Advertisment

Vastu Tips: ଘର ଭିତରେ ସୂର୍ଯ୍ୟ କିରଣ ପଡିବା ଜରୁରୀ କି ନାହିଁ; କ’ଣ କୁହନ୍ତି ବାସ୍ତୁବିତ୍

ବାସ୍ତୁରେ ଯେଉଁ ସବୁ ନିୟମ ରହିଛି ସେଥିରୁ ସୂର୍ଯ୍ୟଙ୍କ ସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଏ। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ପୁଣି ଗ୍ରହମଣ୍ଡଳର ମୁଖ୍ୟ। ଘରେ ସୂର୍ଯ୍ୟ କିରଣ ପଡିବା ଜରୁରୀ କି ନାହିଁ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Benefits of Natural Sunlight In Home

Importance of sunlight for house

ମଣିଷ ସମାଜରେ ସମସ୍ତଙ୍କ ପାଇଁ ଖଣ୍ଡିଏ ବାସଗୃହର ଆବଶ୍ୟକ ରହିଛି। ଏହି ବାସଗୃହ ବାସ୍ତୁ ନିୟମରେ ହୋଇଥିଲେ ଆମକୁ ଅନେକ ଶୁଭ ଶୁଭଫଳ ମିଳିଥାଏ। ବାସ୍ତୁରେ ଯେଉଁ ସବୁ ନିୟମ ରହିଛି ସେଥିରୁ ସୂର୍ଯ୍ୟଙ୍କ ସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଏ।

Advertisment

ଯେମିତି ଜନ୍ମ ଜାତକରେ ସୂର୍ଯ୍ୟଙ୍କର ଅବସ୍ଥିତିକୁ ନେଇ ଭବିଷ୍ୟ ଫଳ ନିର୍ଦ୍ଧାରଣ କରାଯାଇଥାଏ, ସେମିତି ଗୋଟେ ଭୂମିରେ ତିଆରି ହୋଇଥିବା ଗୃହ ମଧ୍ୟକୁ ଗଲେ ବାସସ୍ଥାନରେ ସୂର୍ଯ୍ୟଙ୍କ ପ୍ରଭାବକୁ ଦେଖି ମଧ୍ୟ ବାସଗୃହର ଫଳାଫଳ ଜାଣି ହୋଇଥାଏ। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ପୁଣି ଗ୍ରହମଣ୍ଡଳର ମୁଖ୍ୟ। ସମସ୍ତ ଚରାଚର ଜଗତ ଉପରେ ସୂର୍ଯ୍ୟଙ୍କର ପ୍ରଭାବକୁ ଅସ୍ୱୀକାର କରିବା ଅସମ୍ଭବ।

ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

Advertisment

ସୂର୍ଯ୍ୟ ଅଗ୍ନି ତତ୍ତ୍ୱର ଆଧାର ହୋଇଥିବା ବେଳେ ଏହା ଦ୍ୱାରା ଚାରି ତତ୍ତ୍ୱ ପୃଥିବୀ, ଜଳ, ବାୟୁ ଓ ଆକାଶ ପ୍ରଭାବିତ ହୋଇଥାଏ। ସୂର୍ଯ୍ୟଙ୍କର ପ୍ରଭାବକୁ ଗୁରୁତ୍ୱ ଦେଇ ବାସ୍ତୁଶାସ୍ତ୍ର ରଚିତ ହୋଇଛି। ଏଥିରେ ପ୍ରକୃତି ସହିତ ମାନବ ତଥା ବିଭିନ୍ନ ବସ୍ତୁର ସାମଞ୍ଜସ୍ୟ ସ୍ଥାପିତ କରାଯାଇଛି।

ବାସ୍ତୁର ନିୟମ ଏପରି ଭାବରେ କରାଯାଇଛି ଯେ ଯେମିତି ପ୍ରାକୃତିକ ସ୍ରୋତରୁ ପର୍ଯ୍ୟାପ୍ତ ଶକ୍ତି ମିଳିପାରିବ। ସୁସ୍ଥ ଏବଂ ନିରୋଗ ଜୀବନ ଯାପନ କରିବା ପାଇଁ ଜନ୍ମଜାତ ସହିତ ବାସ୍ତୁରେ ସୂର୍ଯ୍ୟଙ୍କର ସୁପ୍ରଭାବ ରହିବା ଆବଶ୍ୟକ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ଅନ୍ୟ ଗ୍ରହଙ୍କ ଅପେକ୍ଷା ସୂର୍ଯ୍ୟଙ୍କୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି।

