଶ୍ ଲାଭଦାୟକ। ଏହା ପେଜ ଓ ତୋରାଣିରୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ପେଟ ଥଣ୍ଡା ରହିଥାଏ। ଆସନ୍ତୁ ଜାଣିବା ଏହାର ଅନ୍ୟାନ୍ୟ ଫାଇଦା।
କେବଳ ସୁସ୍ଥ ଖାଦ୍ୟ ଏବଂ ଘରୋଇ ଉପଚାର ୟୁରିକ୍ ଏସିଡ୍ ସମସ୍ୟା ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ। ବିଶେଷକରି ଯଦି ଆମେ ଆୟୁର୍ବେଦକୁ ଯାଇ ଏକ ସୁସ୍ଥ ଖାଦ୍ୟ ଶୈଳୀକୁ ଗ୍ରହଣ କରିବା, ତେବେ ମୂଳରୁ ୟୁରିକ୍ ଏସିଡ୍ ସମସ୍ୟା ସମାଧାନ ହୋଇପାରିବ।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଧର୍ମ ପ୍ରଚାର କରିବା ତଥା ଜନ କଲ୍ୟାଣ କାର୍ଯ୍ୟ କରିବା ପାଇଁ ଗୁରୁ ତେଗ୍ ବାହାଦୂର ଅନେକ ସ୍ଥାନ ପରିଦର୍ଶନ କରିଥିଲେ। ୧୬୭୫ ମସିହାରେ, ଇସଲାମ ଧର୍ମ ଗ୍ରହଣ କରିବାକୁ ମନା କରିବାରୁ ଦିଲ୍ଲୀର ଚାନ୍ଦନୀ ଚୌକ୍ରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଦ୍ୱାରା ମୁଣ୍ଡ କାଟ୍ କରି ଦିଆଯାଇଥିଲା।
ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି। ଦିଲ୍ଲୀ ବିଜେପି ପାର୍ଟି ଅଫିସରେ ବିଜୟ ଉତ୍ସବରେ ଦଳୀୟ ନେତା ଓ କର୍ମୀଙ୍କୁ ଏମିତି କହି ଉତ୍ସାହିତ କରିବା ସହ ବିରୋଧୀ ମହା ଅଘାତି ମେଣ୍ଟକୁ କଡ଼ା ନିଶାନା କରିଛନ୍ତି।
‘ଟାଇମପାସ୍ ବୁକର ପୁରସ୍କାର’ ଚଳିତବର୍ଷ ଯୁବକଥାକାର ସୁଜିତ କୁମାର ପଣ୍ଡାଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଝଣ୍ଟା ଲହରେ ସୂର୍ଯ୍ୟାସ୍ତ’ ପାଇଁ ପ୍ରଦାନ କରାଯିବ।
କଟକ ବାଲିଯାତ୍ରା ପଡ଼ିଆରେ ଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି ପ୍ରାୟ ୫୦ରୁ ଅଧିକ ଅଣଓଡ଼ିଆ ଭିକାରୀ । ଏଥର କିନ୍ତୁ ଏତେ ସଂଖ୍ୟାରେ ଅଣଓଡ଼ିଆ ଭିକାରୀଙ୍କୁ ନେଇ ଉଠିଛି ପ୍ରଶ୍ନ ।
ଗିରଫ ହେଲେ ବବିଙ୍କ ଭାଇ ଭବ। ବାବହଳପୁର ବାସଭବନରୁ ଭବଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ଭବଙ୍କ ବିରୋଧରେ ଲାଗିଛି BNSର ୧୧୫ (୨), ୨୯୬, ୩(୫), ୩୦୩(୨), ୩୨୪(୪) ଧାରା। ଏହା ବାଦ୍ ବିରଜା ହାଟ ଗଣ୍ଡଗୋଳକୁ ନେଇ ଭବଙ୍କ ନାଁରେ ରହିଛି ଏକାଧିକ ମାମଲା।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ୪୫ ପୃଷ୍ଠାର ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଆମେ ASI ସହ ଆଲୋଚନା କରିବୁ । ତୁରନ୍ତ ରତ୍ନଭଣ୍ଡାର ମରାମତି ପାଇଁ ASIକୁ ଅନୁରୋଧ କରିଛୁ ।
