• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଜଣେ ଓଡ଼ିଆଙ୍କୁ ମିଳିଛି ବଡ଼ ଦାୟିତ୍ୱ । ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ହେଲେ ଓଡ଼ିଆ ପୁଅ ଦେବଦତ୍ତ ଚାନ୍ଦ (Debadatta Chand) । ୫୨ ବର୍ଷିୟ ଦେବଦତ୍ତ ଆସନ୍ତା ୩ ବର୍ଷ ଯାଏଁ ବ୍ୟାଙ୍କ ଅଫ ବରୋଦାର ଏମଡି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାମ କରିବେ । ବର୍ତ୍ତମାନ ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଥିବା ସଞ୍ଜିବ ଚଢ଼ାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍ ୩୦ରେ ଶେଷ ହେବ । ଏହାପରେ ଦାୟିତ୍ୱ ନେବେ ଦେବଦତ୍ତ ଚାନ୍ଦ । ଦେବଦତ୍ତ ଚାନ୍ଦଙ୍କ ଘର ବଲାଙ୍ଗିର ପ୍ୟାଲେସ ଲାଇନ ଅଞ୍ଚଳରେ। ....

ବ୍ୟାଙ୍କିଂ ସେକ୍ଟରର ସହ ଦେବଦତ୍ତ ଚାନ୍ଦଙ୍କର ୨୭ ବର୍ଷର ଅଭିଜ୍ଞତା ରହିଛି । ୨୦୨୧ ମାର୍ଚ୍ଚରୁ ସେ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ଏହାସହ କୋର୍ପୋରେ କ୍ରେଡିଟ, ଟ୍ରେଜରୀ ଓ ଅନ୍ତର୍ଜାତୀୟ ବ୍ୟବସାୟକ ଦାୟିତ୍ୱରେ ରହିଛନ୍ତି ଦେବଦତ୍ତ ଚାନ୍ଦ। ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବା ପୂର୍ବରୁ ସେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ କାମ କରୁଥିଲେ ।

ମୁମ୍ବାଇ ଜୋନର ମୁଖ୍ୟ ଭାବେ ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାଇଁ କାମ କରୁଥିଲେ। ସେହିପରି ପାଟନାରେ ଥିବା ବ୍ୟାଙ୍କର ଜୋନାଲ ଅଡିଟ ଅଫିସର ମୁଖ୍ୟ ଓ ବରେଲୀରେ ସର୍କଲର ମୁଖ୍ୟ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି । ଦେବଦତ୍ତ ଚାନ୍ଦଙ୍କର ବିଟେକ, ଏମବିଏ ଓ ସିଏଆଇଇବି ଡିଗ୍ରୀ ହାସଲ କରିଛନ୍ତି । ଇକ୍ୱିଟି ରିସିର୍ଚ୍ଚରେ ମଧ୍ୟ ସେ ପିଜି ଡିପ୍ଲୋମା ଡିଗ୍ରୀ କରିଛନ୍ତି ।

ସୂଚନାଯୋଗ୍ୟ ଏହାପୂର୍ବରୁ ଓଡ଼ିଆ ପୁଅଙ୍କୁ ମଧ୍ୟ ଅଜିତ କୁମାର ମହାନ୍ତିଙ୍କୁ ମଧ୍ୟ ଗୁରୁଦାୟିତ୍ୱ ମିଳିଛି । ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି । ତାଙ୍କୁ ଆଟମିକ ଏନର୍ଜି ବିଭାଗ ସଚିବ ଓ ଆଟମିକ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି, ଯାହାକି ଓଡ଼ିଶା ପାଇଁ ଗର୍ବର ବିଷୟ । ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏବେ ଓଡ଼ିଆ ଦେଶର ପରମାଣୁ ସଂସ୍ଥାର ମୁଖ୍ୟ ସଚିବ ହୋଇଛନ୍ତି ।