Advertisment

ନ୍ୟୁଜିଲାଣ୍ଡରେ ‘ମନ୍ କି ବାତ୍’ ଶୁଣିଲେ, ପୋଷ୍ଟରରେ ହାତ ମାରି ମୋଦିଙ୍କୁ ଆଶୀର୍ବାଦ ଦେଲେ ଶତାୟୁ ମହିଳା

ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କି ବାତ’ଙ୍କ ଶୁଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍ କି ବାତ୍ ’ ଶୁଣିବା ପାଇଁ ରାମ ବେନ ନାମକ ଜଣେ ୧୦୦ ବର୍ଷୀୟା ଜଣେ ବୃଦ୍ଧା ପହଞ୍ଚିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
100-year-old Ramben blesses PM Modi

100-year-old Ramben blesses PM Modi

ଶତକ ମାରିଛି 'ମନ୍ କି ବାତ୍' କାର୍ଯ୍ୟକ୍ରମ। ଦେଶବାସୀଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଅକ୍ଟୋବର ବିଜୟା ଦଶମୀ ଦିନ ଆରମ୍ଭ କରିଥିଲେ ମନ କି ବାତ୍‌ କାର୍ଯ୍ୟକ୍ରମ। ୯ବର୍ଷ ତଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଆଜି ୧୦୦ ତମ ଅଧ୍ୟାୟ ପୂରଣ କରିଛି। ସେତେବେଳେ ନିଆଯାଇଥିବା ଏହି ଅଭିନବ ପ୍ରୟାସ ଆଜି ଐତିହାସିକ ପାଲଟିଛି।

Advertisment

ଏହି ଅବସରରେ ସାରା ଭାରତର କୋଣ ଅନୁକୋଣରେ ଆଜି ମନ କି ବାତ୍‌ କାର୍ଯ୍ୟକ୍ରମରେ ଲୋକଙ୍କ ଠାରୁ ଆରମ୍ଭ କରି ଜନନେତା ସମସ୍ତେ ଭାଗନେଇ ଶୁଣିଥିଲେ। ଏହାରି ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେବଳ ଦେଶ ନୁହେଁ, ଦେଶ ବାହାରେ ରହୁଥିବା ଭାରତୀୟ ନାଗରିକ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ହାତଛଡ଼ା କରିନାହାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ମନ କି ବାତ୍‌ ଶୁଣିଲେ ଶତାୟୁ।

ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କି ବାତ’ଙ୍କ ଶୁଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍ କି ବାତ୍ ’ ଶୁଣିବା ପାଇଁ ରାମ ବେନ ନାମକ ଜଣେ ୧୦୦ ବର୍ଷୀୟା ଜଣେ ବୃଦ୍ଧା ପହଞ୍ଚିଥିଲେ। ଏହି ଶତାୟୁ ବୃଦ୍ଧା ଜଣକ ମୋଦିଙ୍କୁ ତାଙ୍କ ପୋଷ୍ଟରରେ ହାତ ମାରି ଆଶୀର୍ବାଦ ଦେଇଥିବା ଦେଖାଦେଇଥିଲା। ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ସେପଟେ ଭାରତରେ ଅବସ୍ଥାପିତ ଡେନମାର୍କ ରାଷ୍ଟ୍ରଦୂତ ଫ୍ରେଡି ସ୍ବେନ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ତମ ମନ କି ବାତକୁ ଶୁଣିଥିଲେ। ଜଣେ ରାଷ୍ଟ୍ର ନେତା ହୋଇ ବି ସାଧାରଣ ଲୋକଙ୍କ ବିଷୟରେ ବିଶ୍ବବାସୀଙ୍କୁ ଅବଗତ କରିବା ଗୁଣକୁ ଭୂୟସୀ ପ୍ରସଂଶା କରିଛନ୍ତି।

'ଅଲ୍ ଇଣ୍ଡିଆ ରେଡିଓ' ଓ ଦୂରଦର୍ଶନରେ ପ୍ରସାରିତ ହେଉଥିବା ମନ୍ କି ବାତ୍ କେବଳ ଏକ ଅଧଘଣ୍ଟିଆ କାର୍ଯ୍ୟକ୍ରମ ନୁହେଁ । ଏହା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ପ୍ରାୟ ୨୬ କୋଟି ଲୋକ ଏହାକୁ ନିୟମିତ ଶୁଣୁଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଉଦବୁଦ୍ଧ କରିଛି ଅଗଣିତ ସାଧାରଣ ନାଗରିକ, ସମାଜସେବୀ ଓ ଛାତ୍ରଛାତ୍ରୀଙ୍କୁ । କେବଳ ଏତିକି ନୁହେଁ, ଅନେକ ବଣମଲ୍ଲୀଙ୍କ ମହକ ସାରା ଦେଶକୁ ଆମୋଦିତ କରିଛି ମନ୍ କି ବାତ୍ ମାଧ୍ୟମରେ ।

Mann Ki Baat Narendra Modi Prime Minister
Advertisment
Advertisment