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ପ୍ରଥମ କିସ୍ତିରୁ ବାଦ୍ ୨୫ ପ୍ରତିଶତ ମହିଳାଙ୍କୁ କାଲି ମିଳିବ ‘ସୁଭଦ୍ରା’ ଟଙ୍କା । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯୋଜନା ପ୍ରଥମ କିସ୍ତି ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ୨ଲକ୍ଷ ୬୭ ହଜାର ମହିଳାଙ୍କ ଆବେଦନପତ୍ରର ଯାଞ୍ଚ ଶେଷ ହୋଇଛି ।
ଝାଡ଼ଖଣ୍ଡରେ ପୁଣି ସୋରେନ୍ ସରକାର। ବାଜି ଜିତିଲା ମହାମେଣ୍ଟ। ଜେଏମଏମ୍ ନେତୃତ୍ୱାଧୀନ ଗଠବନ୍ଧନକୁ ବିପୁଳ ବହୁମତ। ପୁଣି ଥରେ ଝାଡ଼ଖଣ୍ଡ ଭୋଟରଙ୍କ ଦିଲ୍ ଜିତିଲେ ହେମନ୍ତ ସୋରେନ୍।
ମହାରାଷ୍ଟ୍ର... ମହାୟୁତି... ମହା ବିଜୟ । ମରାଠା ମାଟିରେ ପୁଣି ମୋଦି ମ୍ୟାଜିକ୍ କାମ କଲା- 'ଏକ୍ ହୈ ତୋ ସେଫ୍ ହୈ'... 'ମୋଦି ହୈ ତୋ ମୁମକିନ୍ ହୈ' ନାରା ।
ଯେଉଁମାନଙ୍କର ସ୍ମାର୍ଟଫୋନ୍ ଥାଏ ସେମାନେ ନିଶ୍ଚିତ ଭାବରେ ୱାଇ-ଫାଇ ବ୍ୟବହାର କରନ୍ତି। ତେବେ ସର୍ବସାଧାରଣ ୱାଇ-ଫାଇ ବିଷୟରେ ଅନେକ କଥା କୁହାଯାଏ। କିନ୍ତୁ ସେଗୁଡିକ ବ୍ୟବହାର କରିବା କେତେ ସୁରକ୍ଷିତ ତାହା ବୁଝିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।
ରିଲିଜ୍ ହୋଇଥିବା ଟିଜରରୁ ଦେଖିବାକୁ ମିଳୁଛି ଯେ, ଏହି EV ମଡେଲରେ ଦୁଇଟି Swappable ବ୍ୟାଟେରୀ ରହିଛି । ଏହାର ଅର୍ଥ ଏଥିରେ ଦୁଇଟି ବ୍ୟାଟେରୀ ରହିବ ଏବଂ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏହାକୁ ଅଦଳବଦଳ କରିପାରିବେ ।
୯ ଥର ବିଧାୟକ ହୋଇଥିବା କାଳିଦାସ ଦୁଇଥର ବିଜେପିରୁ, ଦୁଇଥର କଂଗ୍ରେସରୁ ଓ ୫ ଥର ଶିବସେନା ପକ୍ଷରୁ ପ୍ରାର୍ଥୀ ହୋଇ ଜିତିଛନ୍ତି । ୧୯୯୦ ମସିହାରୁ ସେ ଜିତି ଆସୁଛନ୍ତି, କେବେ ନିର୍ବାଚନରେ ହାରିନାହାନ୍ତି । ସେ ସିନା ଦଳ ବଦଳାଉଛନ୍ତି, ଭୋଟର କିନ୍ତୁ ତାଙ୍କୁ ଛାଡୁନାହାନ୍ତି । ଆସ୍ଥା ପ୍ରକଟ କରୁଛନ୍ତି । ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।
ମହାରାଷ୍ଟ୍ରରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ସୋସିଆଲ ମିଡିଆରେ କଂଗ୍ରେସକୁ ଓ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ସୁରଟର ବିଧାୟକ ତଥା ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଗଭୀ ।