Advertisment

International Labour Day: ଶ୍ରମିକମାନେ କାହିଁକି ଏକାଠି ହୋଇଥିଲେ, କରିଥିଲେ ଆନ୍ଦୋଳନ

ଶ୍ରମିକମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ, ପ୍ରତିବର୍ଷ ମେ ୧କୁ ସେମାନଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ। ଶ୍ରମିକମାନଙ୍କ ଅଧିକାର ପ୍ରତି ମଧ୍ୟ ସ୍ୱର ଉତ୍ତୋଳନ କରାଯାଏ। ହେଲେ ଏହିଦିନ କାହିଁକି ଆରମ୍ଭ ହେଲା ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
International Labour Day 2023

International Labour Day 2023

ପ୍ରତିବର୍ଷ ମେ ୧ରେ ଦେଶ ତଥା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଏ। ଶ୍ରମିକମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ, ପ୍ରତିବର୍ଷ ଏହି ଦିନଟିକୁ ସେମାନଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ। ଏହାକୁ ‍ଇଂରାଜୀରେ ଲେବର ଡେ’ କୁହାଯାଉଥିବା ବେଳେ ହିନ୍ଦୀରେ ମଜ୍‌ଦୂର ଦିବସ ଓ ଓଡ଼ିଆରେ ଶ୍ରମିକ ଦିବସ ବୋଲି କୁହାଯାଏ।

Advertisment

ଶ୍ରମିକ ଦିବସ କେବଳ ଶ୍ରମିକମାନଙ୍କୁ ସମ୍ମାନିତ କରିବାର ଦିନ ନୁହେଁ, ଏହି ଦିନ ଶ୍ରମିକମାନଙ୍କ ଅଧିକାର ପ୍ରତି ମଧ୍ୟ ସ୍ୱର ଉତ୍ତୋଳନ କରାଯିବାର ଦିନ। ଯାହାଫଳରେ ସେମାନେ ସମାନ ଅଧିକାର ପାଇପାରିବେ। ତେବେ ଆସନ୍ତୁ ଶ୍ରମିକ ଦିବସର ଇତିହାସ ଏବଂ ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ କ’ଣ ସେ ବିଷୟରେ ଜାଣିନେବା।

କାହିଁକି ହେଲା ଆନ୍ଦୋଳନ:

ଏହି ଆନ୍ଦୋଳନ ଆମେରିକାରେ ୧ ମେ ୧୮୮୬ରେ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନରେ ଆମେରିକାର ଶ୍ରମିକମାନେ ରାସ୍ତାକୁ ଆସିଥିଲେ ଏବଂ ସେମାନେ ସେମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଆନ୍ଦୋଳନର ମୁଖ୍ୟ କାରଣ ଥିଲା କାର୍ଯ୍ୟ ସମୟ। କାରଣ ଶ୍ରମିକମାନଙ୍କ ଠାରୁ ଦିନକୁ ୧୫ ଘଣ୍ଟାର କାମ ନିଆଯାଉଥିଲା।

Advertisment

ଅଧିକ ପଢ଼ନ୍ତୁ: ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ତିଆରି ହୋଇଥିଲା ଜିନ୍‌ସ ! ଛୋଟ ପକେଟରେ ସେମାନେ କ’ଣ ରଖୁଥିଲେ..?

ଆନ୍ଦୋଳନ ମଧ୍ୟରେ କର୍ମଚାରୀଙ୍କ ଉପରକୁ ପୋଲିସ ଗୁଳି ଚଳାଇଥିଲା। ଫଳରେ ବହୁ ଶ୍ରମିକ ପ୍ରାଣ ହରାଇଥିଲେ। ଏଥିରେ ୧୦୦ରୁ ଅଧିକ କର୍ମଚାରୀ ଆହତ ହୋଇଥିଲେ। ଏହି ଆନ୍ଦୋଳନର ତିନି ବର୍ଷ ପରେ, ୧୮୮୯ ମସିହାରେ, ଆନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀର ବୈଠକ ବସିଥିଲା। ଏଥିରେ ନିଷ୍ପତ୍ତି ନିଆଗଲା ଯେ ଗୋଟିଏ ଦିନରେ ପ୍ରତ୍ୟେକ ଶ୍ରମିକଙ୍କଠାରୁ ମାତ୍ର ୮ ଘଣ୍ଟାର କାମ ନିଆଯିବ।