ସୂର୍ଯ୍ୟ ଆମକୁ ଆଲୋକ ଏବଂ ଉତ୍ତାପ ପ୍ରଦାନ କରନ୍ତି। ଯାହା ବିନା ଜୀବ ଜଗତ ତିଷ୍ଠିବା ଅସମ୍ଭବ। ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ଯାଆନ୍ତି। ବିଜ୍ଞାନ ଦୃଷ୍ଟିରୁ ପୃଥିବୀର ପରିକ୍ରମଣ ଏବଂ ଆବର୍ତ୍ତ କାରଣରୁ ଦିନରାତି, ଆଲୋକ, ଉତ୍ତାପ, ଋତୁ ପରିବର୍ତ୍ତନ ଆଦି ହୋଇଥାଏ।

ବାସ୍ତୁ ଶାସ୍ତ୍ର ମତରେ ଗୃହର ନିର୍ମାଣ ଏହିପରି ହେବା ଦରକାର ଯେମିତି ସୂର୍ଯ୍ୟଙ୍କ କିରଣ ବିନା ବାଧାରେ ପ୍ରବେଶ କରିବ। ରୋଷେଇ ଗୃହର ନିର୍ମାଣକୁ ଅଗ୍ନିକୋଣରେ ଏଥିପାଇଁ ନିର୍ମାଣ କରାଯାଇଥାଏ ଯାହାଦ୍ୱାରା ରୋଷେଇ ସମୟରେ ସକାଳର ସୂର୍ଯ୍ୟଙ୍କ କିରଣ ରୋଷେଇ ଘରେ ପଡିପାରିବ। ଏପରି ହେଲେ ଖାଦ୍ୟ ଉପରେ ଏହାର ସୁପ୍ରଭାବ ପଡିଥାଏ। ଏଥିପାଇଁ ଅଗ୍ନିକୋଣରେ ରୋଷେଇ ଘର ନିର୍ମାଣ ସହିତ ପୂର୍ବକୁ ମୁଖ କରି ରୋଷେଇ କାର୍ଯ୍ୟ କରିବାର ନିୟମ ରହିଛି।

ସ୍ନାନ କଲାବେଳେ ସୂର୍ଯ୍ୟଙ୍କ କିରଣ ଆମ ଶରୀର ଉପରେ ପଡିଲେ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଆଜିକାଲି ଘର ଭିତରେ ଶୌଚାଳୟ କରାଯାଉଛି ଅର୍ଥାତ୍ ଗାଧୁଆ ଘର ସହିତ ପାଇଖାନା ମିଶିକି କରାଯାଉଛି। ଏନେଇ ଏହା ପୂର୍ବ ପଟକୁ କରାଯାଇ ପାରୁନି। କିନ୍ତୁ ଯଦି ପୂର୍ବପଟରେ ଗାଧୁଆ ଘର କରାଯାଇ ବଡ଼ ସ୍କାଇଲାଇଟ୍ ଲଗାଯାଇ ସୂର୍ଯ୍ୟ କିରଣର କିଛି ମାତ୍ରା ଗାଧୁଆ ଘରକୁ ଆସିବା ବ୍ୟବସ୍ଥା ହୋଇପାରନ୍ତା ତେବେ ଶୁଭ ଫଳ ମିଳନ୍ତା, ଯାହା ବର୍ତ୍ତମାନ ସମୟରେ ହୋଇପାରୁନାହିଁ।

ଘର ତିଆରି କରିବା ବେଳେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ। ଘରକୁ ସୂର୍ଯ୍ୟକିରଣ ଅବାଧରେ ଆସିବା ବ୍ୟବସ୍ଥା କରାଯାଇ ପାରିଲେ ଏହା ଶୁଭ ଫଳ ଆଣିଥାଏ। ପୂର୍ବ ପଟରେ ଯଥା ସମ୍ଭବ ଅଧିକ ଝରକା ରଖିବା ଭଲ। ଏହି ଦିଗରେ ବଡ଼ ବଡ଼ ଗଛଥିଲେ ଏହାକୁ କାଟି ସୂର୍ଯ୍ୟାଲୋକ ପ୍ରବେଶ ପାଇଁ ବ୍ୟବସ୍ଥା କରିବା ଭଲ। କୂଅ, ନଳକୂଅ, ଜଳାଶୟ ଆଦି ପୂର୍ବ, ଉତ୍ତର କିମ୍ବା ଉତ୍ତର-ପୂର୍ବ କୋଣରେ ରହି ଶୁଭଫଳ ମିଳିଥାଏ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips Vastu Vichara
Advertisment
Advertisment