• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ବଡ଼ ତ୍ରୁଟି । ମୋଦିଙ୍କୁ ଲକ୍ଷ୍ୟ କରି ମୋବାଇଲ୍ ଫିଙ୍ଗିଲେ ( Mobile phone hurled ) ମହିଳା । କର୍ଣ୍ଣାଟକ ମହିଶୂରରେ ରୋଡ୍ ସୋ' (Mysuru roadshow) ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( PM Modi )ଙ୍କୁ ଲକ୍ଷ୍ୟ କରି ଜନଗହଳି ଭିତରୁ ଫିଙ୍ଗାଗଲା ମୋବାଇଲ୍ । ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳୁଛି ପ୍ରଧାନମନ୍ତ୍ରୀ ହାତ ହଲାଇ ସମର୍ଥକଙ୍କୁ ଅଭିବାଦନ ଜଣାଉଥିବା ବେଳେ ମୋବାଇଲ୍ ଫୋନଟି ତାଙ୍କ ଅତି ପାଖ ଦେଇ ଯାଇ ଗାଡ଼ିର ବନେଟ୍ ଉପରେ ପଡ଼ିଥିଲା ।

ପୋଲିସ ତଦନ୍ତରୁ ଜଣାପଡ଼ିଛି, ମୋବାଇଲ ଫୋନଟିକୁ ଜଣେ ମହିଳା ଫିଙ୍ଗିଥିଲେ । ପଚରାଉଚରା ପରେ ଜଣା ପଡ଼ିଛି ମହିଳା ଜଣକ ଜଣେ ବିଜେପି କର୍ମୀ । ସେ ଅତ୍ୟଧିକ ଉତ୍ସାହିତ ହୋଇ ଭୁଲବଶତଃ ଫୋନଟିକୁ ଫିଙ୍ଗିଦେଇଥିଲେ । ପ୍ରକୃତ କଥା ହେଲା ପ୍ରଧାନମନ୍ତ୍ରୀଙ୍କୁ ଫୁଲ ଫିଙ୍ଗିବା ସମୟରେ ଏପରି ଭୁଲ ହୋଇଥିବା ସେ ସ୍ୱୀକାର କରିଛନ୍ତି । କେ.ଆର୍ ସର୍କଲ ନିକଟରେ ଏହି ଘଟଣା ଘଟିଥିବା ବେଳେ ପୂରା ଭିଡିଓ କ୍ୟାମେରାରେ କଏଦ ହୋଇଛି । ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ବୋଲି ପୋଲିସ କହିଛି ।

ରୋଡ ସୋ ବେଳେ SPG ସୁରକ୍ଷା ବଳୟରେ ଥିଲେ ପ୍ରଧାନମନ୍ତ୍ରୀ । ତେବେ ସୁରକ୍ଷାକର୍ମୀ ମୋବାଇଲଟିକୁ ସମ୍ପୃକ୍ତ ମହିଳାଙ୍କୁ ଫେରାଇଦେଇଥିବା ସୂଚନା ମିଳିଛି ।... ମେ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବା ବେଳେ ଗତକାଲି ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ ଦଳର ବରିଷ୍ଠ ନେତା ବି.ଏସ୍. ୟେଦୁରପ୍ପା ମଧ୍ୟ ଉପସ୍ଥିତ ରହିବେ ।...

ସୂଚନାଯୋଗ୍ୟ ଏପ୍ରିଲ ୨୬ରେ କେରଳ କୋଚିରେ ମଧ୍ୟ ରୋଡ ସୋ’ବେଳେ ମୋଦିଙ୍କ ଉପରକୁ ମୋବାଇଲ ମାଡ ହୋଇଥିଲା । ରାସ୍ତାରେ ଚାଲି ଚାଲି କୋଚି ଜନତାଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ମୋବାଇଲ ମାଡ ହୋଇଥିଲା । ହେଲେ ମୋଦିଙ୍କ ଅଙ୍ଗରକ୍ଷୀ ମୋବାଇଲଟିକୁ ଧରି ପକାଇଥିଲେ ।