/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682909591.jpg)
Baby elephant rescued
ଉଦ୍ଧାର ହେଲା କୂଅରେ ଫସିଥିବା ହାତୀ ଛୁଆ (Baby elephant) । ସମ୍ବଲପୁର ଯୁଜୁମୁରା ଥାନା ବଶିଆପଡା ଜଙ୍ଗଲର ଏକ କୂଅରେ ଛୁଆ ହାତୀ ଗଳି ପଡ଼ିଥିଲା । ତେବେ କୂଅ ଭିତରେ ଖସିପଡ଼ିବା ପରେ ହାତୀ ଛୁଆର ବିକଳରେ ଶବ୍ଦ କରିଥିଲେ । ଆଉ ତା’ର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବନବିଭାଗ । ଆଉ ତା’ପରେ ଆରମ୍ଭ ହୋଇଥିଲା ଅପରେରସନ୍ ।
ବନବିଭାଗ ଓ ସ୍ଥାନୀୟ ବାସିନ୍ଦା ପହଞ୍ଚି ଗାତ ଖୋଳି ହାତୀକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ଝିପି ଝିପି ବର୍ଷାରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ବନବିଭାଗ । ଦୀର୍ଘ ଦୁଇ ଘଣ୍ଟାର ଅପରେସନ୍ ପରେ ରେସ୍କ୍ୟୁ ହୋଇଛି ହାତୀ । କୂଅ ସମାନ୍ତରାଳରେ ଜେସିବି ସହାୟତାରେ ଏକ ଗାତ ଖୋଳି ରାସ୍ତା ତିଆରି କରାଯିବା ପରେ ଏହା ଭିତରୁ ବାହାରିଛି ଛୁଆ ହାତୀ ।
ଉଦ୍ଧାର ହେଲା କୂଅରେ ଫସିଥିବା ହାତୀ ଛୁଆ । ୨ ଘଣ୍ଟାର ଅପରେସନ୍ ପରେ ବାହାରିଲା । କୂଅ ସମାନ୍ତରାଳରେ ଗାତ ଖୋଲି କରାଗଲା ରାସ୍ତା । ଗତକାଲି ରାତିରେ କୂଅରେ ଖସି ପଡ଼ିଥିଲା ହାତୀ ଛୁଆ । #Sambalpur#OTVpic.twitter.com/hmuUWLkTWV
— ଓଟିଭି (@otvkhabar) May 1, 2023
ଗତକାଲି ରାତିରେ ଏହି ରାସ୍ତା ଦେଇ ହାତୀ ପଲ ଯାଇଥିଲୋ ପଲରୁ ଅଲଗା ହୋଇ ହାତୀ ଛୁଆଟି କୂଅରେ ଖସି ପଡ଼ିଥିବା ଅନୁମାନ କରାଯାଉଛି । ...ଖାଲି ଏତିକି ନୁହେଁ, ଗତକାଲି ରାତିରେ କୂଅ ଭିତରେ ଛୁଆ ଗଳି ପଡ଼ିବା ପରେ ପାଖରେ ଛିଡ଼ା ହୋଇଥିଲା ମାଆ ହାତୀ ଆଖପାଖରେ ଘୁରି ବୁଲିବା ସହ ମାଆ ହାତୀ କୂଅ ପାଖରେ ପଇନ୍ତରା ମାରୁଥିଲା । ଆଉ ଛୁଆ ଉଦ୍ଧାର ହେବା ପରେ ମାଆ ହାତୀ ଶାନ୍ତିରେ ନିଶ୍ୱାସ ମାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)