• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଅଁଳ ହାତରେ ତରକାରୀ ପାଇଁ ଆଳୁ କାଟୁଛି, ପୁଣି ତିଅଣ ରାନ୍ଧୁଛି କୁନି ଝିଅ । ପୁଣି କେତେବେଳେ ଚାଉଳ ପାଛୋଡ଼ି ପାଛୋଡି ସଫା କରୁଛି । କାରଣ ଚାଉଳ ସଫା ହେଲେ ବ ଭାତ ହେବ । ଆଉ ସେହି ଭାତକୁ ଦୁଇ ସାନ ଭାଇ ଖାଇବେ । ଖାଲି ଭାଇମାନେ ଖାଇବେ ତାହା ନୁହେଁ ବରଂ ନିଜେ ବି ଦୁଇଟା ଭାତ ଖାଇ ଛେଳି ଚରାଇବାକୁ ପଡ଼ିଆକୁ ଯିବ । ଛେଳି ଚରେଇ ଘରକୁ ଫେରିଲେ ଗୋଟା ଗୋଟି କରି ରଖିଥିବା ଜାଲେଣି କାଠ ଆଣିଲେ କାଲିକୁ ପୁଣି ଚୁଲି ଜଳିବ । ବାସ୍ ଏମିତି ଦୁଃଖ ଭିତରେ ଦିନ କାଟୁଛନ୍ତି  ଆଠଗଡ଼ ବ୍ଲକ ଗୋବରା ପଞ୍ଚାୟତର ଆଦିବାସୀ ପଡ଼ା ଓର୍ଦ୍ଧାର ୧୪ ବର୍ଷୀୟା ଯୁବତୀ ବର୍ଷା ଦିଗି ।

ଅଧିକ ପଢ଼ନ୍ତୁ: ଦିବ୍ୟାଙ୍ଗ ହେଲେ ବି IAS ହେବାକୁ ଦେଖୁଛନ୍ତି ସ୍ୱପ୍ନ; ବୁଲିବୁଲି ବିକୁଛନ୍ତି ସିଙ୍ଗଡ଼ା

ତିନିବର୍ଷ ତଳେ ମାଆ ଆଖି ବୁଜିଥିଲା । ଏଇ କିଛି ଦିନ ତଳେ ତିନି ଭାଇ ଭଉଣୀକୁ ପର କରି ଆରପାରିକୁ ଚାଲିଗଲେ ବାପା । ଏବେ ୩  ଅନାଥ ଭାଇଭଉଣୀଙ୍କ କେହି ସାହାରା ନାହାନ୍ତି । ପାଠ ପଢ଼ିବାକୁ ବଡ଼ ଭଉଣୀର ମନ, ହେଲେ ବାଧକ ସାଜିଛି ଘରର ପରିସ୍ଥିତି ଓ ଅଭାବ ଅନଟନ । ଘରେ ଆଉ କେହି ରୋଜଗାରିଆ କି ମୁରବି ନାହାନ୍ତି । ବର୍ଷା କରିବେ ତ କରିବେ ଆଉ କଣ ? ତେଣୁ ସ୍ୱପ୍ନ ଦେଖିବା ବୟସରେ ସ୍ୱପ୍ନ ପୂରଣ କରିବାକୁ ପାଦ ବଢାଇଛି ବର୍ଷା ।

ପାଠ ପଢିବାକୁ ମନ ଥିଲେ ବି ବର୍ଷାଙ୍କ ପାଇଁ ବାଧାବିଘ୍ନ ଅନେକ ରହିଛି । ଗୋବରା ପଞ୍ଚାୟତର ଓର୍ଦ୍ଧା, ଭୋଗୁଆ, ସାନ ଭୋଗୁଆ ଆଦିବାସୀ ପଡ଼ାରେ ୬୦୦ ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ପିଲା ଉଚ୍ଚ ବିଦ୍ୟାଳୟ ଅଭାବରୁ ଅପାଠୁଆ ରହୁଛନ୍ତି । ସେପଟେ ଗାଁରେ ଏକ ବିଦ୍ୟାଳୟ ଖୋଲିବା ପାଇଁ ଦାବି ହୋଇଛି । ତେବେ ବର୍ଷାଙ୍କୁ କେବେ ପ୍ରଶାସନ ସାହାଯ୍ୟ କରୁଛି? କେବେ ତାଙ୍କ କଷ୍ଟ ଦୂର ହେଉଛି ତାହା ସମୟ କହିବ ।

  • Reported by:
  • NILAKANTHA DORA