ସ୍ପେସାଲିଷ୍ଟ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ SBI ର ଅଫିସିଆଲ୍ ୱେବସାଇଟ୍, sbi.co.in କୁ ଯାଇ ଆବେଦନ କରିପାରିବେ।
ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୧୭ଟି ପଦବୀ ପୂରଣ ହେବ। ଯେଉଁମାନେ ପ୍ରାର୍ଥୀ ଏହି ପୋଷ୍ଟଗୁଡିକରେ ଚାକିରି ପାଇବାକୁ ଚାହୁଁଛନ୍ତି ଏ ସମ୍ବନ୍ଧୀୟ ଯୋଗ୍ୟତା, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିବରଣୀ ଜାଣିବା ନେଇ ପଢନ୍ତୁ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ - ୨୯ ଏପ୍ରିଲ୍
- ଅନ୍ଲାଇନ୍ ଆବେଦନ ଶେଷ - ମେ ୧୯
ଅଧିକ ପଢ଼ନ୍ତୁ: NCERT ରେ ବାହାରିଲା ଚାକିରି; ଭୁବନେଶ୍ୱରରେ ବି ମିଳିବ ନିଯୁକ୍ତି
ପଦବୀ ସଂଖ୍ୟା:
- ନିୟମିତ ପୋଷ୍ଟ୍ ସଂଖ୍ୟା: ୧୮୨
- ଚୁକ୍ତିଭିତ୍ତିକ ପୋଷ୍ଟ ସଂଖ୍ୟା: ୩୫
ଯୋଗ୍ୟତା:
- ବିଭିନ୍ନ ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ ହୋଇଛି
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ୩୧ ରୁ ୪୨ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରିପାରିବେ
- ବୟସ ଗଣନା ୩୧।୦୩।୨୦୨୩ ଆଧାରରେ ହେବ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ / ଓବିସି / ଇଡବ୍ଲୁଏସ୍ ପ୍ରାର୍ଥୀ – ୭୫୦ ଟଙ୍କା
- SC / ST / PWD – ଦେୟ ମୁକ୍ତ
- ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମ ଆବେଦନ ଶୁଳ୍କ ଦେଇପାରିବେ।
ଚୟନ ପ୍ରକ୍ରିୟା:
- ସର୍ଟଲିଷ୍ଟ
- ସାକ୍ଷାତକାର(୧୦୦ ମାର୍କ)
ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