ଏହି ସମ୍ମିଳନୀରେ ମେ ୧କୁ ଶ୍ରମିକ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହା ସହିତ ପ୍ରତିବର୍ଷ ମେ ୧ରେ ଛୁଟି ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଆମେରିକାରେ ଆଠ ଘଣ୍ଟା କାର୍ଯ୍ୟ ସମୟ ସ୍ଥିର ହେବା ପରେ ଅନେକ ଦେଶରେ ଏହି ନିୟମ ଲାଗୁ କରାଯାଇଥିଲା।

ଭାରତରେ କେବେ ହେଲା ଆରମ୍ଭ:

ଯଦିଓ ଆମେରିକାରେ ୧ ମେ ୧୮୮୯ରେ ଶ୍ରମିକ ଦିବସ ପାଳନ କରିବାକୁ ପ୍ରସ୍ତାବ ଆସିଥିଲା। କିନ୍ତୁ ଏହା ପ୍ରାୟ ୩୪ ବର୍ଷ ପରେ ଭାରତକୁ ଆସିଥିଲା। ଭାରତରେ ୧ ମେ ୧୯୨୩ରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ ଆରମ୍ଭ ହୋଇଥିଲା।

ହିନ୍ଦୁସ୍ତାନର ଲେବର କିସାନ ପାର୍ଟିର ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ସଭାକୁ ଅନେକ ସଂଗଠନ ଏବଂ ସାମାଜିକ ଦଳର ସମର୍ଥନ ମିଳିଥିଲା। ଏମାନେ ଶ୍ରମିକମାନଙ୍କ ଅତ୍ୟାଚାର ଏବଂ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ। ବାମପନ୍ଥୀମାନେ ଏହାର ନେତୃତ୍ୱ ନେଇଥିଲେ।

ଚଳିତ ବର୍ଷର ଥିମ୍:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଏ। ଆନ୍ତର୍ଜାତୀୟ ଶ୍ରମିକ ସଂଗଠନ ଏହି ଥିମ୍ ସ୍ଥିର କରେ। ଚଳିତ ବର୍ଷର ଥିମ୍ ହେଉଛି “ଏକ ମୌଳିକ ନୀତି ଏବଂ ଠିକ କାମ ପାଇଁ ଏକ ନିରାପଦ ଏବଂ ସୁସ୍ଥ କାର୍ଯ୍ୟ ପରିବେଶ”।

ଶ୍ରମିକ ଦିବସର ଉଦ୍ଦେଶ୍ୟ:

ଶ୍ରମିକ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରମିକମାନଙ୍କ ସଫଳତା ଏବଂ ଅବଦାନକୁ ସମ୍ମାନ ଦେବା। ଏହା ସହିତ, ଶ୍ରମିକମାନଙ୍କର ନ୍ୟାୟ ଓ ଅଧିକାର ପାଇଁ ଆମକୁ ସ୍ୱର ଉତ୍ତୋଳନ କରିବାକୁ ପଡିବ ଏବଂ ଶୋଷଣ ବନ୍ଦ କରିବାକୁ ପଡିବ। ଏହି ଦିନ କର୍ମଚାରୀଙ୍କୁ ମୁକ୍ତି ଦେବା ନେଇ ଅନେକ ସଂସ୍ଥାରେ ଛୁଟି ଦିଆଯାଏ।

Labour Day
Advertisment
Advertisment